ବାସେଲ୍: ସ୍ୱିସ୍ ଗ୍ରାଁ ପ୍ରି ଗୋଲ୍ଡ ବ୍ୟାଡମିଣ୍ଟନ୍ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ସାଇନା ନେହୱାଲ ଓ ଏଚ୍ ଏସ୍ ପ୍ରଣୟ। ମହିଳା ବର୍ଗ ଏକକ ଓ ପୁରୁଷ ବର୍ଗ ଏକକରେ ଯଥାକ୍ରମେ ସାଇନା ଓ ପ୍ରଣୟ ୮ଟି ଲେଖାଏଁ ମ୍ୟାଚ୍ ଜିତି ସେମିରେ ପହଞ୍ଚିଛନ୍ତି।
ଦୁଇ ଥର ଚାମ୍ପିଅନ୍ ହୋଇଥିବା ସାଇନା ଜାପାନର ସାୟାକା ସାତୋଙ୍କୁ ୧୩-୨୧, ୨୧-୧୫, ୨୧-୧୪ରେ ହରାଇ ସେମିରେ ପହଞ୍ଚିଛନ୍ତି। ଅଲିମ୍ପିକ୍ରେ ବ୍ରୋଞ୍ଜ ପଦକ ହାତେଇଥିବା ସାଇନା ସେମିରେ ୱାଙ୍ଗ ୟିହାନ୍ଙ୍କୁ ଭେଟିବେ।
ପୁରୁଷ ଏକକ ବର୍ଗରେ ପ୍ରଣୟ ଥାଇଲାଣ୍ଡର ତାନୋଙ୍ଗସାକ୍ଙ୍କୁ ୨୧-୧୮, ୨୨-୨୪, ୨୧-୯ରେ ପରାଜିତ କରି ସେମି ଫାଇନାଲ୍ରେ ପ୍ରବେଶ କରିଛନ୍ତି। ଆସନ୍ତା ମ୍ୟାଚ୍ରେ ସେ ଚାଇନିଜ୍ ତାପେଇର ତଜୁ ୱେଇ ୱାଙ୍ଗଙ୍କୁ ଭେଟିବେ।
୨୦୧୪ରେ ଅଷ୍ଟ୍ରେଲିଆନ୍ ଇଣ୍ଟରନ୍ୟାସ୍ନାଲ୍ ଚ୍ୟାଲେଞ୍ଜରେ ୱେଇ ୱାଙ୍ଗଙ୍କ ଠାରୁ ହାରି ଯାଇଥିଲେ ପ୍ରଣୟ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।