ଟି-୨୦ ବିଶ୍ୱକପ୍‌ ଭାରତ-ପାକ୍‌ ମ୍ୟାଚ୍‌ରେ ସୁରକ୍ଷା ନେଇ ପାକିସ୍ତାନ ଦୃଢ଼ ପ୍ରତିଶ୍ରୁତି ପାଇଛି 

ଧର୍ମଶାଳା: ହିମାଚଳ ପ୍ରଦେଶରେ ୧୯ ତାରିଖରେ ହେବାକୁ ଥିବା ଭାରତ-ପାକ୍‌ ହେବିୱେଟ୍‌ ମ୍ୟାଚ୍‌ ପାଇଁ ଧର୍ମଶାଳା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ନେଇ ଦୃଢ଼ ପ୍ରତିଶ୍ରୁତି ପାଇଛନ୍ତି ପାକିସ୍ତାନରୁ ଆସିଥିବା ସୁରକ୍ଷା ବ୍ୟବସ୍ଥା ତଦନ୍ତକାରୀ ଟିମ୍‌। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଆଇସିସି ଟି-୨୦ ବିଶ୍ୱକପ୍‌ ଡାଇରେକ୍ଟର ଏମ.ଭି. ଶ୍ରୀଧର। ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପରେ ପାକିସ୍ତାନ ସୁରକ୍ଷା ତଦନ୍ତକାରୀ ଟିମ୍‌ ଖୁସି ବ୍ୟକ୍ତ କରିଛନ୍ତି। ଖେଳାଳିଙ୍କ ସୁରକ୍ଷା ନେଇ ଏହି […]

dharamshala-cricket-stadium

dharamshala-cricket-stadium

Rakesh Mallick
  • Published: Tuesday, 08 March 2016
  • Updated: 08 March 2016, 05:07 PM IST

Sports

Latest News

ଧର୍ମଶାଳା: ହିମାଚଳ ପ୍ରଦେଶରେ ୧୯ ତାରିଖରେ ହେବାକୁ ଥିବା ଭାରତ-ପାକ୍‌ ହେବିୱେଟ୍‌ ମ୍ୟାଚ୍‌ ପାଇଁ ଧର୍ମଶାଳା ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ନେଇ ଦୃଢ଼ ପ୍ରତିଶ୍ରୁତି ପାଇଛନ୍ତି ପାକିସ୍ତାନରୁ ଆସିଥିବା ସୁରକ୍ଷା ବ୍ୟବସ୍ଥା ତଦନ୍ତକାରୀ ଟିମ୍‌। ମଙ୍ଗଳବାର ଏହି ସୂଚନା ଦେଇଛନ୍ତି ଆଇସିସି ଟି-୨୦ ବିଶ୍ୱକପ୍‌ ଡାଇରେକ୍ଟର ଏମ.ଭି. ଶ୍ରୀଧର। ଜିଲ୍ଲା ପ୍ରଶାସନ ପକ୍ଷରୁ ଖେଳାଳିଙ୍କ ସୁରକ୍ଷା ପାଇଁ ନିଆଯାଇଥିବା ପଦକ୍ଷେପରେ ପାକିସ୍ତାନ ସୁରକ୍ଷା ତଦନ୍ତକାରୀ ଟିମ୍‌ ଖୁସି ବ୍ୟକ୍ତ କରିଛନ୍ତି। ଖେଳାଳିଙ୍କ ସୁରକ୍ଷା ନେଇ ଏହି ଟିମ୍‌ ବିସିସିଆଇର ଉଚ୍ଚପଦସ୍ଥ କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ବୋଲି ସେ କହିଛନ୍ତି।

ଗତକାଲି ପିସିବିର ଏହି ଟିମ୍‌ ଧର୍ମଶାଳା ଷ୍ଟାଡିୟମ ବୁଲି ଦେଖିଥିଲେ। ଷ୍ଟାଡିୟମର ବିଭିନ୍ନ କୋଣକୁ ଯାଇ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଥିଲେ। ଏହି ସମୟରେ ବିସିସିଆଇ କର୍ମଚାରୀ, ଟୁର୍ନାମେଣ୍ଟର ଉଚ୍ଚପଦସ୍ଥ କର୍ମଚାରୀ, ସ୍ଥାନୀୟ ପ୍ରଶାସନ ଓ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନର ସଦସ୍ୟଙ୍କ ବହୁ ସମୟ ଧରି ଆଲୋଚନା କରିଥିଲେ। ଏହି କର୍ମଚାରୀଙ୍କ ସମେତ ଜିଲ୍ଲା କମିଶନର ଓ  ରାଜ୍ୟର ପୋଲିସ ଆଇଜି ମଧ୍ୟ ଉପସ୍ଥିତ ଥିଲେ। ସେମାନଙ୍କଠାରୁ ଏ ନେଇ ବହୁ ତଥ୍ୟ ସଂଗ୍ରହ କରିଥିଲା ତଦନ୍ତକାରୀ ଟିମ୍‌।

ପାକସ୍ତାନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିବାକୁ ଆସିଥିବା ଟିମ୍‌ରେ ଫେଡ୍ରାଲ ତଦନ୍ତକାରୀ ସଂସ୍ଥାର ନିର୍ଦ୍ଦେଶକ ଉସମାନ୍‌ ଅନୱର, ଅଭ୍ୟାନ୍ତରୀଣ ସୁରକ୍ଷା ମନ୍ତ୍ରୀ କର୍ଣ୍ଣୋଲ. ଆଜମ୍‌ ଥିଲେ। ତାଙ୍କ ସହ ନୂଆଦିଲ୍ଲୀରେ ଥିବା ପାକିସ୍ତାନ ହାଇକମିଶନର ଯୋଗ ଦେଇଥିଲେ।

ସୁରକ୍ଷା ଯୋଗାଇ ଦେବା ନେଇ ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ବୀରଭଦ୍ର ସିଂହ ଅସହାୟତା ପ୍ରକାଶ କରିବା ପରେ ମ୍ୟାଚ୍‌ ବେଳେ ସୁରକ୍ଷା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଅର୍ଦ୍ଧସାମାରିକ ବଳ ଯୋଗାଇ ଦେବାକୁ ଆଶ୍ୱସନା ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos