ଶ୍ରୀଲଙ୍କାର ଆଇପିଏଲ୍ ପ୍ରସ୍ତାବକୁ ବିସିସିଆଇର ଖାରଜ

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ବଢ଼ିବା ପରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। କୋଭିଡ୍‌-୧୯ କେସ୍ ବଢ଼ୁଥିବାରୁ ଦେଖି ଭାରତରେ ବର୍ତ୍ତମାନ ଆଇପିଏଲ୍ ଆୟୋଜନ ଅସମ୍ଭବ ଲାଗୁଛି। ତେବେ ଆଇପିଏଲକୁ ଆୟୋଜନ କରିବାକୁ ଶ୍ରୀଲଙ୍କା ଆଗ୍ରହ ଦେଖାଇଛି। କିନ୍ତୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କାର ଏହି ପ୍ରସ୍ତାବକୁ ଖାରଜ କରିଦେଇଛି। ବୋର୍ଡର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଯେଉଁଠି ବିଶ୍ୱର […]

ipl

ipl

Ranjit Kumar Jena
  • Published: Friday, 17 April 2020
  • Updated: 17 April 2020, 08:06 PM IST

Sports

Latest News

ନୂଆଦିଲ୍ଲୀ: କରୋନାଭାଇରସ୍ ଯୋଗୁ ଭାରତରେ ଲକଡାଉନ୍ ବଢ଼ିବା ପରେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍‌)ର ୧୩ତମ ସଂସ୍କରଣକୁ ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ଥଗିତ କରାଯାଇଛି। କୋଭିଡ୍‌-୧୯ କେସ୍ ବଢ଼ୁଥିବାରୁ ଦେଖି ଭାରତରେ ବର୍ତ୍ତମାନ ଆଇପିଏଲ୍ ଆୟୋଜନ ଅସମ୍ଭବ ଲାଗୁଛି। ତେବେ ଆଇପିଏଲକୁ ଆୟୋଜନ କରିବାକୁ ଶ୍ରୀଲଙ୍କା ଆଗ୍ରହ ଦେଖାଇଛି। କିନ୍ତୁ ଭାରତୀୟ କ୍ରିକେଟ୍ ବୋର୍ଡ (ବିସିସିଆଇ) ଶ୍ରୀଲଙ୍କାର ଏହି ପ୍ରସ୍ତାବକୁ ଖାରଜ କରିଦେଇଛି।

ବୋର୍ଡର ଜଣେ ଅଧିକାରୀ ନିଜ ନାଁ ଗୁପ୍ତ ରଖି କହିଛନ୍ତି, ଯେଉଁଠି ବିଶ୍ୱର ସବୁକିଛି ବନ୍ଦ ରହିଛି, ସେଇଠି ବିସିସିଆଇ କିଛି ବି କହିବା ସ୍ଥିତିରେ ନାହିଁ। ଆମକୁ ଶ୍ରୀଲଙ୍କା ତରଫରୁ କୌଣସି ପ୍ରସ୍ତାବ ମିଳିନାହିଁ। ତେଣୁ ଏହା ଉପରେ ଏବେ କୌଣସି ଆଲୋଚନା କରିବାର ହିଁ ନାହିଁ। ସୂଚନାଯୋଗ୍ୟ, ଗୁରୁବାର ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡ (ଏସଏଲସି)ର ଅଧ୍ୟକ୍ଷ ଶାମି ସିଲଭା କହିଥିଲେ, ଆମେ ଏହି ଟୁର୍ଣ୍ଣାମେଣ୍ଟ (ଆଇପିଏଲ୍‌) ଆୟୋଜନ କରିବାକୁ ପ୍ରସ୍ତୁତ। କିନ୍ତୁ ଏହା ଉପରେ ବିସିସିଆଇର ସହମତି ଦରକାର।

ଏସଏଲସି ଆଇପିଏଲ୍ ମ୍ୟାଚଗୁଡ଼ିକୁ ତିନୋଟି ଷ୍ଟାଡିୟମ ଯଥା ଗଲ୍‌, କ୍ୟାଣ୍ଡି ଏବଂ ପ୍ରେମାଦାସା ଷ୍ଟାଡିୟମରେ ଆୟୋଜନ କରିବା ନେଇ ସୂଚନା ମିଳିଥିଲା । ଚଳିତ ବର୍ଷ ଜୁଲାଇ ମାସରେ ଭାରତ ଶ୍ରୀଲଙ୍କା ଗସ୍ତରେ ତିନୋଟି ଦିନିକିଆ ଏବଂ ସମାନ ସଂଖ୍ୟକ ଟି-୨୦ ସିରିଜ୍ ଖେଳିବା ପାଇଁ ସ୍ଥିର ହୋଇଛି। ତେବେ ଏହି ଦୁଇଟି ସିରିଜ୍ ବଦଳରେ ଯଦି ଆଇପିଏଲ୍ ଆୟୋଜନ ହୁଏ, ତାହେଲେ ଶ୍ରୀଲଙ୍କା କ୍ରିକେଟ୍ ବୋର୍ଡକୁ ଅଧିକ ଆର୍ଥିକ ଲାଭ ହେବ।

ବିସିସିଆଇ ଏବେ ସେପ୍ଟେମ୍ବର-ଅକ୍ଟୋବର କିମ୍ବା ଅକ୍ଟୋବର-ନଭେମ୍ବରରେ ଆଇପିଏଲ୍ ଆୟୋଜନ କରିବାକୁ ଇଚ୍ଛୁକ। ୨୦୦୯ ଆଇପିଏଲକୁ ଦକ୍ଷିଣ ଆଫ୍ରିକାରେ ଆୟୋଜିତ କରିବା ନିଷ୍ପତ୍ତିରେ ସାମିଲ୍ ଥିବା ଜଣେ ପୂର୍ବତନ ଅଧିକାରୀ କହିଛନ୍ତି, ମେ' ମାସରେ ଶଶାଙ୍କ ମନୋହରଙ୍କ ଆଇସିସି ଚେୟାରମ୍ୟାନ୍ ପଦରୁ ହଟିବା ପରେ ଚିତ୍ର ସ୍ପଷ୍ଟ ହୋଇପାରିବ। ଶ୍ରୀଲଙ୍କା ଆଇସିସିରେ ବିସିସିଆଇକୁ ସହଯୋଗ କରୁଛି ଏବଂ ସେମାନଙ୍କ (ଶ୍ରୀଲଙ୍କା)ର ପ୍ରସ୍ତାବକୁ ଆମେ ଭଲଭାବେ ବୁଝୁଛୁ। କିନ୍ତୁ ମନୋହରଙ୍କ ହଟିବା ପରେ କ'ଣ ସ୍ଥିତି ହେବ, ତାହା ଜଣାନାହିଁ। ହୁଏତ ନୂଆ ସମୀକରଣ ହୋଇପାରେ କିମ୍ବା ଶ୍ରୀଲଙ୍କା ବ୍ୟତୀତ ଅନ୍ୟ ବିକଳ୍ପ ଉପରେ ମଧ୍ୟ ଆଲୋଚନା ହୋଇପାରେ।

ସୂଚନାଯୋଗ୍ୟ, ଶ୍ରୀଲଙ୍କା ତୁଳନାରେ ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବହୁତ ଅଧିକ। ଶ୍ରୀଲଙ୍କାରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଟପିଥିବା ବେଳେ ଭାରତରେ ଏହି ସଂଖ୍ୟା ୧୩ହଜାର ଟପିସାରିଲାଣି। ଏପରିକି ଭାରତରେ ମୃତ୍ୟୁ ସଂଖ୍ୟା ୪୦୦ ଛୁଇଁସାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos