ଶୁକ୍ରବାର ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଭାରତୀୟ ଟିମ୍ ଚୟନ: ଫୋକସରେ ଧୋନି

ନୂଆଦିଲ୍ଲୀ: ଆସନ୍ତାମାସରେ ହେବାକୁଥିବା ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ଭାରତୀୟ ଦଳର ଚୟନ କରାଯିବ। ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଚୟନ କରାଯିବ। ଏଥିରେ ସମସ୍ତଙ୍କ ନଜର କ୍ୟାପଟେନ୍ ବିରାଟ କୋହଲିଙ୍କ ଉପଲବ୍ଧ ଏବଂ ଭେଟେରାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ଉପରେ ରହିବ। ୩୮ ବର୍ଷୀୟ ଧୋନି ଏବେ ନିଜ ବ୍ୟାଟ୍ ଦ୍ୱାରା ଆଉ ପୂର୍ବଭଳି ମ୍ୟାଚ୍ ଫିନିଶର୍ ଭୂମିକା ତୁଲାଇ ପାରୁନାହାନ୍ତି, ଯେଉଁକାରଣରୁ ତାଙ୍କୁ ସମାଲୋଚନା ହେବାକୁ ପଡ଼ୁଛି। ଧୋନି […]

team-india

team-india

Hemant Lenka
  • Published: Thursday, 18 July 2019
  • Updated: 18 July 2019, 04:55 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାମାସରେ ହେବାକୁଥିବା ୱେଷ୍ଟଇଣ୍ଡିଜ୍ ଗସ୍ତ ପାଇଁ ଶୁକ୍ରବାର ଭାରତୀୟ ଦଳର ଚୟନ କରାଯିବ। ମୁଖ୍ୟ ଚୟନକର୍ତ୍ତା ଏମଏସକେ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏହି ଟିମ୍ ଚୟନ କରାଯିବ। ଏଥିରେ ସମସ୍ତଙ୍କ ନଜର କ୍ୟାପଟେନ୍ ବିରାଟ କୋହଲିଙ୍କ ଉପଲବ୍ଧ ଏବଂ ଭେଟେରାନ୍ ମହେନ୍ଦ୍ର ସିଂହ ଧୋନିଙ୍କ ଭବିଷ୍ୟତ ଉପରେ ରହିବ। ୩୮ ବର୍ଷୀୟ ଧୋନି ଏବେ ନିଜ ବ୍ୟାଟ୍ ଦ୍ୱାରା ଆଉ ପୂର୍ବଭଳି ମ୍ୟାଚ୍ ଫିନିଶର୍ ଭୂମିକା ତୁଲାଇ ପାରୁନାହାନ୍ତି, ଯେଉଁକାରଣରୁ ତାଙ୍କୁ ସମାଲୋଚନା ହେବାକୁ ପଡ଼ୁଛି।

ଧୋନି ଏପର୍ଯ୍ୟନ୍ତ ନିଜ ସନ୍ନ୍ୟାସ ସମ୍ବନ୍ଧରେ କିଛି ବି କହିନାହାନ୍ତି, କିନ୍ତୁ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଅଗଷ୍ଟ ୩ ତାରିଖରୁ ଆରମ୍ଭ ହେଉଥିବା ୱେଷ୍ଟଇଣ୍ଡିଜ୍ ଗସ୍ତରେ ଭାରତ ତିନୋଟି ଟି-୨୦, ତିନୋଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ ମ୍ୟାଚ୍ ଖେଳିବ। ଆସନ୍ତାବର୍ଷ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପକୁ ଦୃଷ୍ଟିରେ ରଖି ଚୟନକର୍ତ୍ତା ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ତଙ୍କୁ ସୁଯୋଗ ଦେଇପାରନ୍ତି, ଯାହାଙ୍କୁ ଧୋନିଙ୍କ ଉତ୍ତରାଧିକାରୀ ବୋଲି କୁହାଯାଉଛି।

ଧୋନିଙ୍କୁ ଗତବର୍ଷ ଅକ୍ଟୋବରେ ୱେଷ୍ଟଇଣ୍ଡିଜ୍ ଓ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଚୟନ କରାଯାଇନଥିଲା। ତେଣୁ ଏଥର ଧୋନିଙ୍କୁ ବାହାରେ ରଖିବାର ପୂରା ସମ୍ଭାବନା ରହିଛି। ପନ୍ତଙ୍କୁ ବିଶ୍ୱକପରେ ଆହତ ଶିଖର ଧୱନଙ୍କ ସ୍ଥାନରେ ସାମିଲ୍ କରାଯାଇଥିଲା। ଭାରତ ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିଲେ ହେଁ, ସେମିଫାଇନାଲରେ ହାରି ବିଦାୟ ନେଇଥିଲା। ଆଉ ଏକ ବଡ଼ କଥା ହେଉଛି କୋହଲିଙ୍କ ଉପଲବ୍ଧ, ଯିଏ ଲମ୍ବା ସମୟ ଧରି ଖେଳିଆସୁଛନ୍ତି । କିଛି ଲୋକଙ୍କ କହିବା ଅନୁସାରେ, ଆଗକୁ ଲମ୍ବା ଘରୋଇ ସିଜନକୁ ଦୃଷ୍ଟିରେ ରଖି କୋହଲିଙ୍କୁ ବିଶ୍ରାମ ଦିଆଯିବା ଦରକାର। ଏଭଳି ସ୍ଥିତିରେ ରୋହିତ୍ ଶର୍ମାଙ୍କୁ ସୀମିତ ଓଭର ଫର୍ମାଟରେ କ୍ୟାପଟେନ୍ କରାଯିବା ଦରକାର।

ୱେଷ୍ଟଇଣ୍ଡିଜ୍ ବିପକ୍ଷ ଦୁଇଟି ଟେଷ୍ଟ ଆଇସିସି ଟେଷ୍ଟ ଚାମ୍ପିଅନଶିପର ଅଂଶ। ତେଣୁ କୋହଲିଙ୍କର ଟେଷ୍ଟ ଟିମରେ ରହିବା ପକ୍କା। ପେସ୍ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ମଧ୍ୟ ଚୟନକମିଟି ବିଶ୍ରାମ ଦେଇପାରନ୍ତି। ଚୟନକମିଟି ମଧ୍ୟକ୍ରମର ସଂଯୋଜନ ଉପରେ ମଧ୍ୟ ଆଲୋଚନା କରିବେ, ଯାହା ବିଶ୍ୱକପ୍ ସେମୀଫାଇନାଲରେ ଭାରତ ପରାଜୟର ପ୍ରମୁଖ କାରଣ ଥିଲା। ଚାରି ନମ୍ବର ସ୍ଥାନକୁ ପକ୍କା କରିବା ନିହାତି ଆବଶ୍ୟକ। ଏହି ବୈଠକରେ ମଧ୍ୟକ୍ରମକୁ ନେଇ ଅଧିକ ଚର୍ଚ୍ଚା ହେବ ବୋଲି କୁହାଯାଉଛି।

ଚୟନକର୍ତ୍ତାଙ୍କ ପାଖରେ କର୍ଣ୍ଣାଟକାର ମୟଙ୍କ ଅଗ୍ରୱାଲ୍ ଓ ମନୀଷ ପାଣ୍ଡେ ଏବଂ ମୁମ୍ବାଇର ଶ୍ରେୟସ ଆୟରଙ୍କ ଭଳି ଭଲ ବିକଳ୍ପ ଉପସ୍ଥିତ ଅଛନ୍ତି, ଯେଉଁମାନେ ଘରୋଇ ସର୍କିଟରେ ଲଗାତାର ଭଲ ଖେଳିଆସୁଛନ୍ତି। ପାଣ୍ଡେ ୱେଷ୍ଟଇଣ୍ଡିଜ୍-ଏ' ବିପକ୍ଷ ମ୍ୟାଚରେ ଭାରତ-ଏ' ପକ୍ଷରୁ ଶତକ ମାରିଥିଲେ। ଅମ୍ବାତି ରାୟୁଡୁଙ୍କ ଅବସର ନେବା ଏବଂ ବିଜୟ ଶଙ୍କରଙ୍କ ବିଫଳ ହେବା ଦ୍ୱାରା ଏହି ତିନି ଖେଳାଳିଙ୍କ ପାଇଁ ବାଟ ଖୋଲି ଯାଇଛି। ଚୟନକର୍ତ୍ତା ଯୁବ ବ୍ୟାଟ୍ସମ୍ୟାନ୍ ଶୁବମାନ ଗିଲ୍ ଏବଂ ପୃଥ୍ୱୀ ଶ'ଙ୍କ ନାମ ଉପରେ ମଧ୍ୟ ବିଚାର କରିପାରନ୍ତି। ଯେହେତୁ ପୃଥ୍ୱୀ ବର୍ତ୍ତମାନ ଆହତ ସମସ୍ୟାରେ ଅଛନ୍ତି, ତେଣୁ ଗିଲଙ୍କ ନାମ ବିଚାର କରାଯାଇପାରେ।

ଦିନେଶ କାର୍ତ୍ତିକ ଓ କେଦାର ଯାଦବଙ୍କ ନାମରେ ବିଚାର କରିବାର ସମ୍ଭାବନା ନାହିଁ, ଯିଏ ବିଶ୍ୱକପରେ ବିଫଳ ରହିଥିଲେ। ଲୋକେଶ ରାହୁଲ, ହାର୍ଦ୍ଦିକ ପାଣ୍ଡ୍ୟା, କୁଲଦୀପ ଯାଦବ, ୟୁଜବେନ୍ଦ୍ର ଚହଲଙ୍କ ଚୟନ ଏକ ପ୍ରକାର ନିଶ୍ଚିତ। ନୂଆ ମୁହଁ ଭାବେ ରାହୁଲ୍ ଚହର ଓ ନବଦୀପ ସାଇନିଙ୍କ ବ୍ୟତୀତ ଖଲୀଲ ଅହମ୍ମଦ, ଦୀପକ ଚହର୍ ଏବଂ ଆଭେଶ ଖାନଙ୍କ ନାମ ଉପରେ ବିଚାର କରାଯାଇପାରେ। ତେବେ ଭାରତର ଦୁଇ ମୁଖ୍ୟ ପେସର୍ ମହମ୍ମଦ ଶାମି ଓ ଭୁବନେଶ୍ୱର କୁମାର ନିଜ ନିଜର ସ୍ଥାନ ବଜାୟ ରଖିବେ। ଫିଟ୍ ହୋଇଥିବା ଋଦ୍ଧିମାନ୍ ସାହାଙ୍କୁ ଟେଷ୍ଟ ପାଇଁ ସିଲେକ୍ଟ କରାଯାଇପାରେ। ସୂଚନାଯୋଗ୍ୟ, ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ଅଗଷ୍ଟ ୩ରୁ ୬, ଦିନିକିଆ ସିରିଜ୍ ଅଗଷ୍ଟ ୮ରୁ ୧୪ ମଧ୍ୟରେ ଖେଳାଯିବ। ଏହା ପରେ ଦୁଇମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଯଥାକ୍ରମେ ଅଗଷ୍ଟ ୨୨ ଓ ସେପ୍ଟେମ୍ବର ୩ ତାରିଖରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story