ସଚିନଙ୍କୁ ଆଉଟ୍ କରିବା ଏହି ଇଂଲିଶ ସ୍ପିନରଙ୍କ ପାଇଁ କଷ୍ଟକର ଥିଲା

ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ନିଜ ସମୟର ସର୍ବଶ୍ରେଷ୍ଠ କ୍ରିକେଟର୍ କିଏ, ତା’ର ଖୁଲାସା କରିଛନ୍ତି। ପାନେସର ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ସଚିନଙ୍କ ବ୍ୟତୀତ ସେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଓ କୁମାର ସାଙ୍ଗାକାରାଙ୍କୁ ମଧ୍ୟ ଶ୍ରେଷ୍ଠ କହିଛନ୍ତି। ଏହାବ୍ୟତୀତ ପାନେସର ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କୁ ନିଜ ସମୟର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଏବଂ ରାହୁଲ୍ ଡ୍ରାଭିଡ୍ ‘ଦି ୱାଲ୍‌’ର ଆଖ୍ୟାକୁ ଯଥାର୍ଥତା […]

monty-and-sachin

monty-and-sachin

Ranjit Kumar Jena
  • Published: Tuesday, 21 April 2020
  • Updated: 21 April 2020, 07:35 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡର ପୂର୍ବତନ ସ୍ପିନର ମଣ୍ଟି ପାନେସର ନିଜ ସମୟର ସର୍ବଶ୍ରେଷ୍ଠ କ୍ରିକେଟର୍ କିଏ, ତା'ର ଖୁଲାସା କରିଛନ୍ତି। ପାନେସର ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କୁ ନିଜ ସମୟର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଆଖ୍ୟା ଦେଇଛନ୍ତି। ସଚିନଙ୍କ ବ୍ୟତୀତ ସେ ଶ୍ରୀଲଙ୍କାର ମାହେଲା ଜୟବର୍ଦ୍ଧନେ ଓ କୁମାର ସାଙ୍ଗାକାରାଙ୍କୁ ମଧ୍ୟ ଶ୍ରେଷ୍ଠ କହିଛନ୍ତି। ଏହାବ୍ୟତୀତ ପାନେସର ଭାରତର ବୀରେନ୍ଦ୍ର ସେହ୍ୱାଗଙ୍କୁ ନିଜ ସମୟର ସବୁଠାରୁ ଆକ୍ରମଣାତ୍ମକ ବ୍ୟାଟ୍ସମ୍ୟାନ୍ ଏବଂ ରାହୁଲ୍ ଡ୍ରାଭିଡ୍ 'ଦି ୱାଲ୍‌'ର ଆଖ୍ୟାକୁ ଯଥାର୍ଥତା କହିଛନ୍ତି।

ପାନେସର ନିଜ ଭାରତ ବିପକ୍ଷରେ ଖେଳିଥିବା ୧୧ ଟେଷ୍ଟ ମ୍ୟାଚରେ ସଚିନଙ୍କୁ ୪ଥର ଆଉଟ୍ କରିଛନ୍ତି। ଇଂଲଣ୍ଡ ପକ୍ଷରୁ ୫୦ ଟେଷ୍ଟ ମ୍ୟାଚ୍ ଖେଳିଥିବା ପାନେସର କହିଛନ୍ତି, ସଚିନ ଯେତେବେଳେ କ୍ରିଜରେ ଜମି ଯାଉଥିଲେ, ସେ ବଡ଼ ଇନିଂସ୍ ଖେଳିବାରେ ସଫଳ ହେଉଥିଲେ। କିନ୍ତୁ ପ୍ରତି ବ୍ୟାଟ୍ସମ୍ୟାନଙ୍କ ଭଳି ସଚିନଙ୍କର ମଧ୍ୟ କିଛି ଦୁର୍ବଳତା ଥିଲା। କ୍ରିଜରେ ସେଟ୍ ହେବା ପରେ ସେ ଭିନ୍ନ ଧରଣର ବ୍ୟାଟିଂ କରୁଥିଲେ। ତେଣୁ ସଚିନଙ୍କୁ ଆଉଟ୍ କରିବା ବହୁତ କଷ୍ଟକର ଥିଲା। ସଚିନ କେଉଁ ବଲରେ ଶଟ୍ ମାରିବେ, ତାହା ଜାଣିବା ଆମ ପକ୍ଷେ କଷ୍ଟକର ହୋଇଥାଏ।

ଡ୍ରାଭିଡଙ୍କ ସମ୍ବନ୍ଧରେ ପାନେସର ଆହୁରି କହିଛନ୍ତି, ଡ୍ରାଭିଡ୍ ମଧ୍ୟ ଜଣେ ମହାନ ବ୍ୟାଟ୍ସମ୍ୟାନ୍ ଥିଲେ ଏବଂ ଏଥିପାଇଁ ତାଙ୍କୁ 'ଦି ୱାଲ୍‌'ର ଆଖ୍ୟା ଦିଆଯାଇଛି। ସେ ଯେତେବେଳେ ବ୍ୟାଟିଂ କରୁଥିଲେ, ସେତେବେଳେ ଲାଗେ ଯେପରି ତାଙ୍କ ବ୍ୟାଟ୍ ଅନ୍ୟମାନଙ୍କଠାରୁ ବହୁତ ଚଉଡ଼ା, କାରଣ ସେ ଦୀର୍ଘ ସମୟ ଧରି କ୍ରିଜରେ ଛିଡ଼ା ହେଉଥିଲେ। ସେହିପରି ସେହ୍ୱାଗ ମୋ ସମୟର ସବୁଠାରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଥିଲେ।

ନିକଟରେ ଯୁବରାଜ ସିଂହ କହିଥିଲେ, ବର୍ତ୍ତମାନ ଭାରତୀୟ ଟିମରେ ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କୁ ଛାଡ଼ି ଦେଲେ କେହିବି ରୋଲ୍ ମଡେଲ୍ ଲାଗନ୍ତି ନାହିଁ । ଯୁବିଙ୍କ ଏହି କଥାରେ ସହମତ ହୋଇଛନ୍ତି ପାନେସର। ପାନେସର କହିଛନ୍ତି, ସଚିନ, ଡ୍ରାଭିଡ୍ ଓ ଭିଭିଏସ୍ ଲକ୍ଷ୍ମଣ ଆମ ସମସ୍ତଙ୍କ ପାଇଁ ଆଦର୍ଶ ଥିଲେ। ମଇଦାନ ଭିତରେ ଏବଂ ବାହାରେ କିପରି ରହିବା ଦରକାର, ତାହା ଆମେ ସେମାନଙ୍କଠାରୁ ଶିଖିଥିଲୁ। ବିଶେଷକରି ଜଣେ ମଣିଷ ଭାବେ ସଚିନଙ୍କଠାରୁ ମୁଁ ବହୁତ କିଛି ଶିଖିଛି। ତାଙ୍କ ପରିବାର ତାଙ୍କୁ ବହୁତ ଭଲ ସଂସ୍କାର ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos