ନୂଆଦିଲ୍ଲୀ: ଆଜି ପବିତ୍ର ଶିଶୁ ଦିବସ। ଏହି ଦିବସ ଶିଶୁମାନଙ୍କ ପାଇଁ ସମର୍ପିତ। ଏହି ଅବସରରେ ଭାରତୀୟ କ୍ରିକେଟ୍ ଟିମର ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍ ବୀରେନ୍ଦ୍ର ସେହ୍ୱାଗ ସହିଦ୍ ବାଜି ରାଉତଙ୍କୁ ସ୍ମରଣ କରିଛନ୍ତି। ସେହ୍ୱାଗ ସୋଶାଲ ମିଡିଆରେ ବାଜି ରାଉତଙ୍କ ଗାଥା ବଖାଣିବା ସହ ଶିଶୁ ଦିବସରେ ଏଭଳି ଜଣେ ମହାନ୍ ସଂଗ୍ରାମୀ ବାଳକଙ୍କୁ ଆମେ ସ୍ମରଣ କରିବା ଦରକାର ବୋଲି କହିଛନ୍ତି।
Vaise toh each day , we should remember such a great, brave child, but more so on #ChildrensDay .
A thread on the youngest martyr of India's freedom struggle - Shaheed Baji Rout ! Baji Amar rahein https://t.co/Ub3EBHImzV— Virender Sehwag (@virendersehwag) November 14, 2019
ଦେଶର ଏହି ସର୍ବକନିଷ୍ଠ ସ୍ୱାଧୀନତା ସଂଗ୍ରାମୀ ମାତ୍ର ୧୨ ବର୍ଷ ବୟସରେ ଦେଶ ପାଇଁ ପ୍ରାଣତ୍ୟାଗ କରିଥିଲେ। ବ୍ରିଟିଶ ଫୌଜର ନାଲିଆଖିକୁ ଖାତିର୍ ନକରି ଗୁଳି ଖାଇଥିଲେ ବାଜି। ଏହି ବଳିଦାନ ପାଇଁ ସେ (ବାଜି) ସବୁଦିନ ପାଇଁ ଅମର ରହିବେ ବୋଲି ସେହ୍ୱାଗ ଟୁଇଟ୍ ଏବଂ ଇନଷ୍ଟାଗ୍ରାମରେ ପୋଷ୍ଟ କରି କହିଛନ୍ତି।
ସେହ୍ୱାଗ ଲେଖିଛନ୍ତି, ସାଧାରଣତ ଆମକୁ ସର୍ବଦା ଅମର ସହିଦଙ୍କୁ ମନେ ରଖିବା ଦରକାର, କିନ୍ତୁ ଆଜିର ଏହି ପବିତ୍ର ଶିଶୁ ଦିବସ ଅବସରରେ ଆମକୁ ଏହି କୁନି ସହିଦଙ୍କୁ ସ୍ମରଣ କରିବା ନିହାତି ଆବଶ୍ୟକ। ଦେଶର ସବୁଠାରୁ କନିଷ୍ଠ ସହିଦ୍ ବାଜି ରାଉତ ଅମର ରହେ। ସେହ୍ୱାଗ ଏହି କୁନି ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ୨୦୧୭ର ଟୁଇଟକୁ ପୁଣିଥରେ ରିଟୁଇଟ୍ କରିଛନ୍ତି।
ଅନ୍ୟପକ୍ଷରେ ଉଭୟ ରାଜ୍ୟ ଓ ଦେଶର ଏହି ମହାନ ପୁତ୍ରଙ୍କ ବୀରତ୍ୱ କାହାଣୀକୁ ସେହ୍ୱାଗ ସମସ୍ତଙ୍କ ଆଗରେ ବଖାଣିଥିବାରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସୂଚନାଯୋଗ୍ୟ, ସହିଦ୍ ବାଜି ରାଉତଙ୍କ ଜନ୍ମ ୧୯୨୬ରେ ଓଡ଼ିଶାର ଢ଼େଙ୍କାନାଳରେ ହୋଇଥିଲା ଏବଂ ୧୧ ଅକ୍ଟୋବର, ୧୯୩୮ରେ ସେ ଦେଶ ପାଇଁ ଜୀବନ ଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।