ଧୋନିଙ୍କ ପାଇଁ ନିଜ ଘରୋଇ ଟିମରୁ ଅଣଦେଖା ହେଲେ କାର୍ତ୍ତିକ

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୨ଟି ସଂସ୍କରଣ ଇତିମଧ୍ୟରେ ଶେଷ ହୋଇଯାଇଛି। ଏହି ବ୍ୟୟବହୁଳ ଲିଗ୍ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଲାଗିଲା ଯେ ସବୁ ନାମୀ ଖେଳାଳି ନିଜ ନିଜର ଘରୋଇ ଫ୍ରାଞ୍ଚାଇଜି ଟିମ୍ ପକ୍ଷରୁ ଖେଳିବେ। ଠିକ୍ ଏଭଳି ହିଁ ହେଲା, ସୌରଭ ଗାଙ୍ଗୁଲିଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) କିଣିଲା, ସଚିନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ, ବୀରେନ୍ଦ୍ର ସେହ୍ୱାଗଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ କିଣିଲା। କିନ୍ତୁ କିଛି ଏଭଳି ନାଁ ଥିଲା, ଯାହାଙ୍କୁ […]

kartick

kartick

Ranjit Kumar Jena
  • Published: Thursday, 23 April 2020
  • Updated: 23 April 2020, 04:39 PM IST

Sports

Latest News

ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ୍)ର ୧୨ଟି ସଂସ୍କରଣ ଇତିମଧ୍ୟରେ ଶେଷ ହୋଇଯାଇଛି। ଏହି ବ୍ୟୟବହୁଳ ଲିଗ୍ ଯେତେବେଳେ ଆରମ୍ଭ ହେଲା, ସେତେବେଳେ ଲାଗିଲା ଯେ ସବୁ ନାମୀ ଖେଳାଳି ନିଜ ନିଜର ଘରୋଇ ଫ୍ରାଞ୍ଚାଇଜି ଟିମ୍ ପକ୍ଷରୁ ଖେଳିବେ। ଠିକ୍ ଏଭଳି ହିଁ ହେଲା, ସୌରଭ ଗାଙ୍ଗୁଲିଙ୍କୁ କୋଲକାତା ନାଇଟ୍ ରାଇଡର୍ସ (କେକେଆର) କିଣିଲା, ସଚିନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ, ବୀରେନ୍ଦ୍ର ସେହ୍ୱାଗଙ୍କୁ ଦିଲ୍ଲୀ ଡେୟାରଡେଭିଲ୍ସ କିଣିଲା।

କିନ୍ତୁ କିଛି ଏଭଳି ନାଁ ଥିଲା, ଯାହାଙ୍କୁ ନିଜ ଘରୋଇ ଟିମରେ ସାମିଲ୍‌ ହେବାକୁ ସୁଯୋଗ ମିଳିଲା ନାହିଁ ଏବଂ ଏସବୁରେ ସର୍ବପ୍ରଥମ ନାଁ ଦିନେଶ କାର୍ତ୍ତିକଙ୍କର ଥିଲା। ତାମିଲନାଡୁର ଏହି ଷ୍ଟାର୍ ଖେଳାଳିଙ୍କ ସ୍ଥାନରେ ଚେନ୍ନାଇ ସୁପର୍ କିଙ୍ଗସ୍ (ସିଏସକେ) ରାଞ୍ଚିରେ ଜନ୍ମିତ ମହେନ୍ଦ୍ର ସିଂ ଧୋନିଙ୍କୁ ପ୍ରାଧାନ୍ୟ ଦେଲା ଏବଂ କାର୍ତ୍ତିକଙ୍କୁ ଏହା ଖୁବ୍ ବାଧିଥିଲା। ୨୦୦୮ରେ ତାମିଲନାଡୁ ପକ୍ଷରୁ କାର୍ତ୍ତିକଙ୍କ ହିଁ ଏକମାତ୍ର ବଡ଼ ନାଁ ଥିଲେ।

ଆଜି ବି କାର୍ତ୍ତିକଙ୍କୁ ଏହି କଥା ବହୁତ ବ୍ୟଥିତ କରେ। ଏକ ୱେବସାଇଟକୁ ସାକ୍ଷାତକାର ଦେବା ଅବସରରେ କାର୍ତ୍ତିକ ଏହାର ଖୁଲାସା କରିଛନ୍ତି। କାର୍ତ୍ତିକ କହିଛନ୍ତି, "୨୦୦୮ରେ ମୁଁ ଅଷ୍ଟ୍ରେଲିଆରେ ଥିଲା ବେଳେ ଆଇପିଏଲ୍‌ ଅକ୍ସନ ହୋଇଥିଲା। ସେହି ସମୟରେ ମୋତେ ଲାଗୁଥିଲା ଯେ ମୁଁ ତାମିଲନାଡୁର ସବୁଠାରୁ ବଡ଼ ନାଁ। ଯେହେତୁ ମୁଁ ସେହି ସମୟରେ ଦେଶ ପକ୍ଷରୁ ମଧ୍ୟ ଖେଳୁଥିଲି, ତେଣୁ ଚେନ୍ନାଇ ମୋତେ ନିଶ୍ଚୟ ନେବ ବୋଲି ଆଶାବାଦୀ ଥିଲି।

ଟିମ୍ ମୋତେ କ୍ୟାପଟେନ୍ କରିବ କି ନାହିଁ, ସେ କଥା ମୁଁ ଆଦୌ ଚିନ୍ତା କରୁନଥିଲି। ଶେଷରେ ଚେନ୍ନାଇ ଧୋନିଙ୍କୁ ୧୫କୋଟି ଟଙ୍କାରେ କିଣିଲା ଏବଂ ସେହି ସମୟରେ ସେ ମୋ ପାଖରେ ହିଁ ବସିଥିଲେ। ଏପରିକି ଧୋନି ମଧ୍ୟ ମୋତେ କହିନଥିଲେ ଯେ ତାଙ୍କୁ ଚେନ୍ନାଇ ଟିମ୍ ଚୟନ କରିବ। ହୁଏତ ଧୋନିଙ୍କୁ ତାହା ଜଣାନଥିଲା, କିନ୍ତୁ ଏହା ମୋତେ ଶକ୍ତି ଝଟକା ଦେଇଥିଲା। ସେତେବେଳେ ଲାଗିଲା ଯେ ହୁଏତ ଚେନ୍ନାଇ ମୋତେ ପରେ ନିଜ ଟିମରେ ସାମିଲ୍‌ କରିବ। କିନ୍ତୁ ତାହା ହେଲା ନାହିଁ। ଏହାକୁ ଏବେ ୧୩ ବର୍ଷ ବିତିଗଲାଣି ଏବଂ ମୁଁ ଏବେବି ଚେନ୍ନାଇ ପକ୍ଷରୁ ଖେଳିବା ନେଇ ଆଶାବାଦୀ ଅଛି।"

ସୂଚନାଯୋଗ୍ୟ, କାର୍ତ୍ତିକ ୨୦୦୮ରୁ ଏପର୍ଯ୍ୟନ୍ତ ଦିଲ୍ଲୀ ଡେୟାରଡେଭିଲ୍ସ, କିଙ୍ଗସ୍ ଇଲେଭେନ୍ ପଞ୍ଜାବ, ମୁମ୍ବାଇ ଇଣ୍ଡିଆନ୍ସ,, ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର, ଗୁଜରାଟ ଲାୟନ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ପକ୍ଷରୁ ଖେଳିସାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos