ମାରାଡୋନାଙ୍କ ପରେ ଆଉ ଜଣେ ବିଶ୍ୱକପ୍ ହିରୋଙ୍କ ପରଲୋକ
ନୂଆଦିଲ୍ଲୀ: ଆର୍ଜେଣ୍ଟିନାର ମହାନ୍ ଫୁଟବଲର ଡିଏଗୋ ମାରାଡୋନାଙ୍କର ପରଲୋକ ପରେ ପରେ ଏବେ ଆଉଜଣେ ମହାନ୍ ତାରକାଙ୍କ ଦେହାନ୍ତ ଫୁଟବଲ ଜଗତକୁ ଦୋହଲାଇ ଦେଇଛି। ସେନେଗଲଙ୍କ କିମ୍ବଦନ୍ତୀ ଫୁଟବଲର ପାପା ବୌବା ଡିଅପ୍ଙ୍କର ମାତ୍ର ୪୨ ବର୍ଷ ବୟସରେ ଦେହାନ୍ତ ହୋଇଛି।
ପାପା ଦୀର୍ଘଦିନ ହେବ ଅସୁସ୍ଥ ଥିଲେ। ହେଲେ ରବିବାର ରାତିରେ ପ୍ୟାରିସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ଫୁଟବଲ ଜଗତରେ ଶୋକର ଛାୟା ଖେଳିଯାଇଛି। ଇଂଲଣ୍ଡର ପୂର୍ବତନ ମିଡଫିଲ୍ଡର୍ କ୍ରିସ୍ କାମରା ସମେତ ଅନେକ ଫୁଟବଲର୍ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
FIFA is saddened to learn of the passing of Senegal legend Papa Bouba Diop.
Once a World Cup hero, always a World Cup hero. pic.twitter.com/akUJoPxCal
— FIFA World Cup (@FIFAWorldCup) November 29, 2020
ପାପା ସେହି ଫୁଟବଲର, ଯିଏ ୨୦୦୨ ଫିଫା ୱାର୍ଲ୍ଡ କପରେ ନିଜର ଯାଦୁଗରୀ ଗୋଲ୍ ବଳରେ ଚାମ୍ପିୟନ୍ ଫ୍ରାନ୍ସକୁ ହରାଇଥିଲା। ତାଙ୍କର ସେହି ଏକମାତ୍ର ଗୋଲ ବଳରେ ଫିଫା ରାଙ୍କିଙ୍ଗରେ ବହୁ ପଛରେ ଥିବା ସେନେଗଲ୍ ଫ୍ରାନ୍ସ ଭଳି ମଜଭୁତ୍ ଦଳକୁ ୧-୦ରେ ହରାଇ ଇତିହାସ ରଚିଥିଲା। ଉକ୍ତ ମୁକାବିଲାରେ ପାପାଙ୍କ ପ୍ରଦର୍ଶନ ସମସ୍ତଙ୍କୁ ଚକିତ କରିଦେଇଥିଲେ। ଏହାମଧ୍ୟ ୱାର୍ଲ୍ଡକପର ପ୍ରଥମ ମ୍ୟାଚ୍ ଥିଲା।
For you, Wardrobe.
RIP Papa Bouba Diop. 🖤 pic.twitter.com/f0WHEVvhka
— Fulham Football Club (@FulhamFC) November 29, 2020
୨୮ ଜାନୁଆରୀ, ୧୯୭୮ରେ ଜନ୍ମିତ ଏହି ଷ୍ଟାର୍ ଫୁଟବଲର୍ ନିଜ କ୍ୟାରିୟରରେ ଫୁଲହାମ୍, ୱେଷ୍ଟ ହାମ୍ ୟୁନାଇଟେଡ୍ ଏବଂ ବର୍ମିଂହାମ୍ ସିଟି ଭଳି ନାମୀ ଫୁଟବଲ୍ କ୍ଲବ୍ ପକ୍ଷରୁ ଖେଳିଛନ୍ତି। ସେ ନିଜର ପେସାଦାର କ୍ୟାରିୟରରେ ୨୬୧ ମ୍ୟାଚ୍ ଖେଳି ୨୬ ଗୋଲ୍ ଦେଇଛନ୍ତି। ସେହିପରି ଅନ୍ତର୍ଜାତୀ କ୍ୟାରିୟରରେ ପାପା ୬୩ ମ୍ୟାଚରେ ୧୧ ଗୋଲ୍ ସ୍କୋର କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।