ଟି-ଟ୍ୱେଣ୍ଟି ବିଶ୍ୱକପ୍‌: ସେମିରେ ନ୍ୟୁଜିଲାଣ୍ଡ-ଇଂଲଣ୍ଡ ଓ ଭାରତ-ୱେଷ୍ଟଇଣ୍ଡିଜ୍

ନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ୪ଟି ଦଳ। ଏଗୁଡ଼ିକ ହେଲେ ଭାରତ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ। ସେମି ଫାଇନାଲ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ଓ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ଭେଟିବ। ମାର୍ଚ୍ଚ ୩୦ ତାରିଖରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ସେମି ଫାଇନାଲ୍। ଏହି ମ୍ୟାଚ୍‌ ଦିଲ୍ଲୀର ଫିରୋଜଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ସାତଟାରେ ଖେଳାଯିବ। ସେହିପରି ମାର୍ଚ୍ଚ ୩୧ ତାରିଖରେ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍‌ ଭାରତ […]

dhoni team

dhoni team

Rakesh Mallick
  • Published: Monday, 28 March 2016
  • Updated: 28 March 2016, 04:40 AM IST

Sports

Latest News

dhoni teamନୂଆଦିଲ୍ଲୀ: ଚଳିତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ର ସେମି ଫାଇନାଲ୍‌ରେ ପହଞ୍ଚି ଯାଇଛନ୍ତି ୪ଟି ଦଳ। ଏଗୁଡ଼ିକ ହେଲେ ଭାରତ, ନ୍ୟୁଜିଲାଣ୍ଡ, ୱେଷ୍ଟଇଣ୍ଡିଜ୍ ଓ ଇଂଲଣ୍ଡ। ସେମି ଫାଇନାଲ୍‌ରେ ଭାରତ ୱେଷ୍ଟଇଣ୍ଡିଜ୍‌କୁ ଓ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ଭେଟିବ।

ମାର୍ଚ୍ଚ ୩୦ ତାରିଖରେ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ସେମି ଫାଇନାଲ୍। ଏହି ମ୍ୟାଚ୍‌ ଦିଲ୍ଲୀର ଫିରୋଜଶାହ କୋଟ୍‌ଲା ଷ୍ଟାଡିୟମ୍‌ରେ ସନ୍ଧ୍ୟା ସାଢ଼େ ସାତଟାରେ ଖେଳାଯିବ।

ସେହିପରି ମାର୍ଚ୍ଚ ୩୧ ତାରିଖରେ ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍‌ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମ୍‌ରେ ଖେଳାଯିବ।  ସନ୍ଧ୍ୟା ସାଢ଼େ ୭ଟାରେ ଏହି ମ୍ୟାଚ୍ ଖେଳାଯିବ।

ସେମି ଫାଇନାଲ୍‌ରେ ପହଞ୍ଚି ଥିବା ଏହି ଚାରୋଟି ଦଳ ମଧ୍ୟରୁ ନ୍ୟୁଜିଲାଣ୍ଡକୁ ଛାଡ଼ି ଦେଲେ ଅନ୍ୟ ସମସ୍ତେ ଟୁର୍ଣ୍ଣାମେଣ୍ଟର ସୁପର୍‌ଟେନ୍ ପର୍ଯ୍ୟାୟରେ ଗୋଟିଏ ଲେଖାଏଁ ମ୍ୟାଚ୍ ହାରିଛନ୍ତି। ଇଂଲଣ୍ଡ, ଶ୍ରୀଲଙ୍କା ଓ ଦକ୍ଷିଣ ଆଫ୍ରିକାକୁ ହରାଇଥିବା ୱେଷ୍ଟଇଣ୍ଡିଜ୍ ଦଳ ଗତକାଲି ଏକ ମ୍ୟାଚ୍‌ରେ ଆଶ୍ଚର୍ଯ୍ୟଜନକ ଭାବେ ୱେଷ୍ଟଇଣ୍ଡିଜ୍‌ଠାରୁ ହାରି ଯାଇଥିଲା।

ଗ୍ରୁପ୍‌ ୧ରେ ଥିବା ୱେଷ୍ଟଇଣ୍ଡିଜ୍ ୪ଟି ମ୍ୟାଚ୍‌ ଖେଳି ୩ ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୬ ପଏଣ୍ଟ ପାଇଛି। ସେହିପରି ଏହି ଗ୍ରୁପ୍‌ରେ ଥିବା ଇଂଲଣ୍ଡ ୪ଟି ମ୍ୟାଚ୍‌ରୁ ୩ଟି ବିଜୟ ଓ ଗୋଟିଏ ପରାଜୟ ସହିତ ୬ ପଏଣ୍ଟ ପାଇଛି। ଗ୍ରୁପ୍‌ ୨ରେ ଥିବା ନ୍ୟୁଜିଲାଣ୍ଡ ଚାରୋଟିରୁ ଚାରୋଟି ମ୍ୟାଚ୍ ଜିତି ୮ ପଏଣ୍ଟ ପାଇଛି। ଭାରତ ୪ଟି ମ୍ୟାଚରୁ ୩ଟି ବିଜୟ ସହିତ ୬ ପଏଣ୍ଟ ପାଇଛି।

ଏପ୍ରିଲ୍ ୩ ତାରିଖରେ କୋଲକାତାରେ ଫାଇନାଲ୍ ମ୍ୟାଚ୍ ଖେଳାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story