ଟି-୨୦ ବିଶ୍ୱକପ୍‌ ପରେ ଅବସର ନେବେ ୱାଟ୍‌ସନ

ମହାଲି: ଆଇସିସି ବିଶ୍ୱକପ୍‌ ଟି-୨୦ ପରେ ୧୪ ବର୍ଷର କ୍ରିକେଟ ଜୀବନରୁ ଅବସର ନେବେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ସେନ୍‌ ୱାଟସନ୍‌। ଏ ନେଇ ସେ ଆଜି ସୂଚନା ଦେଇଛନ୍ତି। ଅବସର ନେବା ସମ୍ପର୍କିତ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି। ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଅଷ୍ଟ୍ରେଲିଆକୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିବାକୁ ପଡିବ। ସେହିପରି ପାକିସ୍ତାନ ପାଇଁ ମଧ୍ୟ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ। ୨୫ ତାରିଖରେ ଉଭୟ ଦଳ ପରସ୍ପରକୁ […]

Shane-Watson

Shane-Watson

Rakesh Mallick
  • Published: Thursday, 24 March 2016
  • Updated: 24 March 2016, 03:47 PM IST

ମହାଲି: ଆଇସିସି ବିଶ୍ୱକପ୍‌ ଟି-୨୦ ପରେ ୧୪ ବର୍ଷର କ୍ରିକେଟ ଜୀବନରୁ ଅବସର ନେବେ ଅଷ୍ଟ୍ରେଲିଆ ଅଲ୍‌ରାଉଣ୍ଡର ସେନ୍‌ ୱାଟସନ୍‌। ଏ ନେଇ ସେ ଆଜି ସୂଚନା ଦେଇଛନ୍ତି। ଅବସର ନେବା ସମ୍ପର୍କିତ ସାମ୍ବାଦିକଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ସେ ଏହା କହିଛନ୍ତି।

ସେମି ଫାଇନାଲ ଦୌଡ଼ରେ ରହିବାକୁ ହେଲେ ଅଷ୍ଟ୍ରେଲିଆକୁ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ଜିତିବାକୁ ପଡିବ। ସେହିପରି ପାକିସ୍ତାନ ପାଇଁ ମଧ୍ୟ ଏହି ମ୍ୟାଚ୍‌ ଗୁରୁତ୍ୱପୂର୍ଣ୍ଣ। ୨୫ ତାରିଖରେ ଉଭୟ ଦଳ ପରସ୍ପରକୁ ମୋହାଲିରେ ଭେଟିବେ। ଏଥିପାଇଁ ଉଭୟ ଦଳ କଡ଼ା ଅଭ୍ୟାସ କରୁଛନ୍ତି।

ସେ କହିଛନ୍ତି, “ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାର ସମୟ ଉପନୀତ ହୋଇଛି। ଆଇସିସି ଟି଼-୨୦ ବିଶ୍ୱକପ୍‌ ପରେ ଏହା ପ୍ରକୃତ ସମୟ ହେବ ବୋଲି ମୁଁ ଭାବୁଛି।”

ୱାଟ୍‌ସନ ୫୯ଟି ଟେଷ୍ଟରୁ ୩,୭୩୧ରନ୍‌ ସଂଗ୍ରହ କରିଥିବା ବେଳେ ୭୫ଟି ୱିକେଟ୍‌ ନେଇଛନ୍ତି। ଏକଦିବସୀୟରେ ସେ ୧୯୦ଟି ଦିନିକିଆରୁ ୫,୭୫୭ ରନ୍‌ ସଂଗ୍ରହ କରିଥିବା ବେଳେ ୧୬୮ ୱିକେଟ୍‌ ନେଇଛନ୍ତି। ୫୬ଟି ଟି-୨୦ରୁ ୧୪୦୦ରନ୍‌ କରିଥିବା ବେଳେ ୪୬ଟି ୱିକେଟ ଅକ୍ତିୟାର କରିଛନ୍ତି।

ସୂଚନାଯୋଗ୍ୟ, ୩୪ ବର୍ଷୀୟ ୱାଟ୍‌ସନ ପୂର୍ବରୁ ଟେଷ୍ଟରୁ ଅବସର ନେଇ ସାରିଛନ୍ତି। ସେ ୧୪ ବର୍ଷ ତଳେ ଆଜିର ଦିନରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେଞ୍ଚୁରିଆନ୍‌ରେ ଦିନିକିଆ କ୍ରିକେଟ୍‌ ଜୀବନ ଆରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos