ଭାରତ ବିପକ୍ଷରେ ପାକିସ୍ତାନ ଜିତିବା ସମ୍ଭାବନା ଅଧିକ: ଗାଭାସ୍କର

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟସ୍ଥ ହାଇଭୋଲ୍‌ଟେଜ୍ ମ୍ୟାଚ୍ ମାର୍ଚ୍ଚ ୧୯ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳା ଯିବ। ତେବେ ଏହା ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟ୍‌ର ସୁନୀଲ ଗାଭାସ୍କର କହିଛନ୍ତି ଯେ ଏହି ମ୍ୟାଚ୍‌ରେ ପାକିସ୍ତାନ ଜିତିବାର ସମ୍ଭାବନା ଅଧିକ ରହିଛି। ସେ କହିଛନ୍ତି,“ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଯିବା ପରେ ଚାପରେ ରହିଛି। ପାକିସ୍ତାନ ଅପେକ୍ଷା ଭାରତ ଏହି ମ୍ୟାଚ୍ ପାଇଁ ଅଧିକ ଚାପରେ ରହିବ। ତେଣୁ […]

Sunil Gavaskar

Sunil Gavaskar

Rakesh Mallick
  • Published: Thursday, 17 March 2016
  • Updated: 17 March 2016, 05:45 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ଓ ପାକିସ୍ତାନ ମଧ୍ୟସ୍ଥ ହାଇଭୋଲ୍‌ଟେଜ୍ ମ୍ୟାଚ୍ ମାର୍ଚ୍ଚ ୧୯ ତାରିଖରେ କୋଲକାତାର ଇଡେନ୍ ଗାର୍ଡେନ୍‌ରେ ଖେଳା ଯିବ। ତେବେ ଏହା ପୂର୍ବରୁ ପୂର୍ବତନ ଭାରତୀୟ କ୍ରିକେଟ୍‌ର ସୁନୀଲ ଗାଭାସ୍କର କହିଛନ୍ତି ଯେ ଏହି ମ୍ୟାଚ୍‌ରେ ପାକିସ୍ତାନ ଜିତିବାର ସମ୍ଭାବନା ଅଧିକ ରହିଛି।

ସେ କହିଛନ୍ତି,“ପ୍ରଥମ ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଯିବା ପରେ ଚାପରେ ରହିଛି। ପାକିସ୍ତାନ ଅପେକ୍ଷା ଭାରତ ଏହି ମ୍ୟାଚ୍ ପାଇଁ ଅଧିକ ଚାପରେ ରହିବ। ତେଣୁ ଶନିବାର ହେବାକୁ ଥିବା ଏହି ମ୍ୟାଚ୍‌ରେ ପାକିସ୍ତାନ ଜିତିବାର ସମ୍ଭାବନା ଅଧିକ ରହିଥିବା ମୁଁ ଆକଳନ କରୁଛି।”

ସେ କହିଛନ୍ତି,“ଏହି ମ୍ୟାଚ୍‌ରେ ଭାରତୀୟ ବ୍ୟାଟିଂ ଓ ପାକିସ୍ତାନୀ ବୋଲିଂ ମଧ୍ୟରେ ଲଢ଼େଇ ହେବ। ତେବେ ଭାରତୀୟ ବୋଲରମାନେ ବି କିଛି କମ୍ ନୁହଁନ୍ତି। ଅଶ୍ୱିନ ଓ ନେହରା ଭଲ ବୋଲିଂ କରୁଛନ୍ତି। ବୁମ୍‌ରା ବି ଅଛନ୍ତି। ସେମାନେ ପାକିସ୍ତାନୀ ବ୍ୟାଟ୍ସମ୍ୟାନ୍‌ଙ୍କୁ ଚ୍ୟାଲେଞ୍ଜ୍ ଦେବେ।”

ସୂଚନାଯୋଗ୍ୟ, ପାକିସ୍ତାନ ତା’ର ପ୍ରଥମ ମ୍ୟାଚ୍ ମାର୍ଚ୍ଚ ୧୬ ତାରିଖରେ ବାଂଲାଦେଶ ବିପକ୍ଷରେ ଖେଳି ଥିଲା ଓ ଏହାକୁ ଜିତି ନେଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos