ମ୍ୟାଚ୍ ବେଳେ ଆଘାତ: ଟଳି ପଡ଼ିଲେ ଆଉ ଜଣେ ଯୁବ କ୍ରିକେଟର

କୋଲକାତା: ଅଷ୍ଟ୍ରେଲିଆର କ୍ରିକେଟ ଖେଳାଳି ଫିଲିପ ହୁ୍ୟଜଙ୍କ ମୃତୁ୍ୟ ଘଟଣା ମନରୁ ଲିଭି ନଥିବା ବେଳେ ସୋମବାର ଆଉ ଜଣେ ଯୁବ କ୍ରିକେଟ ଖେଳାଳିଙ୍କର ମୃତୁ୍ୟ ଘଟିଛି। ତାଙ୍କ ନାଁ ହେଉଛି ଅଙ୍କିତ କେଶରୀ। ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ସେ କୁଚ୍ ବେହାର ଟ୍ରଫିରେ ବଙ୍ଗଳାର ୧୯ ବର୍ଷରୁ କମ୍ ଦଳର ଅଧିନାୟକ ବି ରହିଥିଲେ। ଫିଲିପଙ୍କ ବେକରେ ବଲ୍ ବାଜିଥିବା ବେଳେ କ୍ୟାଚ ଧରିବା ଚକ୍କରରେ ସାଥୀ ଖେଳାଳିଙ୍କ ସହିତ ଧକ୍କା ଲାଗି […]

ankit keshri

ankit keshri

Rakesh Mallick
  • Published: Monday, 20 April 2015
  • Updated: 21 April 2015, 06:16 AM IST

Sports

Latest News

କୋଲକାତା: ଅଷ୍ଟ୍ରେଲିଆର କ୍ରିକେଟ ଖେଳାଳି ଫିଲିପ ହୁ୍ୟଜଙ୍କ ମୃତୁ୍ୟ ଘଟଣା ମନରୁ ଲିଭି ନଥିବା ବେଳେ ସୋମବାର ଆଉ ଜଣେ ଯୁବ କ୍ରିକେଟ ଖେଳାଳିଙ୍କର ମୃତୁ୍ୟ ଘଟିଛି। ତାଙ୍କ ନାଁ ହେଉଛି ଅଙ୍କିତ କେଶରୀ। ତାଙ୍କୁ ମାତ୍ର ୨୦ ବର୍ଷ ହୋଇଥିଲା। ସେ କୁଚ୍ ବେହାର ଟ୍ରଫିରେ ବଙ୍ଗଳାର ୧୯ ବର୍ଷରୁ କମ୍ ଦଳର ଅଧିନାୟକ ବି ରହିଥିଲେ। ଫିଲିପଙ୍କ ବେକରେ ବଲ୍ ବାଜିଥିବା ବେଳେ କ୍ୟାଚ ଧରିବା ଚକ୍କରରେ ସାଥୀ ଖେଳାଳିଙ୍କ ସହିତ ଧକ୍କା ଲାଗି ଗୁରୁତର ଭାବେ ଆହତ ହୋଇଥିଲେ ଅଙ୍କିତ। ଏପ୍ରିଲ ୧୭ ତାରିଖରେ ଏହି ଘଟଣା ଘଟିଥିବା ବେଳେ ତିନି ଦିନ ଧରି ଡାକ୍ତରଖାନାରେ ଥିଲେ। ଗତକାଲି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ପରିଲିକ୍ଷିତ ହୋଇଥିଲା। ସେ ପାଟିରେ ଖାଦ୍ୟ ବି ଖାଇଥିଲେ। କିନ୍ତୁ ଆଜି ସକାଳେ ହଠାତ୍ ସେ ପୁଣି ଗୁରୁତର ହୋଇପଡ଼ିଲେ। ତାଙ୍କର ହୃଦ୍ଘାତ ହୋଇଥିଲା । ଡାକ୍ତରମାନେ ତାଙ୍କୁ ଭେଣ୍ଟିଲେଟରରେ ରଖିଥିଲେ। କିନ୍ତୁ ବହୁତ ଚେଷ୍ଟା କଲା ପରେ ଡାକ୍ତରମାନେ ତାଙ୍କୁ ବଞ୍ଚାଇ ପାରି ନ ଥିଲେ।

ଗତ ୧୭ ତାରିଖରେ ସଲ୍ଟ ଲେକଠାରେ ସିଏବି ସିନିଅର ନକଆଉଟ୍ ଟୁର୍ଣ୍ଣାମେଣ୍ଟରେ ଇଷ୍ଟ ବେଙ୍ଗାଲ ଓ ଭୋୱାନିପୋର କ୍ଲବ୍ ମଧ୍ୟରେ ଏକ ମ୍ୟାଚ ଖେଳାଯାଉଥିଲା। ଅଙ୍କିତ ଇଷ୍ଟ ବେଙ୍ଗାଲ ଟିମରେ ଥିଲେ। ତେବେ ସେ ଚୂଡ଼ାନ୍ତ ଏକାଦଶ ଟିମରେ ନଥିଲେ। ୧୨ତମ ସଦସ୍ୟ ହୋଇଥିଲେ। ରେଳବାଇ ପକ୍ଷରୁ ରଣଜୀ ମ୍ୟାଚ ଖେଳୁଥିବା ଅଲରାଉଣ୍ଡର ଅମାବ ନନ୍ଦୀ ମଧ୍ୟ ଇଷ୍ଟ ବେଙ୍ଗାଲ ପକ୍ଷରୁ ଖେଳୁଥିଲେ। ଫିଲ୍ଡିଂ ବେଳେ କିଛି ସମୟ ପାଇଁ ଅମାବ ବ୍ରେକ ନେଇ ପଡ଼ିଆ ବାହାରକୁ ଯାଇଥିଲେ। ଫଳରେ ତାଙ୍କ ବଦଳରେ ଫିଲ୍ଡିଂ କରିବାକୁ ଯାଇଥିଲେ ଅଙ୍କିତ। ସେ ସୁଇପର କଭରରେ ଫିଲ୍ଡିଂ କରୁଥିଲେ। ଏକ କ୍ୟାଚ ଧରିବା ପାଇଁ ସେ ଦୌଡ଼ି ଥିଲେ। ବାମହାତୀ ପେସ୍ ବୋଲର ସୌରଭ ମଣ୍ଡଳ ମଧ୍ୟ ସେହି କ୍ୟାଚଟିକୁ ଧରିବାକୁ ଦୌଡ଼ି ଥିଲେ। ଦୁହିଁଙ୍କ ମଧ୍ୟରେ ଧକ୍କା ହୋଇଯାଇଥିଲା। ପଡ଼ିଯିବା ପରେ ଅଙ୍କିତଙ୍କ ପାଟିରୁ ରକ୍ତ ବାହାରିଥିଲା ଓ ସେ ସଙ୍ଗେ ସଙ୍ଗେ ଚେତା ହରାଇ ଥିଲେ। ସେଠାରେ ଉପସ୍ଥିତ ବଙ୍ଗଳାର ପୂର୍ବତନ ସ୍ପିନ୍ ବୋଲର ଶିବସାଗର ସିଂହ ସଙ୍ଗେ ସଙ୍ଗେ ଯାଇ ଅଙ୍କିତଙ୍କ ପାଖରେ ପହଞ୍ଚିଥିଲେ। ଅଙ୍କିତଙ୍କ ପାଟିରେ ସେ ନିଜ ପାଟି ଲଗାଇ ପବନ ଦେଇଥିଲେ। ଏହା ପରେ ଅଙ୍କିତଙ୍କ ନିଶ୍ୱାସପ୍ରଶ୍ୱାସ ପୁଣି ସ୍ୱାଭାବିକ ହୋଇଥିଲା। ତା’ପରେ ତାଙ୍କୁ ଏକ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଶରୀର ବାହାରେ କୌଣସି ଆଘାତ ଲାଗି ନ ଥିଲା। ରବିବାର ସନ୍ଧ୍ୟା ବେଳକୁ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବେଶ୍ ଭଲ ହୋଇଯାଇଥିଲା। କିନ୍ତୁ ଆଜି ସକାଳେ ପୁଣି ବିଗିଡ଼ି ଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos