ସମରବୀରା ବାଂଲାଦେଶ କ୍ରିକେଟ୍ ଟିମ୍ର ବ୍ୟାଟିଂ ପରାମର୍ଶଦାତା ନିଯୁକ୍ତ
ଢାକା: ଶ୍ରୀଲଙ୍କାର ପୂର୍ବତନ କ୍ରିକେଟର୍ ଥିଲାନ୍ ସମରବୀରା ବାଂଲାଦେଶ କ୍ରିକେଟ୍ ଟିମ୍ର ବ୍ୟାଟିଂ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି। ଆସନ୍ତା ମାସରେ ଇଂଲଣ୍ଡ ବାଂଲାଦେଶ ଗସ୍ତରେ ଆସିବାକୁ ଥିବା ବେଳେ ଏହି ସିରିଜ୍ ପାଇଁ ସେ ବ୍ୟାଟିଂ ପରାମର୍ଶଦାତା ରହିବେ।
ୱେଷ୍ଟ ଇଣ୍ଡିଜ୍ର ପୂର୍ବତନ ପେସ୍ ବୋଲର୍ କର୍ଟିନ୍ ୱାଲ୍ସ ବାଂଲାଦେଶ କ୍ରିକେଟ୍ ଟିମ୍ର ସ୍ୱତନ୍ତ୍ର ପେସ୍ ବୋଲିଂ କୋଚ୍ ହେବାକୁ ସହମତି ପ୍ରକାଶ କରିବା ପରେ ଆଜି ସମରବୀରାଙ୍କୁ ଏହି ନିଯୁକ୍ତି ଦିଆଯାଇଛି।
ସେପ୍ଟେମ୍ବର ୩୦ରେ ଇଂଲଣ୍ଡ କ୍ରିକେଟ୍ ଟିମ୍ ଢାକାରେ ପହଞ୍ଚିବ। ଏହି ଗସ୍ତ କାଳରେ ଟିମ୍ ବାଂଲାଦେଶ ସହିତ ଦୁଇଟି ଟେଷ୍ଟ୍ ଓ ତିନିଟି ଦିନିକିଆ ମ୍ୟାଚ୍ ଖେଳିବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।