ସେମିଫାଇନାଲରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଚାହୁଁଥିଲେ ବିରାଟ୍

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଶ୍ୱକପରୁ ବିଦାୟ ନେଇଛି ଏବଂ ଏହି ପରାଜୟ ସହ ଟିମର ସେହି ସମସ୍ୟା ଉପରେ ଚର୍ଚ୍ଚା ହେବାରେ ଲାଗିଛି, ଯାହା ଲମ୍ବା ସମୟ ଧରି ଚାଲିଆସିଥିଲା। ସେହି ସମସ୍ୟା ହେଉଛି ଚତୁର୍ଥ ସ୍ଥାନ। ଚତୁର୍ଥ ସ୍ଥାନରେ ମଜଭୁତ୍ ବ୍ୟାଟ୍ସମ୍ୟାନ୍ ନହେବା, ଟିମ୍ ପରାଜୟର ବଡ଼ କାରଣ ବୋଲି କୁହାଯାଉଛି। କ୍ୟାପଟେନ୍ ବିରାଟ୍ କୋହଲି ନିଜ ଟିମର ଏହି ଦୁର୍ବଳତା ବିଷୟରେ ଭଲଭାବେ ଜାଣିଥିଲେ, ଯେଉଁ କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ […]

virat

virat

Hemant Lenka
  • Published: Friday, 12 July 2019
  • Updated: 12 July 2019, 05:22 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ନ୍ୟୁଜିଲ୍ୟାଣ୍ଡଠାରୁ ହାରି ବିଶ୍ୱକପରୁ ବିଦାୟ ନେଇଛି ଏବଂ ଏହି ପରାଜୟ ସହ ଟିମର ସେହି ସମସ୍ୟା ଉପରେ ଚର୍ଚ୍ଚା ହେବାରେ ଲାଗିଛି, ଯାହା ଲମ୍ବା ସମୟ ଧରି ଚାଲିଆସିଥିଲା। ସେହି ସମସ୍ୟା ହେଉଛି ଚତୁର୍ଥ ସ୍ଥାନ। ଚତୁର୍ଥ ସ୍ଥାନରେ ମଜଭୁତ୍ ବ୍ୟାଟ୍ସମ୍ୟାନ୍ ନହେବା, ଟିମ୍ ପରାଜୟର ବଡ଼ କାରଣ ବୋଲି କୁହାଯାଉଛି।

କ୍ୟାପଟେନ୍ ବିରାଟ୍ କୋହଲି ନିଜ ଟିମର ଏହି ଦୁର୍ବଳତା ବିଷୟରେ ଭଲଭାବେ ଜାଣିଥିଲେ, ଯେଉଁ କାରଣରୁ ସେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ସେମିଫାଇନାଲରେ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଚାହୁଁଥିଲେ। କିନ୍ତୁ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ କଥାରେ ସହମତି ହୋଇନଥିଲା ଏବଂ ତାଙ୍କୁ ନିଜ ସ୍ଥାନରେ ହିଁ ବ୍ୟାଟିଂ କରିବାକୁ ପଡ଼ିଥିଲା।

ଦୁଇ ଟିମ୍ ମଧ୍ୟରେ ଖେଳାଯାଇଥିବା ସେମିଫାଇନାଲ୍ ବର୍ଷା ଯୋଗୁ ରିଜର୍ଭ ଡେ'କୁ ଯାଇଥିଲା। ପରବର୍ତ୍ତୀ ଦିନ ଭାରତ ଆଗରେ ୨୪୦ ରନର ଟାର୍ଗେଟ୍ ରଖିଥିଲା ନ୍ୟୁଜିଲ୍ୟାଣ୍ଡ। ବର୍ଷା ଯୋଗୁ ପିଚରେ ମଏଶ୍ଚର୍ ରହିଥିଲା, ଯେଉଁ କାରଣରୁ ବଲ୍ ସୁଇଂ କରିବାରେ ଲାଗିଥିଲା ଏବଂ ଭାରତ ତା'ର ତିନି ପ୍ରମୁଖ ୱିକେଟ୍ ମାତ୍ର ୫ ରନ୍ ଭିତରେ ହରାଇଥିଲା। ରୋହିତ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲିଙ୍କ ଆଉଟ୍ ପରେ ରିଷଭ ପନ୍ତ ଓ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟାଟିଂ କରିବାକୁ ଆସିଥିଲେ। ତେବେ ମ୍ୟାଚ୍ ଆରମ୍ଭ ହେବାର କିଛି ସମୟ ପରେ ୱିକେଟ୍ ବ୍ୟାଟିଂ କରିବା ଯୋଗ୍ୟ ହୋଇଥିଲା।

ଟାଇମ୍ସ ଅଫ୍ ଇଣ୍ଡିଆ ଖବର ଅନୁଯାୟୀ, ରୋହିତ୍ ଓ ରାହୁଲ୍ ଯେତେବେଳେ ଓପନ୍ କରିବାକୁ କ୍ରିଜରେ ପହଞ୍ଚିଲେ, ସେତେବେଳେ କ୍ୟାପଟେନ୍ ବିରାଟ୍ ତୃତୀୟ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଡ୍ରେସିଂ ରୁମ୍ ଭିତରେ ପ୍ୟାଡ୍ ପିନ୍ଧି ବସିଥିଲେ। ସେହି ସମୟରେ ବିରାଟ୍ କୋଚ୍ ରବି ଶାସ୍ତ୍ରୀ, ସହକାରୀ କୋଚ୍ ସଞ୍ଜୟ ବାଙ୍ଗର ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ପାଖକୁ ଆଲୋଚନା କରିବା ପାଇଁ ଯାଇଥିଲେ।

ବିରାଟ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବା ପାଇଁ ଏହି ତିନିଜଣଙ୍କୁ କହିଥିଲେ। ବିରାଟ୍ ଚାହୁଁଥିଲେ ପନ୍ତ କିମ୍ବା ପାଣ୍ଡ୍ୟାଙ୍କ ମଧ୍ୟରୁ ଜଣେ ତୃତୀୟ ସ୍ଥାନରେ କିଛି ଓଭର ବ୍ୟାଟିଂ କରନ୍ତୁ, ଯଦ୍ଦ୍ୱାରା ପିଚ୍ ସାମାନ୍ୟ ବ୍ୟାଟିଂ ଉପଯୋଗୀ ହୋଇପାରିବ। କିନ୍ତୁ ରୋହିତଙ୍କ ୱିକେଟ୍ ଯିବା ପରେ କୋହଲି ନିଜ ପୁରୁଣା ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story