ପାକିସ୍ତାନର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଉମର ଅକମଲ୍ ତିନି ବର୍ଷ ବାସନ୍ଦ

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ତା’ର ଷ୍ଟାର୍ କ୍ରିକେଟର୍ ଉମର ଅକମଲଙ୍କ ଉପରେ ତିନିବର୍ଷର ବାସନ୍ଦାଦେଶ ଲଗାଇଛି। ଏହି ପ୍ରତିବନ୍ଧ କାରଣରୁ ଉମର କ୍ରିକେଟର କୌଣସି ଫର୍ମାଟରେ ଖେଳିପାରିବେ ନାହିଁ। ପିସିବି ସୋମବାର ତା’ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏହି ସୂଚନା ଦେଇଛି। ପିସିବିର ଶୃଙ୍ଖଳାଗତ ପ୍ୟାନେଲର ଅଧ୍ୟକ୍ଷ ଜଷ୍ଟିସ୍ (ଅବସରପ୍ରାପ୍ତ) ଫଜଲ-ଏ-ମିରାନ୍ ଚୌହାନ୍ ଅକମଲଙ୍କ ପାଇଁ ତିନିବର୍ଷର ବାସନ୍ଦାଦେଶର ନିର୍ଦ୍ଦେଶ ଦେଇଛନ୍ତି। ଅକମଲଙ୍କ ଉପରେ ଆଣ୍ଟି କରପସନ୍ କୋଡ୍ ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ରହିଛି […]

umar

umar

Ranjit Kumar Jena
  • Published: Monday, 27 April 2020
  • Updated: 27 April 2020, 07:20 PM IST

Sports

Latest News

ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ତା'ର ଷ୍ଟାର୍ କ୍ରିକେଟର୍ ଉମର ଅକମଲଙ୍କ ଉପରେ ତିନିବର୍ଷର ବାସନ୍ଦାଦେଶ ଲଗାଇଛି। ଏହି ପ୍ରତିବନ୍ଧ କାରଣରୁ ଉମର କ୍ରିକେଟର କୌଣସି ଫର୍ମାଟରେ ଖେଳିପାରିବେ ନାହିଁ। ପିସିବି ସୋମବାର ତା'ର ଅଫିସିଆଲ୍ ଟ୍ୱିଟର୍ ଆକାଉଣ୍ଟରେ ଏହି ସୂଚନା ଦେଇଛି। ପିସିବିର ଶୃଙ୍ଖଳାଗତ ପ୍ୟାନେଲର ଅଧ୍ୟକ୍ଷ ଜଷ୍ଟିସ୍ (ଅବସରପ୍ରାପ୍ତ) ଫଜଲ-ଏ-ମିରାନ୍ ଚୌହାନ୍ ଅକମଲଙ୍କ ପାଇଁ ତିନିବର୍ଷର ବାସନ୍ଦାଦେଶର ନିର୍ଦ୍ଦେଶ ଦେଇଛନ୍ତି।

ଅକମଲଙ୍କ ଉପରେ ଆଣ୍ଟି କରପସନ୍ କୋଡ୍ ଉଲ୍ଲଙ୍ଘନ କରିଥିବାର ଅଭିଯୋଗ ରହିଛି ଏବଂ ଏହି ମାମଲାରେ ହିଁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଏହି କାରଣରୁ ମଧ୍ୟ ତାଙ୍କୁ ପାକିସ୍ତାନ ସୁପର୍ ଲିଗ୍ (ପିଏସଏଲ୍)ର ଦିନକ ପୂର୍ବରୁ ଏଥିରେ ଭାଗ ନେବାରୁ ବଞ୍ଚିତ କରାଯାଇଥିଲା। ପିସିବି ଉମର ଅକମଲଙ୍କ ବିରୋଧରେ ତଦନ୍ତର କାରଣର ଖୁଲାସା କରିନାହିଁ, କିନ୍ତୁ ତାଙ୍କ ଉପରେ ଆଣ୍ଟି କରପସନ୍ କୋଡର ଧାରା ୨.୪.୪ର ଆଧାରରେ ଫେବୃଆରୀରେ ହୋଇଥିବା ଦୁଇଟି ମାମଲା ଆଧାରରେ ଅଭିଯୋଗ ଲଗାଇଛି।

ପାକିସ୍ତାନର ପୂର୍ବତନ ୱିକେଟକିପର କାମରାନ୍ ଅକମଲଙ୍କ ସାନ ଭାଇ ଉମର କହିଥିଲେ ଯେ ୨୦୧୫ରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲ୍ୟାଣ୍ଡରେ ଆୟୋଜିତ ଆଇସିସି ବିଶ୍ୱକପ୍ ବେଳେ ତାଙ୍କ ସହ ବୁକି ଯୋଗାଯୋଗ କରିଥିଲେ। ଅକମଲ୍ ପାକିସ୍ତାନ ପକ୍ଷରୁ ୧୬ ଟେଷ୍ଟରେ ୧୦୦୩ ରନ୍, ୧୨୧ ଦିନିକିଆରେ ୩୧୯୪ ରନ୍ ଏବଂ ୮୪ ଟି-୨୦ ମ୍ୟାଚରେ ୧୬୯୦ ରନ୍ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos