ଆଜିଠାରୁ କଳିଙ୍ଗରେ ଟୋକିଓ ଟିକେଟ୍ ଟକ୍କର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଟିମ୍, ଦୁଇ ମ୍ୟାଚ୍, ଲକ୍ଷ୍ୟ ଅଲିମ୍ପିକ୍ ଟିକେଟ୍। ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ ଟିକେଟ୍ ପାଇଁ ଆସନ୍ତାକାଲି ଯଥାକ୍ରମେ ଆମେରିକା ଓ ରୁଷକୁ ଭେଟିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଭାରତୀୟ ପୁରୁଷ ଦଳ ଆସନ୍ତାକାଲି ନିଜଠାରୁ ନିମ୍ନ ରାଙ୍କିଙ୍ଗ୍ ବିଶିଷ୍ଟ ରୁଷକୁ ଭେଟିବ। ସେହିପରି ମହିଳା ଦଳକୁ ଆମେରିକାଠାରୁ କଡ଼ା ଚ୍ୟାଲେଞ୍ଜ ମିଳିବ। ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ପୁରୁଷ ଟିମ୍ ପକ୍ଷେ […]

womens-team

womens-team

Ranjit Kumar Jena
  • Published: Thursday, 31 October 2019
  • Updated: 31 October 2019, 08:59 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଟିମ୍, ଦୁଇ ମ୍ୟାଚ୍, ଲକ୍ଷ୍ୟ ଅଲିମ୍ପିକ୍ ଟିକେଟ୍। ଉଭୟ ଭାରତୀୟ ମହିଳା ଓ ପୁରୁଷ ଟିମ୍ କଳିଙ୍ଗ ଷ୍ଟାଡିୟମରେ ଅଲିମ୍ପିକ୍ ଟିକେଟ୍ ପାଇଁ ଆସନ୍ତାକାଲି ଯଥାକ୍ରମେ ଆମେରିକା ଓ ରୁଷକୁ ଭେଟିବେ। ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି। ଭାରତୀୟ ପୁରୁଷ ଦଳ ଆସନ୍ତାକାଲି ନିଜଠାରୁ ନିମ୍ନ ରାଙ୍କିଙ୍ଗ୍ ବିଶିଷ୍ଟ ରୁଷକୁ ଭେଟିବ। ସେହିପରି ମହିଳା ଦଳକୁ ଆମେରିକାଠାରୁ କଡ଼ା ଚ୍ୟାଲେଞ୍ଜ ମିଳିବ।

ମନପ୍ରୀତ ସିଂହଙ୍କ ନେତୃତ୍ୱାଧୀନ ପୁରୁଷ ଟିମ୍ ପକ୍ଷେ ୨୨ତମ ରାଙ୍କିଙ୍ଗ୍ ବିଶିଷ୍ଟ ରୁଷକୁ ହରାଇବା ପାଇଁ କଷ୍ଟ ହେବନି। ଉଭୟ ଦଳ ଶୁକ୍ରବାର ଓ ଶନିବାର ଲଗାତାର ଦୁଇଟି ଲେଖାଏ ମ୍ୟାଚ୍ ଖେଳିବେ। ଯେଉଁ ଦଳ ସର୍ବାଧିକ ଗୋଲ୍ ବ୍ୟବଧାନରେ ମ୍ୟାଚ୍ ଜିତିବ, ସେହି ଦଳ ୨୦୨୦ ଟୋକିଓ ଅଲିମ୍ପିକରେ ସ୍ଥାନ ସୁନିଶ୍ଚିତ କରିବେ। ବିଶ୍ୱ ରାଙ୍କିଙ୍ଗରେ ପଞ୍ଚମ ସ୍ଥାନରେ ଥିବା ଭାରତୀୟ ପୁରୁଷ ଟିମ୍ ରୁଷ ବିପକ୍ଷରେ ସହଜ ବିଜୟ ହାସଲ କରିବାକୁ ଆଶା ବାନ୍ଧିଛି। କିନ୍ତୁ କୋଚ୍ ଗ୍ରାହାମ୍ ରିଡ୍ ଭଲଭାବେ ଜାଣିଛନ୍ତି ଯେ ଗୋଟିଏ ଖରାପ ଦିନ ଭାରତର ଅଲିମ୍ପିକ୍ ଆଶା ଧୂଳିସାତ୍ କରିପାରେ। ଏଥିପାଇଁ ଭାରତକୁ ଅତିରିକ୍ତ ଆତ୍ମବିଶ୍ୱାସରୁ ଦୂରେଇ ରହିବାକୁ ପଡ଼ିବ।

ଗତ ୧୨ ମାସ ହେବ ଭାରତୀୟ ପୁରୁଷ ଟିମ୍ ରିଡଙ୍କ ମାର୍ଗଦର୍ଶନରେ ଡିଫେନ୍ସରେ ବହୁତ ସୁଧାର ଆଣିଛି। ସୁରେନ୍ଦ୍ର କୁମାର ଓ ଜୁନିୟର୍ ବିଶ୍ୱକପ୍ ବିଜେତା ଟିମର ସଦସ୍ୟ ହରମନପ୍ରୀତ ସିଂହଙ୍କ ଦମରେ ଭାରତୀୟ ଟିମର ଡିଫେନ୍ସ ମଜଭୁତ୍ ଲାଗୁଛି। ସେହିପରି ବ୍ୟାକହ୍ୟାଣ୍ଡରେ ଡ୍ରାଗଫ୍ଲିକର୍ ରୂପିନ୍ଦର ପାଲ୍ ସିଂହ ଏବଂ ବୀରେନ୍ଦ୍ର ଲାକ୍ରାଙ୍କ ପ୍ରତ୍ୟାବର୍ତ୍ତନ ଟିମକୁ ଶକ୍ତିଶାଳୀ କରିଛି। ଭାରତୀୟ ମିଡଫିଲ୍ଡରେ କ୍ୟାପଟେନ୍ ମନପ୍ରୀତଙ୍କ ସହ ହାର୍ଦ୍ଦିକ ସିଂହ, ନୀଳକାନ୍ତ ଶର୍ମା ଏବଂ ବିବେକ ସାଗର ପ୍ରସାଦ ଉପସ୍ଥିତ ରହିବେ। ତେବେ ଗୋଲ୍ କରିବାର ଦାୟିତ୍ୱ ମନଦୀପ ସିଂହ, ଆକାଶଦୀପ ସିଂହ, ଏସଭି ସୁନୀଲ, ରମନଦୀପ ସିଂହ, ଲଲିତ କୁମାର ଉପାଧ୍ୟାୟ ଏବଂ ସିମରନଜିତ୍ ସିଂହଙ୍କ ଉପରେ ରହିବ। ଅଭିଜ୍ଞ ପିଆର୍ ଶ୍ରୀଜେଶ୍ ଏବଂ କ୍ରିଷନ ପାଠକ ବାହାଦୁର ଗୋଲକିପିଙ୍ଗ୍ ଦାୟିତ୍ୱ ସମ୍ଭାଳିବେ।

ମହିଳା ଟିମ୍ ପାଇଁ କଠିନ ଚ୍ୟାଲେଞ୍ଜ: ମହିଳା ଟିମ୍ ପାଇଁ ସ୍ଥିତି ସମ୍ପୂର୍ଣ୍ଣ ଓଲଟା କାରଣ ସେମାନେ ବିଶ୍ୱର ୧୩ ନମ୍ବର ଟିମ୍ ଆମେରିକାକୁ ଭେଟିବ। ଆମେରିକା ବିରୋଧରେ ଭାରତର ରେକର୍ଡ ୪-୨୨ ରହିଛି। କିନ୍ତୁ ପୂର୍ବ ରେକର୍ଡ ସେତେଟା ଗୁରୁତ୍ୱ ରଖେ ନାହିଁ ଏବଂ ରାନୀ ରାମପଲଙ୍କ ନେତୃତ୍ୱାଧୀନ ବର୍ତ୍ତମାନ ଭାରତୀୟ ଟିମ୍ ବେଶ୍ ମଜଭୁତ୍। ରାନୀଙ୍କ ବ୍ୟତୀତ ଡ୍ରାଗଫ୍ଲିକର ଗୁରଜିତ୍ କୌର୍, ଯୁବ ଫରୱାର୍ଡ ଲାଲରେମସିଆମି ଏବଂ ଗୋଲକିପର ସବିତାଙ୍କ ପ୍ରଦର୍ଶନ ଉପରେ ଭାରତର ଭାଗ୍ୟ ନିର୍ଭର କରିବ।

ଆମେରିକା ଟିମକୁ ଭେଟିବା ବ୍ୟତୀତ ଭାରତକୁ ଘରୋଇ ଦର୍ଶକଙ୍କ ଚାପର ସାମ୍ନା କରିବାକୁ ପଡ଼ିବ, କାରଣ ଟିମ୍ ଏଠାରେ ୧୬ହଜାର ଦର୍ଶକଙ୍କ କ୍ଷମତା ବିଶିଷ୍ଟ ଷ୍ଟାଡିୟମରେ ପ୍ରଥମଥର ଖେଳିବ। ଭାରତୀୟ ମହିଳା ଟିମର ମୁଖ୍ୟ କୋଚ୍ ସୋର୍ଡ ମାରିନ୍ କହିଛନ୍ତି, ଟିମର ପ୍ରତିଟି ଖେଳାଳି ଏହି ଚ୍ୟାଲେଞ୍ଜ୍ ପାଇଁ ପ୍ରସ୍ତୁତ ଅଛନ୍ତି। ଏହି ମ୍ୟାଚକୁ ନେଇ ଆମେ ବହୁତ ଉତ୍ସାହିତ ଅଛୁ। ଆମେ ପୂରା ବର୍ଷ ଏହି ଦୁଇଟି ମ୍ୟାଚ୍ ଖେଳିବାକୁ ଅପେକ୍ଷା କରିଥିଲୁ। ଆମେ ଜାଣିଥିଲୁ ଯେ ଆମକୁ ଏହି ମ୍ୟାଚ୍ ଖେଳିବାକୁ ପଡ଼ିବ, କିନ୍ତୁ କାହା ସହ ଖେଳିବୁ, ତାହା ଜାଣିନଥିଲୁ। ଏପରିକି ମ୍ୟାଚଟି ଘରୋଇ କିମ୍ବା ବିଦେଶରେ ହେବା ନେଇ ମଧ୍ୟ ଅବଗତ ନଥିଲୁ। ତେବେ ଆମେ ଏହି ମ୍ୟାଚ୍ ପାଇଁ ପ୍ରସ୍ତୁତ ଥିଲୁ।

ଭାରତୀୟ କ୍ୟାପଟେନ୍ ରାନୀ କୋଚଙ୍କୁ ସମର୍ଥନ କରି କହିଛନ୍ତି, ଅଲିମ୍ପିକକୁ କ୍ୱାଲିଫାଏ କରିବା ପାଇଁ ଆମର ପ୍ରଥମ ଲକ୍ଷ୍ୟ ଏସିଆନ୍ ଗେମ୍ସ ଥିଲା, କିନ୍ତୁ ଦୁଭାର୍ଗ୍ୟପୂର୍ଣ୍ଣ ଭାବେ ଏହା ହୋଇପାରି ନଥିଲା। ଏସିଆନ୍ ଗେମ୍ସ ଶେଷ ହେବା ପରେ ଆମର ପୂରା ଧ୍ୟାନ ଏହି ମ୍ୟାଚ ଉପରେ ରହିଥିଲା। ଘରୋଇ ଦର୍ଶକଙ୍କ ସାମ୍ନାରେ ଖେଳିବା ନେଇ ଆମେ ବହୁତ ଉତ୍ସାହିତ ଅଛୁ ଏବଂ ଆମ ଉପରେ ଏହାର କୌଣସି ଚାପ ରହିବ ବୋଲି ମୁଁ ଭାବୁ ନାହିଁ। ମ୍ୟାଚ୍ ହୁଇସିଲ୍ ବାଜିବା ମାତ୍ରକେ ରଣନୀତିକୁ କାର୍ଯ୍ୟକାରୀ କରିବା ଉପରେ ଆମେ ଗୁରୁତ୍ୱ ଦେବୁ। ଘରୋଇ ଦର୍ଶକଙ୍କ ଦୃଷ୍ଟି ଆମେ ନିଜ ଆଡ଼କୁ କେମିତି ଟାଣିବୁ, ତାହା ଆମ ଉପରେ ନିର୍ଭର କରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story