ଟି-୧୦ ଲିଗରେ ଇତିହାସ ରଚିଲେ ଏହି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍‌

ଦୁବାଇ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ଟି-୧୦ ଲିଗରେ ଇତିହାସ ରଚିଛନ୍ତି। ସେ ମାତ୍ର ୩୦ ବଲରେ ୯ ଚୌକା ଓ ୭ ଛକା ସହ ଅପରାଜିତ ୯୧ ରନର ଇନିଂସ୍ ଖେଳିଛନ୍ତି। ଏହା ଟି-୧୦ ଲିଗରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ମରାଠା ଆରାବିଆନ୍ସ ପକ୍ଷରୁ ଖେଳୁଥିବା ଲିନ୍ ସୋମବାର ଆବୁ ଧାବି ବିପକ୍ଷରେ ଏହି ମାରାଥନ୍ ଇନିଂସ୍ ଖେଳିଛନ୍ତି। ଏହି ମ୍ୟାଚରେ ଲିନଙ୍କ ଟିମ୍ ୨୪ ରନରେ ବିଜୟ ହାସଲ […]

lynn

lynn

Ranjit Kumar Jena
  • Published: Tuesday, 19 November 2019
  • Updated: 19 November 2019, 05:42 PM IST

Sports

Latest News

ଦୁବାଇ: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନ୍ ଟି-୧୦ ଲିଗରେ ଇତିହାସ ରଚିଛନ୍ତି। ସେ ମାତ୍ର ୩୦ ବଲରେ ୯ ଚୌକା ଓ ୭ ଛକା ସହ ଅପରାଜିତ ୯୧ ରନର ଇନିଂସ୍ ଖେଳିଛନ୍ତି। ଏହା ଟି-୧୦ ଲିଗରେ କୌଣସି ବ୍ୟାଟ୍ସମ୍ୟାନଙ୍କ ପକ୍ଷେ ସର୍ବାଧିକ ବ୍ୟକ୍ତିଗତ ସ୍କୋର। ମରାଠା ଆରାବିଆନ୍ସ ପକ୍ଷରୁ ଖେଳୁଥିବା ଲିନ୍ ସୋମବାର ଆବୁ ଧାବି ବିପକ୍ଷରେ ଏହି ମାରାଥନ୍ ଇନିଂସ୍ ଖେଳିଛନ୍ତି। ଏହି ମ୍ୟାଚରେ ଲିନଙ୍କ ଟିମ୍ ୨୪ ରନରେ ବିଜୟ ହାସଲ କରିଥିଲା।

ନିକଟରେ ଆଇପିଏଲ୍ ଫ୍ରାଞ୍ଚାଇଜି କୋଲକାତା ନାଇଟ୍ ରାଇଡର୍ସ (କେକେଆର) ଟିମରୁ ରିଲିଜ୍ ହୋଇଥିବା କ୍ୟାପଟେନ୍ ଲିନ୍ ଇଂଲଣ୍ଡର ଆଲେକ୍ସ ହେଲ୍ସଙ୍କ ୩୨ ବଲରେ ୮୭ ରନର ରେକର୍ଡକୁ ଭାଙ୍ଗିଛନ୍ତି। ହେଲ୍ସ ଗତ ସିଜନରେ ଏହି ସ୍କୋର କରିଥିଲେ। ଏହି ମୁକାବିଲାରେ ମରାଠା ଆରାବିଆନ୍ସ ନିର୍ଦ୍ଧାରିତ ୧୦ ଓଭରରେ ୨ ୱିକେଟ୍ ହରାଇ ୧୩୮ ରନ୍ କରିଥିଲେ। ଲିନଙ୍କ ବ୍ୟତୀତ ଆଡାମ ଲିଥ୍ ୧୮ ବଲରେ ୪ ଛକା ସହ ୩୦, ହଜରତୁଲ୍ଲା ଜାଜାଇ ୧୨ ଓ ନାଜିବୁଲ୍ଲା ଜର୍ଦ୍ଦାନ୍ ଅପରାଜିତ ୫ ରନ୍ କରିଥିଲେ।

ଜବାବରେ ଆବୁଧାବି ୧୦ ଓଭରରେ ୩ ୱିକେଟ୍ ହରାଇ ୧୧୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଦଳ ପକ୍ଷରୁ ଲ୍ୟୁକ୍ ରାଇଟ୍ ସର୍ବାଧିକ ଅପରାଜିତ ୪୦ (୨୫ ବଲ୍‌, ୨ ଚୌକା, ୨ ଛକା) ରନ୍ କରିଥିବା ବେଳେ କ୍ୟାପଟେନ୍ ମୋଇନ୍ ଅଲୀ ୩୧ (୧୧ ବଲ୍‌, ୪ ଚୌକା, ୨ ଛକା) ଓ ଲୁଇସ୍ ଗ୍ରିଗୋରୀ ଅପରାଜିତ ୨୩ ରନ୍ କରିଥିଲେ।

ସୂଚନାଯୋଗ୍ୟ, କିଛି ଦିନ ତଳେ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (ଆଇପିଏଲ)ର ପରବର୍ତ୍ତୀ ସିଜନ୍ ପାଇଁ ବଲିଉଡ୍ ଷ୍ଟାର୍ ଶାହରୁଖ୍ ଖାନଙ୍କ ମାଲିକାନାସତ୍ୱ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଲିନଙ୍କୁ ରିଲିଜ୍ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ଫ୍ରାଞ୍ଚାଇଜିର ଏହି ନିଷ୍ପତ୍ତିରେ ପ୍ରଶଂସକ ନିରାଶ ହୋଇଥିଲେ, କାରଣ ଲିନ୍ କେକେଆର୍ ପାଇଁ ଅନେକ ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଥିଲେ। ସେ ୨୦୧୯ ସିଜନରେ ୧୩ ମ୍ୟାଚ୍ ଖେଳି ୩୧.୧୫ ହାରରେ ୪୦୫ ରନ୍ କରିଥିଲେ, ଯେଉଁଥିରେ ୪ ଅର୍ଦ୍ଧଶତକ ସାମିଲ୍ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos