ଟି-୨୦ ସିରିଜ୍ ପୋଛିନେଲା ଅଷ୍ଟ୍ରେଲିଆ

ମେଲବର୍ଣ୍ଣ: ପୁଣି ନିଜ ବ୍ୟାଟର ଚମକ ଦେଖାଇଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍। ପ୍ରଥମ ମ୍ୟାଚରେ ଶତକ, ଦ୍ୱିତୀୟ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ଏବଂ ଶୁକ୍ରବାର ୱାର୍ଣ୍ଣରଙ୍କ ଆଉ ଏକ ଦମଦାର ଇନିଂସ୍ ବଳରେ ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ପୋଛି ନେଇଛି। ତୃତୀୟ ମୁକାବିଲାରେ ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୧୪୩ ରନର ବିଜୟଲକ୍ଷ୍ୟକୁ […]

aus

aus

Ranjit Kumar Jena
  • Published: Friday, 01 November 2019
  • Updated: 01 November 2019, 06:52 PM IST

Sports

Latest News

ମେଲବର୍ଣ୍ଣ: ପୁଣି ନିଜ ବ୍ୟାଟର ଚମକ ଦେଖାଇଛନ୍ତି ଅଷ୍ଟ୍ରେଲିଆର ବିସ୍ଫୋରକ ଓପନିଂ ବ୍ୟାଟ୍ସମ୍ୟାନ୍ ଡେଭିଡ୍ ୱାର୍ଣ୍ଣର୍। ପ୍ରଥମ ମ୍ୟାଚରେ ଶତକ, ଦ୍ୱିତୀୟ ମ୍ୟାଚରେ ଅପରାଜିତ ଅର୍ଦ୍ଧଶତକ ଏବଂ ଶୁକ୍ରବାର ୱାର୍ଣ୍ଣରଙ୍କ ଆଉ ଏକ ଦମଦାର ଇନିଂସ୍ ବଳରେ ଅଷ୍ଟ୍ରେଲିଆ ତୃତୀୟ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାକୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଅଷ୍ଟ୍ରେଲିଆ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜକୁ ୩-୦ରେ ପୋଛି ନେଇଛି। ତୃତୀୟ ମୁକାବିଲାରେ ଶ୍ରୀଲଙ୍କା ଦ୍ୱାରା ଧାର୍ଯ୍ୟ ୧୪୩ ରନର ବିଜୟଲକ୍ଷ୍ୟକୁ ଅଷ୍ଟ୍ରେଲିଆ ୧୭.୪ ଓଭରରେ ୩ ୱିକେଟ୍ ହରାଇ ହାସଲ କରି ନେଇଛି।

ଲକ୍ଷ୍ୟର ପିଛା କରୁଥିବା ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲା। କ୍ୟାପଟେନ୍ ଆରୋନ୍ ଫିଞ୍ଚ୍ ଓ ୱାର୍ଣ୍ଣର ପ୍ରଥମ ୱିକେଟ୍ ପାଇଁ ୬୯ ରନର ଭାଗୀଦାରୀ କରିଥିଲେ। ଫିଞ୍ଚ୍ ବ୍ୟକ୍ତିଗତ ୩୭ (୨୫ ବଲ୍‌, ୧ ଚୌକା, ୩ ଛକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଷ୍ଟିଭେନ୍ ସ୍ମିଥ୍ ମାତ୍ର ୧୩ ରନ୍ କରି ଆଉଟ୍ ହୋଇଥିଲେ। ବେନ୍ ମ୍ୟାକଡରମଟ୍ଟ (୫) ମଧ୍ୟ ନିରାଶ କରିଥିଲେ। ତେବେ ୱାର୍ଣ୍ଣର୍ ଓ ଆଲେକ୍ସ ଟର୍ଣ୍ଣର ଚତୁର୍ଥ ୱିକେଟ୍ ପାଇଁ ଅପରାଜିତ ୪୬ ରନ୍ ଯୋଡ଼ି ଅଷ୍ଟ୍ରେଲିଆକୁ ଆଉ ଏକ ସହଜ ବିଜୟ ଭେଟି ଦେଇଥିଲେ। ୱାର୍ଣ୍ଣର୍ ୫୦ ବଲରେ ୪ ଚୌକା ଓ ୧ ଛକା ସହ ୫୭ ରନ୍ ଏବଂ ଟର୍ଣ୍ଣର ୨୨ (୧୫ ବଲ୍‌, ୨ ଛକା) ରନ୍ କରି ଅପରାଜିତ ଥିଲେ।

ଏହା ପୂର୍ବରୁ ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଶ୍ରୀଲଙ୍କା ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ୧୪୨ ରନ୍ କରିଥିଲା । ଟିମ୍ ପକ୍ଷରୁ କୁଶଲ ପରେରାଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ଇନିଂସ୍ ଖେଳିବାରେ ସଫଳ ହୋଇନଥିଲେ। ପରେରା ୪୫ ବଲରେ ୪ ଚୌକା ଓ ୧ ଛକା ସହ ସର୍ବାଧିକ ୫୭ ରନ୍ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଭିସ୍କା ଫର୍ଣ୍ଣାଣ୍ଡେ (୨୦), କୁଶଲ ମେଣ୍ଡିସ୍ (୧୩), ଶେହାନ୍ ଜୟସୁରିୟା (୧୨) ନିରାଶ କରିଥିବା ବେଳେ ଭାନୁକା ରାଜପାକସା ୧୭ ଓ କ୍ୟାପଟେନ୍ ଲସିଥ୍ ମାଲିଙ୍ଗା ୮ ରନ୍ କରି ଅପରାଜିତ ଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ, କେନ୍ ରିଚାର୍ଡସନ୍ ଓ ପ୍ୟାଟ୍ କମିନ୍ସ ୨ଟି ଲେଖାଏ ୱିକେଟ୍ ପାଇଥିଲେ। ସିରିଜରେ ସର୍ବାଧିକ ରନ୍ କରିଥିବା ୱାର୍ଣ୍ଣର୍ ଉଭୟ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଏବଂ ସିରିଜ୍ ବିବେଚିତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos