ପ୍ରଥମଥର ଅଲିମ୍ପିକ୍ସରେ ଭାଗ ନେଲେ ଟ୍ରାନ୍ସଜେଣ୍ଡର୍, କିଏ ସେହି ଆଥଲେଟ୍?

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ନ୍ୟୁଜିଲ୍ୟାଣ୍ଡର ଭାରୋତ୍ତୋଳକ ଲରେଲ୍ ହବାର୍ଡ ପ୍ରଥମ ଟ୍ରାନ୍ସଜେଣ୍ଡର୍ ଭାବେ ଭାଗ ନେଇ ଇତିହାସ ରଚିଛନ୍ତି। ସେ ଅଲିମ୍ପିକ୍ସ ଇତିହାସରେ ଭାଗ ନେବାରେ ପ୍ରଥମ ଟ୍ରାନ୍ସଜେଣ୍ଡର୍ ହୋଇଛନ୍ତି। ହବାର୍ଡ ୧୫ ବର୍ଷ ଧରି କ୍ରୀଡ଼ା ମଇଦାନରୁ ଦୂରରେ ରହିଥିଲେ, କିନ୍ତୁ ୪ ବର୍ଷ ପୂର୍ବେ ସେ କମବ୍ୟାକ୍ କରିଥିଲେ। ଲରେଲ୍ ହବାର୍ଡ ସୋମବାର +୮୭ କେଜି ବର୍ଗ ଭାରୋତ୍ତୋଳନରେ ଅଂଶଗ୍ରହଣ କରିଥିଲେ। ହବାର୍ଡ ମଧ୍ୟ ୪୩ ବର୍ଷ ବୟସରେ ଅଲିମ୍ପିକ୍ସରେ ଭାଗ ନେବାରେ ସବୁଠାରୁ […]

laurel-hubbard

laurel-hubbard

Ranjit Kumar Jena
  • Published: Tuesday, 03 August 2021
  • Updated: 03 August 2021, 06:48 PM IST

Sports

Latest News

ଟୋକିଓ: ଟୋକିଓ ଅଲିମ୍ପିକ୍ସରେ ନ୍ୟୁଜିଲ୍ୟାଣ୍ଡର ଭାରୋତ୍ତୋଳକ ଲରେଲ୍ ହବାର୍ଡ ପ୍ରଥମ ଟ୍ରାନ୍ସଜେଣ୍ଡର୍ ଭାବେ ଭାଗ ନେଇ ଇତିହାସ ରଚିଛନ୍ତି। ସେ ଅଲିମ୍ପିକ୍ସ ଇତିହାସରେ ଭାଗ ନେବାରେ ପ୍ରଥମ ଟ୍ରାନ୍ସଜେଣ୍ଡର୍ ହୋଇଛନ୍ତି। ହବାର୍ଡ ୧୫ ବର୍ଷ ଧରି କ୍ରୀଡ଼ା ମଇଦାନରୁ ଦୂରରେ ରହିଥିଲେ, କିନ୍ତୁ ୪ ବର୍ଷ ପୂର୍ବେ ସେ କମବ୍ୟାକ୍ କରିଥିଲେ।

ଲରେଲ୍ ହବାର୍ଡ ସୋମବାର +୮୭ କେଜି ବର୍ଗ ଭାରୋତ୍ତୋଳନରେ ଅଂଶଗ୍ରହଣ କରିଥିଲେ। ହବାର୍ଡ ମଧ୍ୟ ୪୩ ବର୍ଷ ବୟସରେ ଅଲିମ୍ପିକ୍ସରେ ଭାଗ ନେବାରେ ସବୁଠାରୁ ବୟୋଜ୍ୟେଷ୍ଠା ଭାରୋତ୍ତୋଳକ ହୋଇଛନ୍ତି, ଯିଏ ତିନୋଟି ଯାକ ପ୍ରୟାସରେ ଲିଫ୍ଟ ପୂରଣ କରିପାରିନଥିଲେ। ଯେଉଁ କାରଣରୁ ସେ ପ୍ରତିଯୋଗିତାରୁ ବାହାର ହୋଯାଇଥିଲେ। କିନ୍ତୁ ଏହା ସତ୍ତ୍ୱେ ସେ ନିଜକୁ ଏକ ବିଜେତା ଭାବେ ବିବେଚନା କରିଥିଲେ। ଏହି ପ୍ରତିଯୋଗିତାରେ ଚାଇନାର ଲି ୱେନୱେନ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ହବାର୍ଡ ପ୍ରତିଯୋଗିତା ମଇଦାନରୁ ବାହାରିବା ପରେ ଦର୍ଶକଙ୍କୁ ଅଭିବାଦନ କରିଥିଲେ। ଏହି ଅବସରରେ ହବାର୍ଡ କହିଛନ୍ତି, ଏହି ଖେଳରେ ମୋ ଅଂଶଗ୍ରହଣକୁ ନେଇ ଯେଉଁ ବିବାଦ ହୋଇଥିଲା, ସେ ବିଷୟରେ ମୁଁ ଜାଣିଛି। କିନ୍ତୁ ମୁଁ ଅଲିମ୍ପିକ୍ସରେ ଭାଗ ନେଇଥିବାରୁ ଆଇଓସିକୁ ଧନ୍ୟବାଦ ଜଣାଉଛି।

Transgender Weightlifter Laurel Hubbard Makes History at Tokyo Olympics  Despite an Early Exit | PEOPLE.com

ହବାର୍ଡ କହିଛନ୍ତି ଯେ ଭାରୋତ୍ତାଳୋନ ଏଭଳି ଏକ ଖେଳ, ଯାହା ଦୁନିଆର ସବୁ ଲୋକଙ୍କ ପାଇଁ ଖୋଲା ରହିଛି। ଏହାସହ ସେ କୋଭିଡ୍-୧୯ ମହାମାରୀ ଭଳି ଅସାଧାରଣ ପରିସ୍ଥିତିରେ କ୍ରୀଡ଼ାର ଆୟୋଜନ ପାଇଁ ଜାପାନ ଲୋକଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସୂଚନାଯୋଗ୍ୟ, ହବାର୍ଡ ୮ ବର୍ଷ ତଳେ ଅର୍ଥାତ୍ ୩୫ ବର୍ଷ ବୟସରେ ନିଜର ଲିଙ୍ଗ ବଦଳାଇଥିଲେ। ଏହା ପରେ ସେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଟ୍ରାନ୍ସ ଆଥଲେଟଙ୍କ ନିରପେକ୍ଷ ଇଭେଣ୍ଟ ପାଇଁ ଥିବା ନିୟମ ଓ ସମସ୍ତ ଆବଶ୍ୟକତାକୁ ପୂରଣ କରିଥିଲେ।

୪୩ ବର୍ଷ ବୟସ ହବାର୍ଡଙ୍କୁ ମହିଳା ବର୍ଗରେ ସାମିଲ୍ କରି ଅନୁଚିତ୍ ଲାଭ ଦେବାର ଅଭିଯୋଗ ଲଗାଯାଇଥିଲା। ସେ ପୂର୍ବରୁ ପୁରୁଷ ବର୍ଗରେ ଖେଳୁଥିଲେ, କିନ୍ତୁ ତାଙ୍କୁ ନେଇ କିଛି ଦିନ ହେବ ଖୁବ୍ ବିବାଦ ହୋଇଛି। ଏପରିକି ତାଙ୍କର ଅଲିମ୍ପିକ୍ସରେ ସାମିଲ୍ ହେବା ନେଇ ପ୍ରଶ୍ନ ଉଠିଥିଲା।

Laurel Hubbard First Trans Woman To Compete In A Solo Olympic Event

ହବାର୍ଡଙ୍କୁ ନେଇ କିଛି ଆଥଲେଟ୍, ମହିଳା କ୍ରୀଡ଼ା ଓ ନିରପେକ୍ଷ ଓକିଲଙ୍କ ମତ ରଖିଛନ୍ତି ଯେ ତାଙ୍କୁ ମହିଳା ବର୍ଗରେ ସାମିଲ୍ କରି ଅନୁଚିତ୍ ଲାଭ ଦିଆଯାଉଛି। ସମାଲୋଚକଙ୍କ ମତରେ, ସେ ଜଣେ ପୁରୁଷ ଭାବେ ବଡ଼ ହୋଇଛନ୍ତି ଏବଂ ଏହାର ଫାଇଦା ତାଙ୍କୁ ଶାରୀରିକ ଭାବେ ମିଳିବ, ଯାହାଦ୍ୱାରା ସାଧାରଣ ମହିଳା ଖେଳାଳିଙ୍କୁ ନିଶ୍ଚିତ ସମସ୍ୟା ହେବ।

ତେବେ ଅଲିମ୍ପିକ୍ କମିଟିର ଚିକିତ୍ସା ନିର୍ଦ୍ଦେଶକ ରିଚାର୍ଡ ବଜେଟ୍ ସୁପାରିସ୍ କରି କହିଥିଲେ ଯେ ହବାର୍ଡ ଜଣେ ମହିଳା ଏବଂ ସେ କ୍ରୀଡ଼ା ସଂଘର ନିୟମ ମୁତାବକ ଭାଗ ନେଉଛନ୍ତି। ତେଣୁ ତାଙ୍କ ସାହସ ଓ ଦୃଢ଼ତା ପାଇଁ ପ୍ରୋତ୍ସାହନ କରିବା ଦରକାର ବୋଲି ରିଚାର୍ଡ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story