କ୍ରିକେଟ୍ ମଇଦାନରେ ଆଦାନୀକୁ ବିରୋଧ

ସିଡନୀ: ଆଦାନୀ ପ୍ରୋଜେକ୍ଟକୁ ନେଇ ଅଷ୍ଟ୍ରେଲିଆରେ ବିରୋଧ ଜାରି ରହିଛି। ଏହି ବିରୋଧ ଏବେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ଆଦାନୀ ପ୍ରୋଜେକ୍ଟକୁ ନେଇ ବିରୋଧ କରାଯାଇଛି। ଶୁକ୍ରବାର ମ୍ୟାଚ୍ ଚାଲିଥିବା ବେଳେ କିଛି ଦର୍ଶକ ମଇଦାନ ଭିତରକୁ ପଶି ଆସିଥିଲେ। ଏଥିମଧ୍ୟରୁ ଜଣେ ଦର୍ଶକ ହାତରେ ପ୍ଲାକାର୍ଡ ଧରିଥିଲେ, ଯେଉଁଥିରେ ‘NO $1B ADANI LOAN’ ଲେଖାଥିଲା। ଅଷ୍ଟ୍ରେଲିଆ ଇନିଂସର […]

adani

adani

Ranjit Kumar Jena
  • Published: Friday, 27 November 2020
  • Updated: 27 November 2020, 05:25 PM IST

Sports

Latest News

ସିଡନୀ: ଆଦାନୀ ପ୍ରୋଜେକ୍ଟକୁ ନେଇ ଅଷ୍ଟ୍ରେଲିଆରେ ବିରୋଧ ଜାରି ରହିଛି। ଏହି ବିରୋଧ ଏବେ କ୍ରିକେଟ୍ ମଇଦାନରେ ଦେଖିବାକୁ ମିଳିଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀ ଖେଳାଯାଇଥିବା ଦିନିକିଆ ସିରିଜର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚରେ ଆଦାନୀ ପ୍ରୋଜେକ୍ଟକୁ ନେଇ ବିରୋଧ କରାଯାଇଛି।

ଆଦାନୀକୁ ବିରୋଧ

ଶୁକ୍ରବାର ମ୍ୟାଚ୍ ଚାଲିଥିବା ବେଳେ କିଛି ଦର୍ଶକ ମଇଦାନ ଭିତରକୁ ପଶି ଆସିଥିଲେ। ଏଥିମଧ୍ୟରୁ ଜଣେ ଦର୍ଶକ ହାତରେ ପ୍ଲାକାର୍ଡ ଧରିଥିଲେ, ଯେଉଁଥିରେ ‘NO $1B ADANI LOAN’ ଲେଖାଥିଲା। ଅଷ୍ଟ୍ରେଲିଆ ଇନିଂସର ଷଷ୍ଠ ଓଭରରେ ଏହି ଡ୍ରାମା ଦେଖିବାକୁ ମିଳିଥିଲା।

ମଇଦାନରେ ମୁତୟନ ଥିବା ସୁରକ୍ଷାକର୍ମୀ ଏହି ଦର୍ଶକଙ୍କୁ ବାହାର କରିଥିଲେ। ତେବେ ମଇଦାନ ଭିତରକୁ ପ୍ରବେଶ କରି ଖେଳ ରୋକିବା କିଛି ନୂଆ କଥା ନୁହେଁ। କିନ୍ତୁ ଏଥର ବିରୋଧ କରୁଥିବା ଦର୍ଶକଙ୍କ ହାତରେ ‘State Bank of India No $1B Adani Loan’ ଥିଲା, ଯାହା ଉପରେ ଖୁବ୍ ଚର୍ଚ୍ଚା ହେଉଛି।

ଆଦାନୀକୁ ବିରୋଧ

କୋଭିଡ୍-୧୯ ଏବଂ ବାୟୋ-ବବଲ୍ ବା ଜୈବ ସୁରକ୍ଷା ଭିତରେ ଖେଳାଯାଉଥିବା ଏହି ସିରିଜରେ ମଇଦାନ ଭିତରକୁ ଏଭଳି ଦର୍ଶକଙ୍କ ଅନୁପ୍ରବେଶ ଅନେକ ପ୍ରଶ୍ନ ଉଠାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos