କାଲି ସିଡନୀରେ ବିରାଟ୍ ବାହିନୀ- କଙ୍ଗାରୁ ମୁହାଁମୁହିଁ

ସିଡନୀ: ନୂଆ ଜର୍ସି ଓ କରୋନା ମହାମାରୀ ଭିତରେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ଶକ୍ତିଶାଳୀ ଟିମ୍ ବିପକ୍ଷ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଦୁଇମାସର ଏହି ଲମ୍ବା ଟୁରରେ ବିରାଟବାହିନୀ ଦିନିକିଆ ସିରିଜ୍ ଖେଳି ଅଭିଯାନ ଆରମ୍ଭ କରିବ। ସିରିଜର ପ୍ରଥମ ମ୍ୟାଚ୍ ସିଡନୀରେ ଖେଳାଯିବ। ଶୁକ୍ରବାର ଖେଳାଯିବାକୁଥିବା ପ୍ରଥମ ଦିନିକିଆରେ ଭାରତ ତା’ର ଫେଭରିଟ୍ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା ‘ହିଟମ୍ୟାନ୍’ ରୋହିତ୍ ଶର୍ମାଙ୍କ ବିନା ମଇଦାନକୁ ଓହ୍ଲାଇବ। ରୋହିତଙ୍କ ଅନୁପସ୍ଥିତି […]

indvsaus

indvsaus

Ranjit Kumar Jena
  • Published: Thursday, 26 November 2020
  • Updated: 26 November 2020, 07:14 PM IST

ସିଡନୀ: ନୂଆ ଜର୍ସି ଓ କରୋନା ମହାମାରୀ ଭିତରେ ଭାରତୀୟ କ୍ରିକେଟ୍ ଟିମ୍ ଅଷ୍ଟ୍ରେଲିଆ ବିପକ୍ଷ ଶକ୍ତିଶାଳୀ ଟିମ୍ ବିପକ୍ଷ ମ୍ୟାଚ୍ ଖେଳି ଅନ୍ତର୍ଜାତୀୟ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବ। ଦୁଇମାସର ଏହି ଲମ୍ବା ଟୁରରେ ବିରାଟବାହିନୀ ଦିନିକିଆ ସିରିଜ୍ ଖେଳି ଅଭିଯାନ ଆରମ୍ଭ କରିବ। ସିରିଜର ପ୍ରଥମ ମ୍ୟାଚ୍ ସିଡନୀରେ ଖେଳାଯିବ। ଶୁକ୍ରବାର ଖେଳାଯିବାକୁଥିବା ପ୍ରଥମ ଦିନିକିଆରେ ଭାରତ ତା'ର ଫେଭରିଟ୍ ଓପନିଂ ବ୍ୟାଟ୍ସମ୍ୟାନ୍ ତଥା 'ହିଟମ୍ୟାନ୍' ରୋହିତ୍ ଶର୍ମାଙ୍କ ବିନା ମଇଦାନକୁ ଓହ୍ଲାଇବ। ରୋହିତଙ୍କ ଅନୁପସ୍ଥିତି ଉଭୟ ଟିମ୍ ଓ ପ୍ୟାନଙ୍କ ପାଇଁ ବଡ଼ କ୍ଷତି। କିନ୍ତୁ ତାଙ୍କ ଅନୁପସ୍ଥିତି ଟିମର ଯୁବ ଖେଳାଳିଙ୍କ ପାଇଁ ସୁଯୋଗ ସୃଷ୍ଟି କରିଛି। ମ୍ୟାଚ୍ ଭାରତୀୟ ସମୟ ଅନୁସାରେ ସକାଳ ୯.୧୦ ମିନିଟରୁ ଆରମ୍ଭ ହେବ।

Image

ବିରାଟ୍ କୋହଲିଙ୍କ ଟିମ୍ ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲା। କରୋନା ମହାମାରୀ କାରଣରୁ ଲମ୍ବା ସମୟ ଧରି ଅନ୍ତର୍ଜାତୀୟ କ୍ରିକେଟରୁ ଦୂରେଇ ରହିଥିବା ଭାରତୀୟ ଟିମ୍ ପକ୍ଷେ ଅଷ୍ଟ୍ରେଲିଆ ଧୂରନ୍ଦରକୁ ତା' ନିଜ ମାଟିରେ ହରାଇବା ସହଜ ହେବନି। ଭାରତୀୟ ଟିମ୍ ୧୯୯୨ ୱାର୍ଲ୍ଡ କପର ନେଭି ବ୍ଲୁ ଜର୍ସିରେ ନଜର ଆସିବ। ଅନ୍ଧବିଶ୍ବାସକୁ ମାନୁଥିବା ଲୋକେ ଏହାକୁ ଅଶୁଭ କହିପାରନ୍ତି। କାରଣ ୧୯୯୨ ଟୁର୍ଣ୍ଣାମେଣ୍ଟରେ ଭାରତ ଏହି ରଙ୍ଗର ଜର୍ସିରେ ଖେଳି ସପ୍ତମ ସ୍ଥାନରେ ରହିଥିଲା। ତେବେ କ୍ରିକେଟର ଅତୀତର ପ୍ରଦର୍ଶନ ଗୁରୁତ୍ବ ରଖେନାହିଁ। ରୋହିତଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆ ଭାରତକୁ ହରାଇବାକୁ ଲକ୍ଷ୍ୟ ରଖିଛି।

ଏଭଳି ସ୍ଥିତିରେ ଶିଖର୍ ଧୱନଙ୍କ ସହ ମୟଙ୍କ ଅଗ୍ରୱାଲ୍ କିମ୍ବା ଶୁବମନ୍ ଓପନ୍ କରିପାରନ୍ତି। ତାଙ୍କ ପରକୁ କ୍ୟାପଟେନ୍ ବିରାଟ୍ କୋହଲି, ଶ୍ରେୟସ୍ ଆୟର୍, ଲୋକେଶ ରାହୁଲ୍ ଯଥାକ୍ରମେ ତୃତୀୟ, ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଆସିବେ। କୋହଲି ଟିମରେ ଦୁଇଜଣ ସ୍ପେଶାଲିଷ୍ଟ ଅଲରାଉଣ୍ଡର ଭାବେ ହାର୍ଦ୍ଦିକ ପାଣ୍ଡ୍ୟା ଓ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ଦେଇପାରନ୍ତି। ମହମ୍ମଦ ଶାମି ଓ ଯଶପ୍ରୀତ ବୁମ୍ରାଙ୍କ ଖେଳିବା ସ୍ପଷ୍ଟ ହୋଇଥିବା ବେଳେ ତୃତୀୟ ପେସର ଭାବେ ଶାର୍ଦ୍ଦୁଲ ଠାକୁର କିମ୍ବା ନଦଭୀପ ସାଇନିଙ୍କୁ ସୁଯୋଗ ମିଳିପାରେ। ଜାଡେଜାଙ୍କ ବ୍ୟତୀତ ୨ୟ ସ୍ପିନର ଭାବେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ମଧ୍ୟରୁ ଜଣଙ୍କୁ ସୁଯୋଗ ମିଳିବ।

Image

ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ସାମ୍ନା ସର୍ବଶ୍ରେଷ୍ଠ ବୋଲିଂ ଆକ୍ରମଣ ବିପକ୍ଷରେ ହେବ। ସର୍ବଶ୍ରେଷ୍ଠ ପେସ୍ ଆକ୍ରମଣ ସାଙ୍ଗକୁ ଆଡାମ ଜାମ୍ପାଙ୍କ ଭଳି ଦକ୍ଷ ସ୍ପିନର ମଧ୍ୟ ଟିମରେ ଅଛନ୍ତି, ଯିଏ ଅନେକଥର ବିରାଟ୍ କୋହଲିଙ୍କୁ ସମସ୍ୟାରେ ପକାଇଛନ୍ତି। ଡେଭିଡ୍ ୱାର୍ଣ୍ଣର ଓ ଷ୍ଟିଭ୍ ସ୍ମିଥଙ୍କ କମବ୍ୟାକ୍ ପରେ ଟିମର ବ୍ୟାଟିଂ ଲାଇନ୍ ଅଧିକ ମଜଭୁତ୍ ହୋଇଛି। ସେହିପରି ଯୁବ ବ୍ୟାଟ୍ସମ୍ୟାନ୍ ମାର୍ନସ୍ ଲାବୁଶେନ୍, ୱିକେଟକିପର ଆଲେକ୍ସ କ୍ୟାରୀ ଓ ଗ୍ଲେନ୍ ମ୍ୟାକ୍ସୱେଲ୍ ମିଡଲ୍ ଅର୍ଡର ସମ୍ଭାଳିବେ। ଆଇପିଏଲରେ ଦମଦାର ପ୍ରଦର୍ଶନ କରିଥିବା ମାର୍କସ୍ ଷ୍ଟୋଇନିସ୍ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇବା ଏକପ୍ରକାର ନିଶ୍ଚିତ।

ସମ୍ଭାବ୍ୟ ଏକାଦଶ
ଭାରତ: ଶିଖର ଧୱନ୍, ମୟଙ୍କ ଅଗ୍ରୱାଲ୍, ବିରାଟ୍ କୋହଲି (ଅଧିନାୟକ), ଶ୍ରେୟସ୍ ଆୟର୍, ଲୋକେଶ ରାହୁଲ୍ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଶାର୍ଦ୍ଦୁଲ ଠାକୁର/ନଭଦୀପ ସାଇନି, ୟୁଜବେନ୍ଦ୍ର ଚହଲ୍/କୁଲଦୀପ ଯାଦବ, ମହମ୍ମଦ ଶାମି, ଯଶପ୍ରୀତ ବୁମ୍ରା।

ଅଷ୍ଟ୍ରେଲିଆ: ଡେଭିଡ୍ ୱାର୍ଣ୍ଣର୍, ଆରୋନ୍ ଫିଞ୍ଚ୍, ଷ୍ଟିଭେନ୍ ସ୍ମିଥ୍, ମାର୍ନସ୍ ଲାବୁଶେନ୍, ମାର୍କସ୍ ଷ୍ଟୋଇନିସ୍, ଆଲେକ୍ସ କ୍ୟାରୀ (ୱିକେଟକିପର), ଗ୍ଲେନ୍ ମ୍ୟାକ୍ସୱେଲ୍, ପ୍ୟାଟ୍ କମିନ୍ସ, ମିଚେଲ୍ ଷ୍ଟାର୍କ, ଆଡାମ ଜାମ୍ପା, ଜୋଶ୍ ହେଜଲଉଡ୍।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story