ଅଧିନାୟକଙ୍କ ଅର୍ଦ୍ଧଶତକ, ଅଷ୍ଟ୍ରେଲିଆ ଠାରୁ ଆଗେଇଲା ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟରେ ଭାରତର ଦବଦବା ଜାରି ରହିଛି। ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିବା ଭାରତୀୟ ଦଳ ତା’ର ପ୍ରଥମ ଇନିଂସ୍ ଜାରି ରଖିଛି। ଗତକାଲି ଦଳ ଗୋଟିଏ ୱିକେଟ୍‌ ହରାଇ ୩୬ ରନ୍ କରିଥିବା ବେଳେ ଆଜି ଆଉ ଚାରୋଟି ୱିକେଟ୍ ହରାଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ସ୍କୋରକୁ ଅତିକ୍ରମ କରି ଯାଇଛି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଦଳ ୭୦ ଓଭରରେ ୫ ୱିକେଟ୍ ହରାଇ […]

ajinkya

ajinkya

Jitendra Garnayak
  • Published: Sunday, 27 December 2020
  • Updated: 27 December 2020, 10:58 AM IST

Sports

Latest News

ମେଲବର୍ଣ୍ଣ: ବକ୍ସିଂ ଡେ’ ଟେଷ୍ଟରେ ଭାରତର ଦବଦବା ଜାରି ରହିଛି। ଗତକାଲି ପ୍ରଥମ ଦିନରେ ଅଷ୍ଟ୍ରେଲିଆକୁ ୧୯୫ ରନ୍‌ରେ ଅଲ୍‌ଆଉଟ୍ କରି ଦେଇଥିବା ଭାରତୀୟ ଦଳ ତା’ର ପ୍ରଥମ ଇନିଂସ୍ ଜାରି ରଖିଛି। ଗତକାଲି ଦଳ ଗୋଟିଏ ୱିକେଟ୍‌ ହରାଇ ୩୬ ରନ୍ କରିଥିବା ବେଳେ ଆଜି ଆଉ ଚାରୋଟି ୱିକେଟ୍ ହରାଇ ଅଷ୍ଟ୍ରେଲିଆର ପ୍ରଥମ ଇନିଂସର ସ୍କୋରକୁ ଅତିକ୍ରମ କରି ଯାଇଛି। ଖବର ଲେଖାଯିବା ସୁଦ୍ଧା ଭାରତୀୟ ଦଳ ୭୦ ଓଭରରେ ୫ ୱିକେଟ୍ ହରାଇ ୨୦୮ ରନ୍ ସଂଗ୍ରହ କରିଛି ଓ ଅଷ୍ଟ୍ରେଲିଆ ଠାରୁ ୧୩ ରନ୍‌ରେ ଅଗ୍ରଣୀ ରହିଛି।

ଗତକାଲି ଓପନର ମୟଙ୍କ ଅଗ୍ରୱାଲ ଶୂନରେ ଆଉଟ୍ ହୋଇଥିଲେ। ତେବେ ଷ୍ଟମ୍ପ ଅପସାରଣ ସୁଦ୍ଧା ଶୁବମନ ଗିଲ୍‌ ଓ ଚେତେଶ୍ୱର ପୂଜାରା କ୍ରିଜ୍‌ରେ ରହିଥିଲେ। ଶୁବମନ ୨୮ ରନ୍ କରିଥିଲେ ଓ ଚେତେଶ୍ୱର ୭ ରନ୍ କରିଥିଲେ। ଆଜି ଶୁବମନ ତାଙ୍କ ଖାତାରେ ଆଉ ୧୭ ରନ୍ ଯୋଡ଼ିଥିଲେ। ସେ ୪୫ ରନ୍ କରି ପ୍ୟାଟ୍ କମିନ୍ସଙ୍କ ବଲ୍‌ରେ ଟିମ୍ ପେନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ। ପ୍ରଥମ ଟେଷ୍ଟ ଭଳି ଏଥର ବି ଚେତେଶ୍ୱର କିଛି କମାଲ କରିପାରିଲେ ନାହିଁ। ସେ ଆଜି ତାଙ୍କ ଖାତାରେ ମାତ୍ର ୧୦ ରନ୍ ଯୋଡ଼ି ଆଉଟ୍ ହୋଇଥିଲେ। ୭୦ଟି ବଲ୍ ଖେଳି ୧୭ ରନ୍ କରିଥିବା ବେଳେ ପ୍ୟାଟ କମିନ୍ସଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା କ୍ୟାଚ୍‌ ଆଉଟ୍ ହୋଇଥିଲେ ପୂଜାରା।

ହନୁମା ବିହାରୀ ୬୬ଟି ବଲ୍ ଖେଳି ୨୧ ରନ୍ କରିଥିଲେ। ସେ ନାଥନ ଲିୟନଙ୍କ ବଲରେ ଷ୍ଟିଭ୍ ସ୍ମିଥ୍‌ଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଋଷଭ ପନ୍ଥ ବି କିଛି କମାଲ କରିପାରି ନଥିଲେ। ଯଦିଓ ସେ ୪୦ ବଲରୁ ୩ଟି ଚୌକା ସାହାଯ୍ୟରେ ୨୯ ରନ୍ କରିଥିଲେ, କିନ୍ତୁ କ୍ରିଜ୍‌ରେ ଅଧିକ ସମୟ ତିଷ୍ଠି ପାରି ନଥିଲେ। ମିଚେଲ ଷ୍ଟାର୍କଙ୍କ ବଲରେ ଟିମ୍ ପେନ୍‌ଙ୍କ ଦ୍ୱାରା ସେ କ୍ୟାଚ୍ ଆଉଟ ହୋଇଥିଲେ।

ଅନ୍ୟପକ୍ଷରେ ଆଜିଙ୍କ୍ୟ ରାହାଣେ ଓ ରବୀନ୍ଦ୍ର ଜାଡ଼େଜା କ୍ରିଜ୍‌ରେ ଅଛନ୍ତି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଧିନାୟକ ହୋଇଥିବା ଆଜିଙ୍କ୍ୟ ରାହାଣେ ଅର୍ଦ୍ଧ ଶତକ କରି ଖେଳୁଛନ୍ତି। ସେ ୧୪୦ ବଲ୍‌ରୁ ୭ ଚୌକା ସହାୟତାରେ ୬୪ ରନ୍ କରି କ୍ରିଜ୍‌ରେ ଅଛନ୍ତି। ଜେଡ଼େଜା ୧୨ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story