ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସାରେ ପୋତିଲେ ପାକିସ୍ତାନୀ କ୍ରିକେଟର୍

ନୂଆଦିଲ୍ଲୀ: ଅନେକ ସମୟରେ ପାକିସ୍ତାନୀଙ୍କ ମୁହଁରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କଟୁ ଶବ୍ଦର ପ୍ରୟୋଗ କରୁଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ବହୁତ କମ୍ ପାକିସ୍ତାନୀ ଅଛନ୍ତି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ବି କରନ୍ତି। ଏହି ତାଲିକାରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍। ତେବେ ଅଖତର କାହିଁକି ମୋଦିଙ୍କୁ ପ୍ରଶଂସା କଲେ ଏବଂ ଏହା ପଛର କାରଣ କ’ଣ। କରୋନାଭାଇରସ୍ ବିରୋଧରେ ଭାରତର ଲଢ଼େଇକୁ ଅଖତର ଖୁବ୍ ପ୍ରଶଂସା […]

modi-and-akhtar

modi-and-akhtar

Ranjit Kumar Jena
  • Published: Monday, 27 April 2020
  • Updated: 27 April 2020, 01:58 PM IST

Sports

Latest News

ନୂଆଦିଲ୍ଲୀ: ଅନେକ ସମୟରେ ପାକିସ୍ତାନୀଙ୍କ ମୁହଁରୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତି କଟୁ ଶବ୍ଦର ପ୍ରୟୋଗ କରୁଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ବହୁତ କମ୍ ପାକିସ୍ତାନୀ ଅଛନ୍ତି, ଯିଏ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଶଂସା ବି କରନ୍ତି। ଏହି ତାଲିକାରେ ସାମିଲ୍ ହୋଇଛନ୍ତି ପାକିସ୍ତାନର ପୂର୍ବତନ ପେସ୍ ବୋଲର ଶୋଏବ ଅଖତର୍। ତେବେ ଅଖତର କାହିଁକି ମୋଦିଙ୍କୁ ପ୍ରଶଂସା କଲେ ଏବଂ ଏହା ପଛର କାରଣ କ'ଣ।

କରୋନାଭାଇରସ୍ ବିରୋଧରେ ଭାରତର ଲଢ଼େଇକୁ ଅଖତର ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, "ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ କରୋନାଭାଇରସ୍ ବିରୋଧରେ ଉଚିତ୍ ସମୟରେ ଉଚିତ୍ ପଦକ୍ଷେପ ନେଇଛି। ଏପରିକି ଭାରତରେ ଚାଲିଥିବା ଲକଡାଉନ୍ ସବୁଠାରୁ ବଡ଼ ପଦକ୍ଷେପ। ତେଣୁ ମୋଦିଙ୍କ ପାଇଁ ଭାରତ ସୁରକ୍ଷିତ ଅଛି ଏବଂ ତାଙ୍କୁ ଏସବୁର ଶ୍ରେୟ ମିଳିବା ଦରକାର।" ନିକଟରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ୍ ଆଫ୍ରିଦି ମୋଦିଙ୍କୁ ଖୁବ୍ ସମାଲୋଚନା କରିଥିଲେ ଏବଂ କହିଥିଲେ ଯେପର୍ଯ୍ୟନ୍ତ ମୋଦି ଅଛନ୍ତି, ସେ ଯାଏ ଭାରତ-ପାକିସ୍ତାନ ସମ୍ପର୍କରେ ସୁଧାର ଆସିବ ନାହିଁ।

ଅଖତର ମଧ୍ୟ ଭାରତ ଓ ପାକିସ୍ତାନ କ୍ରିକେଟ୍‌ ସମ୍ପର୍କକୁ ନେଇ ନିଜ ମତ ରଖିଛନ୍ତି। ସେ କହିଛନ୍ତି, "ଭାରତ ଓ ପାକିସ୍ତାନ ଶାଶୁ-ବୋହୂ ଭଳି ମୁହଁ ଫୁଲେଇ ବସିଛନ୍ତି। କଥାବାର୍ତ୍ତା ଦ୍ୱାରା ସବୁ ବିବାଦର ଅନ୍ତ ଘଟିବ, କିନ୍ତୁ କେହିବି ଆଲୋଚନା କରିବାକୁ ପ୍ରସ୍ତୁତ ନାହାନ୍ତି। ତେଣୁ ଉଭୟ ଦେଶ ତରଫରୁ ଜଣଙ୍କୁ ଆଗକୁ ଆସିବାକୁ ପଡ଼ିବ ବୋଲି ଅଖତର କହିଛନ୍ତି।"

ସୂଚନାଯୋଗ୍ୟ, କରୋନାଭାଇରାସ୍ ପାକିସ୍ତାନକୁ ଅଧିକ ଆର୍ଥିକ କ୍ଷତି ପହଞ୍ଚାଇଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଲଗାତର ଅପିଲ୍ କରୁଛନ୍ତି, କିନ୍ତୁ କେହି ତାଙ୍କୁ ସହାୟତା କରିବାକୁ ଆଗକୁ ଆସୁନାହାନ୍ତି। ଏପରିକି ପାକିସ୍ତାନର ଅତି ନିକଟତର କୁହାଯାଉଥିବା ଚାଇନା ମଧ୍ୟ ସେମାନଙ୍କର ସହାୟତା କରିବାକୁ ପଛାଉଛି। ପାକିସ୍ତାନରେ କରୋନାଭାଇରସରେ ଏପର୍ଯ୍ୟନ୍ତ ୧୨ହଜାରରୁ ଅଧିକ ଲୋକେ ଆକ୍ରାନ୍ତ ହୋଇଥିବା ବେଳେ ୩୦୦ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos