ପଞ୍ଜାବ କିଙ୍ଗସକୁ ହରାଇ ରାଜସ୍ଥାନ ରୟାଲ୍ସ ବିଜୟୀ

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜିନରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ବିଜୟୀ ହୋଇଛି। ଏଥିରେ ପଞ୍ଜାବ କିଙ୍ଗସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍ ୨୦ ଓଭର ଖେଳି ୫ ୱିକେଟ ବିନିମୟରେ ୧୮୯ ରନ କରିଥଲା। ଟିମ୍ ପକ୍ଷରୁ ଜନି ବେୟାରଷ୍ଟ୍ରୋ ସର୍ବାଧିକ ୫୬ ରନ କରିଥିଲେ। ତେବେ ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ […]

rajasta-win

rajasta-win

Niranjan Mishra
  • Published: Saturday, 07 May 2022
  • Updated: 07 May 2022, 09:01 PM IST

Sports

Latest News

ନୂଆଦିଲ୍ଲୀ: ଆଇପିଏଲର ଚଳିତ ସିଜିନରେ ଶନିବାର ଖେଳାଯାଇଥିବା ଏକ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ହରାଇ ରାଜସ୍ଥାନ ରୟାଲ୍ସ ୬ ୱିକେଟରେ ବିଜୟୀ ହୋଇଛି। ଏଥିରେ ପଞ୍ଜାବ କିଙ୍ଗସ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍ ୨୦ ଓଭର ଖେଳି ୫ ୱିକେଟ ବିନିମୟରେ ୧୮୯ ରନ କରିଥଲା। ଟିମ୍ ପକ୍ଷରୁ ଜନି ବେୟାରଷ୍ଟ୍ରୋ ସର୍ବାଧିକ ୫୬ ରନ କରିଥିଲେ।

ତେବେ ରାଜସ୍ଥାନ ରୟାଲ୍ସ ୧୯୦ ରନ ବିଜୟର ପିଛା କରି ଶେଷ ଓଭରରେ ଏହାକୁ ହାସଲ କରିନେଇଥିଲା। ଏହି ମ୍ୟାଚ ଖୁବ୍ ରୋମାଞ୍ଚକର ହୋଇଥିଲା। ସିମରନ ହିଟମାୟର ପୁନଶ୍ଚ ଫିନିସର ଭାବେ ଉତ୍ତମ ଖେଳ ପ୍ରଦର୍ଶନ କରିଛନ୍ତି। ତେଣେ ଦୀର୍ଘ ସମୟ ପରେ ଟିମକୁ ଫେରିଥିବା ଯଶସ୍ୱୀ ଜୟସୱାଲ ୬୮ ରନ କରିଥିଲେ। ଏହି ବିଜୟ ସହ ରାଜସ୍ଥାନ ତାଲିକାରେ ୧୪ ପଏଣ୍ଟ ହାସଲ କରି ପ୍ଲେଅଫର ନିକଟତର ହୋଇଛି। ଟିମ୍ ଶୀର୍ଷ ୪ ସ୍ଥାନରେ ନିଜର ଉପସ୍ଥିତି ଜାହିର କରିଛି।

ପଞ୍ଜାବ କିଙ୍ଗସ୍ ବ୍ୟାଟିଂ: ଜନି ବେୟାରଷ୍ଟ୍ରୋ-୫୬, ଶିଖର ଧାୱନ-୧୨, ଭାନୁକା ରାଜପାକ୍ସ-୨୭, ମୟଙ୍କ ଅଗ୍ରୱାଲ-୧୫, ଜିତେଶ ଶର୍ମା-୩୮(ଅପରାଜିତ), ଲିମ୍ ଲିଭିଙ୍ଗଷ୍ଟୋନ-୨୨, ରିଷି ଧାୱନ-୫(ଅପରାଜିତ), ଅତିରିକ୍ତ-୧୪: ମୋଟ-୧୮୯/୫। ୱିକେଟ: ଅରଶଦୀପ ସିଂ-୨, କାଗିସୋ ରାବାଡ଼ା-୧, ରିଷି ଧାବନ-୧।

ରାଜସ୍ଥାନ ରୟାଲ୍ସ ବ୍ୟାଟିଂ: ଯଶସ୍ୱୀ ଜୟସୱାଲ-୬୮, ଜୋସ ବଟଲର-୩୦, ସଞ୍ଜୁ ସାମସନ-୨୩, ଦେବଦତ୍ତ ପାଦିକ୍କଲ-୩୧, ସିମରନ ହେଟମାୟର-୩୧(ଅପରାଜିତ), ଅତିରିକ୍ତ-୭; ମୋଟ-୧୯୦/୪, ୱିକେଟ-ୟୁଜଭେନ୍ଦର ଚହଲ-୩, ରବିଚନ୍ଦ୍ରନ ଅଶ୍ୱିନୀ-୧, ପ୍ରସିଦ୍ଧ କ୍ରିଷ୍ଣା-୧।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos