ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍: ତାଙ୍କରି ନାଁରେ ଜାରି କଲା ଜର୍ସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନରେ ଅଦମ୍ୟ ସାହସ ଦେଖାଇ ଭାରତ ଫେରି ଆସିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସଲାମ୍ ଜଣାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍। ଏହା ସହିତ ଅଭିନନ୍ଦନଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନିତ କରିଛି ଦଳ। ଶୁକ୍ରବାର ଦଳ ପକ୍ଷରୁ ଜାରି ତାଙ୍କରି ନାଁରେ ଜର୍ସି ଜାରି କରାଯାଇଛି। ଏହି ଜର୍ସିରେ ‘ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ’ ଲେଖାଯାଇଛି। ସେହିପରି ଏହି ଜର୍ସିର ନମ୍ବର ହେଉଛି ୧। ତେଣୁ ସବୁ ଖେଳାଳିଙ୍କଠାରୁ ତାଙ୍କୁ ଉପରେ […]

shirt123

shirt123

Jitendra Garnayak
  • Published: Saturday, 02 March 2019
  • Updated: 02 March 2019, 01:23 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପାକିସ୍ତାନରେ ଅଦମ୍ୟ ସାହସ ଦେଖାଇ ଭାରତ ଫେରି ଆସିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ ବର୍ତମାନଙ୍କୁ ସଲାମ୍ ଜଣାଇଛନ୍ତି ଭାରତୀୟ କ୍ରିକେଟ୍ ଟିମ୍। ଏହା ସହିତ ଅଭିନନ୍ଦନଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନିତ କରିଛି ଦଳ। ଶୁକ୍ରବାର ଦଳ ପକ୍ଷରୁ ଜାରି ତାଙ୍କରି ନାଁରେ ଜର୍ସି ଜାରି କରାଯାଇଛି।

ଏହି ଜର୍ସିରେ ‘ୱିଙ୍ଗ୍ କମାଣ୍ଡର ଅଭିନନ୍ଦନ’ ଲେଖାଯାଇଛି। ସେହିପରି ଏହି ଜର୍ସିର ନମ୍ବର ହେଉଛି ୧। ତେଣୁ ସବୁ ଖେଳାଳିଙ୍କଠାରୁ ତାଙ୍କୁ ଉପରେ ରଖାଯାଇଛି। ଏହାର ଅର୍ଥ ଏବେ ଟିମ୍ ଇଣ୍ଡିଆର କୌଣସି ଖେଳାଳିଙ୍କୁ ୧ ନମ୍ବର ଜର୍ସି ଦିଆଯିବ ନାହିଁ। ଏବେ ଏହା ଅଭିନନ୍ଦନଙ୍କ ନାଁରେ ରହିବ।

ଏହା ସହିତ ଆଜି ଭାରତୀୟ କ୍ରିକେଟ୍‌ ଟିମ୍‌ର ନୂଆ ଜର୍ସି ବି ଉନ୍ମୋଚିତ ହୋଇଛି। ଏହି ଜର୍ସି ପିନ୍ଧି ଟିମ୍ ବିଶ୍ୱକପ୍‌ ଖେଳିବ।

ଭାରତୀୟ କ୍ରିକେଟ୍‌ ଟିମ୍‌ର ଅଧିନାୟକ ବିରାଟ କୋହଲି ଟ୍ୱିଟ୍‌ କରି ୱିଙ୍ଗ୍ କମାଣ୍ଡର ଅଭିନନ୍ଦନଙ୍କୁ ଦେଶର ପ୍ରକୃତ ହିରୋ ବୋଲି ଅଭିହିତ କରିଛନ୍ତି। ଏହି ଟ୍ୱିଟ୍‌ରେ ସେ ଅଭିନନ୍ଦନଙ୍କର ଏକ ଫଟୋ ମଧ୍ୟ ପୋଷ୍ଟ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos