ମୀରପୁର: ଏସିଆ କପ୍ ଟି-ଟ୍ୱେଣ୍ଟି ଫାଇନାଲରେ ରବିବାର ଶକ୍ତିଶାଳୀ ଭାରତକୁ ଭେଟିବ ଘରୋଇ ବାଂଲାଦେଶ ଦଳ। ଦୁଇ ପଡୋଶୀଙ୍କ ମଧ୍ୟରେ ଏହି ମୁକାବିଲା ହେବାକୁ ଥିବା ବେଳେ ଏହାକୁ ନେଇ ପୁଣି ଏକ ବିବାଦ ଦେଖା ଦେଇଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଛି ଏକ ଫଟୋ। ଯେଉଁଥିରେ ଭାରତୀୟ ଟିମ୍ ଅଧିନାୟକଙ୍କ କଟାମୁଣ୍ଡକୁ ବାଂଲାଦେଶର ଫାଷ୍ଟ ବୋଲର ତସ୍କିନ୍ ଅହମ୍ମଦ ଧରିଛନ୍ତି।
ଦ୍ୱିତୀୟ ଥର ପାଇଁ ଭାରତୀୟ ଦଳକୁ ମାତ୍ ଦେବାକୁ ଆଶା ରଖିଥିବା ବାଂଲାଦେଶ ସୋସିଆଲ୍ ମିଡିଆରେ ପ୍ରସାରିତ ହୋଇଛି ଏହି ଫଟୋ। ବାଂଲାଦେଶୀ ସମର୍ଥକଙ୍କ ମଧ୍ୟରେ ବେଶ୍ ଉତ୍ସାହ ସୃଷ୍ଟି ହୋଇଛି।
ପୂର୍ବରୁ ୨୦୧୫ରେ ବାଂଲାଦେଶ ପକ୍ଷରୁ ଏକ ସମ୍ବାଦପତ୍ରରେ ଭ୍ରାନ୍ତ ‘କଟର’ ବିଜ୍ଞାପନ ପ୍ରସ୍ତୁତ କରାଯାଇଥିଲା। ଏଥିରେ ଭାରତର ଆଜିଙ୍କ୍ୟ ରାହାଣେ, ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜେଡେଜା, ଏମଏସ୍ ଧୋନି, ଶିଖର ଧାୱନ୍ ଓ ଆର.ଅଶ୍ୱିନଙ୍କ ଅର୍ଦ୍ଧ ଲଣ୍ଡିତ ମସ୍ତକର ଫଟୋ ଛପାଯାଇଥିଲା। ଏହାକୁ ନେଇ ସେହି ସମୟରେ ଭାରତୀୟ ଦର୍ଶକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।