ବିରାଟ୍ ଓ ରୋହିତଙ୍କ ମଧ୍ୟରୁ କିଏ ଉନ୍ନତ କ୍ୟାପଟେନ୍? ଜବାବ ରଖିଲେ ଗମ୍ଭୀର
ମୁମ୍ବାଇ: ବିରାଟ୍ କୋହଲି ଓ ରୋହିତ୍ ଶର୍ମାଙ୍କ ମଧ୍ୟରୁ କିଏ ଉନ୍ନତ କ୍ୟାପଟେନ୍, ତାକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି। ଏହାରି ଭିତରେ ଭାରତର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ଗୌତମ ଗମ୍ଭୀର ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି। କୋହଲି ଜଣେ କ୍ୟାପଟେନ୍, କିନ୍ତୁ ରୋହିତ୍ ତାଙ୍କଠାରୁ ବହୁତ ଉନ୍ନତ ବୋଲି କହିଛନ୍ତି ଗମ୍ଭୀର।
King Kohli or The Hitman? Our experts share their opinion on what is a hot topic among fans currently – Who should lead Team India in T20Is?
Tune-in to find out, on #CricketConnected!
Every Monday | 2 PM & 9:30 PM | Star Sports Network & Disney+Hotstar pic.twitter.com/FL2mI2TJpV
— Star Sports (@StarSportsIndia) November 23, 2020
ଷ୍ଟାର୍ ସ୍ପୋର୍ଟ୍ସ ଶୋ’ କ୍ରିକେଟ୍ କନେକ୍ଟେଡରେ ଯୋଗ ଦେବା ଅବସରରେ ଗମ୍ଭୀର କହିଛନ୍ତି, ବିରାଟ୍ କୋହଲି ଖରାପ କ୍ୟାପଟେନ୍ ନୁହନ୍ତି, କିନ୍ତୁ ରୋହିତ୍ ଜଣେ ଉନ୍ନତ କ୍ୟାପଟେନ୍। ଉଭୟଙ୍କ କ୍ୟାପଟେନ୍ସିର କ୍ୱାଲିଟିରେ ବହୁତ ତଫାତ୍ ରହିଛି। ଯଦି ଆମେ ଆଇପିଏଲ୍ ରେକର୍ଡକୁ ଦେଖିବା, ତାହେଲେ କ୍ୟାପଟେନ୍ ଭାବେ ରୋହିତଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି। ତେଣୁ ମୋ ମତରେ ବିରାଟଙ୍କଠାରୁ ରୋହିତ୍ ଉନ୍ନତ କ୍ୟାପଟେନ୍।
ସୂଚନାଯୋଗ୍ୟ, ଆଇପିଏଲ୍ ଇତିହାସରେ ରୋହିତ୍ ସବୁଠାରୁ ସଫଳ କ୍ୟାପଟେନ୍। ତାଙ୍କ ନେତୃତ୍ବରେ ମୁମ୍ବାଇ ଇଣ୍ଡିଆନ୍ସ ୫ଥର ଆଇପିଏଲ୍ ଟ୍ରଫି ହାତେଇଛି। କିନ୍ତୁ ବିରାଟ୍ କୋହଲିଙ୍କ ନେତୃତ୍ୱରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଥରେବି ଟାଇଟଲ୍ ସ୍ୱାଦ ଚାଖିପାରିନାହିଁ। ୨୦୧୩ରେ କ୍ୟାପଟେନ୍ ଦାୟିତ୍ୱ ବହନ କରିଥିବା କୋହଲିଙ୍କ ନେତୃତ୍ୱରେ ଆରସିବି ୨୦୧୬ରେ ରନର୍ସଅପ୍ ହୋଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।