ପୋଲାର୍ଡ ପାଟିରେ ଟେପ୍ ଲାଗାଇଲେ କାହିଁକି?

ବେଙ୍ଗଲୁରୁ: ଗତକାଲି ଆଇପିଏଲରେ ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଲଗାତାର ଚାରୋଟି ମ୍ୟାଚ୍ ହାରିବା ପରେ ଏହା ଥିଲା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ। ତେବେ ଏହି ମ୍ୟାଚକୁ ଗତକାଲି ଯେଉଁମାନେ ଟେଲିଭିଜନରେ ଦେଖିଥିବେ ସେମାନେ ନିଶ୍ଚିତ ଭାବେ ପୋଲାର୍ଡଙ୍କୁ ଏକ ନୂଆ ରୂପରେ ଦେଖିଥିବେ। ତାଙ୍କ ମୁହଁରେ ଲାଗିଥିଲା ଟେପ୍ । ସେ ଏପରି କାହିଁକି କରିଥିଲେ ଜାଣନ୍ତି କି? ଏ ନେଇ ତାଙ୍କର ସାଥୀ ଖେଳାଳି ହରଭଜନ […]

kieron pollard

kieron pollard

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:22 AM IST

Sports

Latest News

ବେଙ୍ଗଲୁରୁ: ଗତକାଲି ଆଇପିଏଲରେ ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷ ମ୍ୟାଚରେ ବିଜୟୀ ହୋଇଥିଲା ମୁମ୍ବାଇ ଇଣ୍ଡିଆନ୍ସ। ଲଗାତାର ଚାରୋଟି ମ୍ୟାଚ୍ ହାରିବା ପରେ ଏହା ଥିଲା ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ। ତେବେ ଏହି ମ୍ୟାଚକୁ ଗତକାଲି ଯେଉଁମାନେ ଟେଲିଭିଜନରେ ଦେଖିଥିବେ ସେମାନେ ନିଶ୍ଚିତ ଭାବେ ପୋଲାର୍ଡଙ୍କୁ ଏକ ନୂଆ ରୂପରେ ଦେଖିଥିବେ। ତାଙ୍କ ମୁହଁରେ ଲାଗିଥିଲା ଟେପ୍ । ସେ ଏପରି କାହିଁକି କରିଥିଲେ ଜାଣନ୍ତି କି? ଏ ନେଇ ତାଙ୍କର ସାଥୀ ଖେଳାଳି ହରଭଜନ ସିଂ କହିଛନ୍ତି ଯେ ଅମ୍ପାୟାର ପୋଲାର୍ଡଙ୍କୁ ଚୁପ୍ ରହିବାକୁ କହିଥିଲେ। ଏହାକୁ ସୁନିଶ୍ଚିତ କରିବାକୁ ସେ ମୁହଁରେ ଟେପ୍ ଲଗାଇ ଦେଇଥିଲେ ଓ ନିରବ ରହିଥିଲେ। ତେବେ ସେ ଜଣେ ଖୁବ୍ ଭଲ ମଣିଷ। ଆଇପିଏଲରେ ୱେଷ୍ଟଇଣ୍ଡିଜ୍ ଖେଳାଳିମାନଙ୍କ ଉପସ୍ଥିତି ସଦାବେଳେ ନିଆରା ଅନୁଭୂତି ଦେଇଥାଏ। ସେମାନଙ୍କ ଅନ୍ଦାଜ ପୂରା ଅଲଗା। ସେମାନଙ୍କ ଅଙ୍ଗଭଙ୍ଗୀରେ ରହିଥାଏ ଭିନ୍ନ ମଜା ଓ ସେଗୁଡ଼ିକ ଅନ୍ୟମାନଙ୍କଠାରୁ ପୂରା ଅଲଗା। କିନ୍ତୁ ସେଗୁଡ଼ିକ କେବେ ଖରାପ ନୁହେଁ।

ରୋୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଓପନର୍ କ୍ରିସ୍ ଗେଲଙ୍କୁ ପୋଲାର୍ଡ କିଛି କହିବା ପରେ ଅମ୍ପାୟାର ତାଙ୍କୁ ମୁହଁ ବନ୍ଦ ରଖିବାକୁ ଚେତାବନୀ ଦେଇଥିଲେ। ଏହା ପରେ ନିଜ ପାଟିରେ ଟେପ୍ ଲାଗାଇ ଦେଇଥିଲେ ପୋଲାର୍ଡ। ଦର୍ଶକଙ୍କୁ ଏହା ଖୁବ୍ ରୋଚକ ଲାଗିଥିଲା। ଏପରିକି ରିକି ପଣ୍ଟିଂ ଓ ଅନୀଲ କୁମ୍ବଲେ ବି ହସ ଚାପି ପାରି ନ ଥିଲେ। ତେବେ ମ୍ୟାଚ୍ ପରେ ପୋଲାର୍ଡ କହିଥିଲେ ଟିକେ ମଜା କରିବା ଲାଗି ଏମିତି କରି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos