ପ୍ରଥମ ମ୍ୟାଚ୍‌ରେ ବାଜି ମାରିଲେ ସିନ୍ଧୁ

ମୁମ୍ବାଇ: ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗ୍ ସିଜିନ୍-୪ ଶନିବାର ଠାରୁ ଆରମ୍ଭ ହୋଇଛି। ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏହି ମୁକାବିଲାରେ ବିଶ୍ୱର ଦୁଇ ଜଣ ଜଣାଶୁଣା ଖେଳାଳି ମୁହାଁମୁହିଁ ହୋଇଥିଲେ। ସେମାନେ ହେଲେ ଭାରତର ପି.ଭି ସିନ୍ଧୁ ଓ ସ୍ପେନ୍‌ର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କ୍ୟାରୋଲିନା ମାରିନ୍। କିଛି ଦିନ ତଳେ ୱାର୍ଲ୍ଡ ଟୁର୍‌ ଟାଇଟଲ୍‌ ହାସଲ କରିଥିବା ସିନ୍ଧୁ ଏହି ମ୍ୟାଚ୍‌ରେ ୧୧-୧୫, ୧୫-୮ ଓ ୧୫-୧୩ରେ କ୍ୟାରୋଲିନାଙ୍କୁ ପରାସ୍ତ କରିଥିଲେ। […]

Sindhu

Sindhu

Jitendra Garnayak
  • Published: Sunday, 23 December 2018
  • Updated: 23 December 2018, 10:45 AM IST

Sports

Latest News

ମୁମ୍ବାଇ: ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗ୍ ସିଜିନ୍-୪ ଶନିବାର ଠାରୁ ଆରମ୍ଭ ହୋଇଛି। ଗତକାଲି ଏକ ରୋମାଞ୍ଚକର ମ୍ୟାଚ୍ ଦେଖିବାକୁ ମିଳିଥିଲା। ଏହି ମୁକାବିଲାରେ ବିଶ୍ୱର ଦୁଇ ଜଣ ଜଣାଶୁଣା ଖେଳାଳି ମୁହାଁମୁହିଁ ହୋଇଥିଲେ। ସେମାନେ ହେଲେ ଭାରତର ପି.ଭି ସିନ୍ଧୁ ଓ ସ୍ପେନ୍‌ର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା କ୍ୟାରୋଲିନା ମାରିନ୍।

କିଛି ଦିନ ତଳେ ୱାର୍ଲ୍ଡ ଟୁର୍‌ ଟାଇଟଲ୍‌ ହାସଲ କରିଥିବା ସିନ୍ଧୁ ଏହି ମ୍ୟାଚ୍‌ରେ ୧୧-୧୫, ୧୫-୮ ଓ ୧୫-୧୩ରେ କ୍ୟାରୋଲିନାଙ୍କୁ ପରାସ୍ତ କରିଥିଲେ।

ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗ୍ ସିଜିନ୍-୪ରେ ପି.ଭି ସିନ୍ଧୁ ହାଇଦ୍ରାବାଦ ହଣ୍ଟର୍ସ ପକ୍ଷରୁ ଖେଳୁଥିବା ବେଳେ କ୍ୟାରୋଲିନା ପୁନେ-୭ ଏସେସ୍‌ ପକ୍ଷରୁ ଖେଳୁଛନ୍ତି।

ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗ୍‌ର ଗତ ସିଜିନ୍‌ରେ କ୍ୟାରୋଲିନା ଗୋଟିଏ ବି ମ୍ୟାଚ୍ ହାରି ନଥିଲେ।

ଗତକାଲି ମ୍ୟାଚ୍‌କୁ ମିଶାଇ ଏଯାବତ୍ ସିନ୍ଧୁ ଓ କ୍ୟାରୋଲିନା ମୋଟ ୧୪ ଥର ବ୍ୟାଡ୍‌ମିଣ୍ଟନ୍ କୋର୍ଟରେ ମୁହାଁମୁହିଁ ହୋଇଛନ୍ତି। ଏଥିରୁ ସିନ୍ଧୁ ୭ଟିରେ ଜିତିଥିବା ବେଳେ ୭ଟିରେ ହାରିଛନ୍ତି। ଅର୍ଥାତ୍ ଉଭୟ ସମାନ ସ୍ଥିତିରେ ଅଛନ୍ତି।

ଗତ ଅଗଷ୍ଟ ମାସରେ ବିଶ୍ୱ ଚାମ୍ପିୟନସିପ୍‌ରେ ସିନ୍ଧୁ ଓ କ୍ୟାରୋଲିନାଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଏଥିରେ କ୍ୟାରୋଲିନା ବାଜି ମାରିଥିଲେ।

ଗତକାଲି ଠାରୁ ଆରମ୍ଭ ହୋଇଥିବା ପ୍ରିମିୟର ବ୍ୟାଡମିଣ୍ଟନ୍ ଲିଗ୍ ସିଜିନ୍-୪ ଜାନୁଆରୀ ୧୩ ତାରିଖରେ ସରିବ। ଏଥିରେ ୧୭ଟି ଦେଶର ମୋଟ ୯୦ ଜଣ ଖେଳାଳି ଭାଗ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos