ରୋହତକ୍‌ ବିଶ୍ୱବିଦ୍ୟାଳୟର କୁସ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି ପାଇଲେ ସାକ୍ଷୀ

ଚଣ୍ଡୀଗଡ: ରୋହତକ୍‌ ସହରରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର କୁସ୍ତି ନିର୍ଦ୍ଦେଶକ ଭାବେ ଆଜି ନିଯୁକ୍ତି ପାଇଛନ୍ତି ରିଓ ଅଲିମ୍ପିକ୍‌ରେ ବ୍ରୋଞ୍ଚ ପଦକ ଜିତିଥିବା ସାକ୍ଷୀ ମାଲିକ। ଆଜି ତାଙ୍କୁ ହରିୟାଣା ସରକାର ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି। ହରିୟାଣାର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୀଲ ଭେଜ୍‌ କହିଛନ୍ତି,“ଅଲିମ୍ପିକ୍‌ରେ ବ୍ରୋଞ୍ଚ ବିଜୟୀନୀ ସାକ୍ଷୀ ମଲିକ୍‌ଙ୍କୁ ଆଜି ରୋହତକ୍‌ ବିଶ୍ୱବିଦ୍ୟାଳୟର କୁସ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ୨୧ ଲକ୍ଷ ଟଙ୍କା ଓ ୫୦୦ […]

sakhi

sakhi

Rakesh Mallick
  • Published: Monday, 05 September 2016
  • Updated: 05 September 2016, 06:58 PM IST

Sports

Latest News

ଚଣ୍ଡୀଗଡ: ରୋହତକ୍‌ ସହରରେ ଥିବା ମହର୍ଷି ଦୟାନନ୍ଦ ବିଶ୍ୱବିଦ୍ୟାଳୟର କୁସ୍ତି ନିର୍ଦ୍ଦେଶକ ଭାବେ ଆଜି ନିଯୁକ୍ତି ପାଇଛନ୍ତି ରିଓ ଅଲିମ୍ପିକ୍‌ରେ ବ୍ରୋଞ୍ଚ ପଦକ ଜିତିଥିବା ସାକ୍ଷୀ ମାଲିକ। ଆଜି ତାଙ୍କୁ ହରିୟାଣା ସରକାର ଏହି ପଦବୀରେ ନିଯୁକ୍ତି ଦେଇଛନ୍ତି।

ହରିୟାଣାର କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ଅନୀଲ ଭେଜ୍‌ କହିଛନ୍ତି,“ଅଲିମ୍ପିକ୍‌ରେ ବ୍ରୋଞ୍ଚ ବିଜୟୀନୀ ସାକ୍ଷୀ ମଲିକ୍‌ଙ୍କୁ ଆଜି ରୋହତକ୍‌ ବିଶ୍ୱବିଦ୍ୟାଳୟର କୁସ୍ତି ନିର୍ଦ୍ଦେଶକ ଭାବେ ନିଯୁକ୍ତି ଦିଆଯାଇଛି। ଏହାସହ ୨୧ ଲକ୍ଷ ଟଙ୍କା ଓ ୫୦୦ ସ୍କୋୟାର ୟାର୍ଡର ଏକ ପ୍ଲଟ ଦିଆଯାଇଛି। ତାଙ୍କ କୋଚ୍‌ଙ୍କୁ ସ୍ୱତନ୍ତ୍ର ନିୟମ ଅନୁସାରେ ପଦୋନ୍ନତି ଦିଆଯିବ।”

ରାଜ୍ୟର କ୍ରୀଡାନୀତି ଅନୁସାରେ ତାଙ୍କୁ ୨.୫ କୋଟି ଟଙ୍କା ପ୍ରଦାନ କରିଛନ୍ତି ହରିୟାଣା ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos