ହକି ଇଣ୍ଡିଆ ଅନଲାଇନ୍ ପ୍ରଶିକ୍ଷଣରେ ଓଡ଼ିଶାରୁ ସୁଶାନ୍ତ ବେହେରା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତମାସ ୧୬ ତାରିଖରେ ପ୍ରଥମଥର ପାଇଁ ହକି ଇଣ୍ଡିଆ ତରଫରୁ ଭାରତରେ ଥିବା କ୍ରୀଡ଼ା ସାମ୍ବାଦିକମାନଙ୍କ ପାଇଁ ଅନଲାଇନ ପ୍ରଶିକ୍ଷଣ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ଏଥିରେ ୧୧ ଜଣ କ୍ରୀଡ଼ା ସାମ୍ବାଦିକ ସଫଳତାର ସହ ପାଠ୍ୟକ୍ରମକୁ ଶେଷ କରିଥିଲେ। ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ ଅପରାହ୍ନ ୧୨.୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୪.୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା। ଏହି ପାଠ୍ୟ କ୍ରମରେ ଓଡ଼ିଶା ଏକମାତ୍ର କ୍ରୀଡ଼ା ସାମ୍ବାଦିକ ଭାବେ ରାଉରକେଲାର ସୁଶାନ୍ତ ବେହେରା ଅଂଶ […]

susant-behera

susant-behera

Ranjit Kumar Jena
  • Published: Sunday, 17 May 2020
  • Updated: 17 May 2020, 08:09 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚଳିତମାସ ୧୬ ତାରିଖରେ ପ୍ରଥମଥର ପାଇଁ ହକି ଇଣ୍ଡିଆ ତରଫରୁ ଭାରତରେ ଥିବା କ୍ରୀଡ଼ା ସାମ୍ବାଦିକମାନଙ୍କ ପାଇଁ ଅନଲାଇନ ପ୍ରଶିକ୍ଷଣ ପାଠ୍ୟକ୍ରମର ବ୍ୟବସ୍ଥା କରାଯାଇଥିଲା। ଏଥିରେ ୧୧ ଜଣ କ୍ରୀଡ଼ା ସାମ୍ବାଦିକ ସଫଳତାର ସହ ପାଠ୍ୟକ୍ରମକୁ ଶେଷ କରିଥିଲେ। ଏହି ପ୍ରଶିକ୍ଷଣ ପାଠ୍ୟକ୍ରମ ଅପରାହ୍ନ ୧୨.୩୦ରୁ ଆରମ୍ଭ ହୋଇ ସନ୍ଧ୍ୟା ୪.୩୦ ମିନିଟ ପର୍ଯ୍ୟନ୍ତ ଚାଲିଥିଲା।

ଏହି ପାଠ୍ୟ କ୍ରମରେ ଓଡ଼ିଶା ଏକମାତ୍ର କ୍ରୀଡ଼ା ସାମ୍ବାଦିକ ଭାବେ ରାଉରକେଲାର ସୁଶାନ୍ତ ବେହେରା ଅଂଶ ଗ୍ରହଣ କରି ଲେବୁଲ-୧ ଓ ୨ ପାଠ୍ୟକ୍ରମ ସଫଳତାର ସହିତ ସମାପ୍ତ କରିଛନ୍ତି। ଏଥିରେ ପ୍ରାରମ୍ଭିକ କୌଶଳ, ତୃଣମୂଳ ସ୍ତରରେ ପ୍ରଶିକ୍ଷଣ ଭୂମିକା, ବିଶେଷଜ୍ଞ ପ୍ରଶିକ୍ଷଣ, ହକିର ଉନ୍ନତ କୌଶଳ, ଆଧୁନିକ ହକି ଟର୍ମିନାଲ ଓ ଆଧୁନିକତା ହକି ଉପରେ କୋଚମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଆଦି ପାଠ୍ୟକ୍ରମ ଉପରେ କ୍ରୀଡ଼ା ସାମ୍ବାଦିକକୁ ପ୍ରଶିକ୍ଷଣ ଦିଆଯାଇଥିଲା।

ଏହି ପ୍ରଶିକ୍ଷଣ ପାଠ୍ୟକ୍ରମକୁ ହକି ଇଣ୍ଡିଆର ହାଇ ପରଫରମାନ୍ସ ନିର୍ଦ୍ଦେଶକ ଡେଭିଡ୍ ଜନ ପରିଚାଳନା କରିବା ସହ ସହିତ ପ୍ରଶ୍ନ ଓ ଉତ୍ତର କାର୍ଯ୍ୟକ୍ରମ ମଧ୍ୟ କରିଥିଲେ। ହକି ଇଣ୍ଡିଆର ସିଇଓ ଏଲିନା ନର୍ମାନ ମଧ୍ୟ ଅନଲାଇନ ଜରିଆରେ ସାମ୍ବାଦିକଙ୍କୁ ଉତ୍ସାହିତ କରିଥିଲେ। ହକି ଇଣ୍ଡିଆର କ୍ରୀଡ଼ା ସାମ୍ବାଦିକ ପ୍ରଶିକ୍ଷଣ ପାଠ୍ୟକ୍ରମର ବ୍ୟବସ୍ଥାକୁ ହକି ଗାଙ୍ଗପୁରର ସମ୍ପାଦକ ଦେବାଶିଷ ଗୌଡ଼ ପ୍ରଶଂସା କରିବା ସହିତ ଓଡିଶାରୁ ଜଣେ ମାତ୍ର କ୍ରୀଡ଼ା ସାମ୍ବାଦିକ ସଫଳତା ସହିତ ଭାଗ ନେଇଥିବାରୁ ସୁଶାନ୍ତ ବେହେରାଙ୍କୁ ମଧ୍ୟ ଶୁଭେଛା ଜଣାଇଛନ୍ତି।

ସେହିପରି ବରିଷ୍ଠ ହକି କୋଚ୍ ମିଲଟନ ବିଲୁଙ୍ଗ, ବାର୍ଥଲମୀ କେର୍କେଟା, ଜେମ୍ସ କୁଜୁର, ଅରବିନ୍ଦ ପାତ୍ର, ବିକ୍ରମ ସ୍ୱାଇଁ, ଅନେକ ଆନ୍ତର୍ଜାତିକ ହକି ଖେଳାଳି ଓ ପାନପୋଷ କ୍ରୀଡ଼ା ସଂଗଠନର ସମସ୍ତ ସଦସ୍ୟ ସୁଶାନ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos