ଟି-୨୦ ବିଶ୍ୱକପ୍‌: ନୂଆ ବିକଳ୍ପ ସନ୍ଧାନରେ ଆଇସିସି

ମେଲବର୍ଣ୍ଣ: ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପର ଆୟୋଜନ ହେବ କି ନାହିଁ, ତାହା ଆଶଙ୍କା ଭିତରେ ରହିଛି। ତେବେ ଆଇସିସି ବିଶ୍ୱକପ୍ ଆୟୋଜନ ନେଇ ନିଶ୍ଚିନ୍ତ ଅଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଆମେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେହିଭଳି ଯୋଜନା କରୁଛୁ, ଯେଉଁଭଳି ଭାବେ ଏହା ହେବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ନେବା ସଅଳ ହୋଇଯିବ। ବର୍ତ୍ତମାନ ପରିସ୍ଥିତି ଯେଉଁଭଳି ବଦଳୁଛି, ତାକୁ ଆଖି ଆଗରେ ରଖି […]

world-cup

world-cup

Ranjit Kumar Jena
  • Published: Friday, 17 April 2020
  • Updated: 17 April 2020, 08:59 PM IST

Sports

Latest News

ମେଲବର୍ଣ୍ଣ: ଚଳିତ ବର୍ଷ ଆଇସିସି ଟି-୨୦ ବିଶ୍ୱକପର ଆୟୋଜନ ହେବ କି ନାହିଁ, ତାହା ଆଶଙ୍କା ଭିତରେ ରହିଛି। ତେବେ ଆଇସିସି ବିଶ୍ୱକପ୍ ଆୟୋଜନ ନେଇ ନିଶ୍ଚିନ୍ତ ଅଛି। ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଆମେ ଆଇସିସି ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସେହିଭଳି ଯୋଜନା କରୁଛୁ, ଯେଉଁଭଳି ଭାବେ ଏହା ହେବା ଦରକାର। କିନ୍ତୁ ବର୍ତ୍ତମାନ ସମୟରେ କୌଣସି ନିଷ୍ପତ୍ତି ନେବା ସଅଳ ହୋଇଯିବ।

ବର୍ତ୍ତମାନ ପରିସ୍ଥିତି ଯେଉଁଭଳି ବଦଳୁଛି, ତାକୁ ଆଖି ଆଗରେ ରଖି ଯେପରି ଆକସ୍ମିକ ରଣନୀତି ପ୍ରସ୍ତୁତ କରିହେବ, ତାହା ଉପରେ ବିଶେଷ ଧ୍ୟାନ ଦେଉଛୁ। ଆମେ ସବୁ ପରିସ୍ଥିତିର ବିକଳ୍ପ ଉପରେ ବିଚାର କରୁଛୁ। ଆମେ ବିଶେଷଜ୍ଞ ଏବଂ ଅଫିସିଆଲ୍ସଙ୍କ ପରାମର୍ଶ ନେଉଛୁ, ଯେଉଁଥିରେ ଅଷ୍ଟ୍ରେଲିଆ ସରକାର ମଧ୍ୟ ସାମିଲ୍ ଅଛନ୍ତି। ଏହା ପରେ ଆମେ ଠିକଣା ସମୟରେ କୌଣସି ନିଷ୍ପତ୍ତି ନେବୁ।

ସୂଚନାଯୋଗ୍ୟ, କରୋନାଭାଇରସ୍ ଯୋଗୁ ଚଳିତ ବର୍ଷ ଅଲିମ୍ପିକ୍ସ କ୍ରୀଡ଼ାକୁ ସ୍ଥଗିତ ରଖାଯାଇଛି। ଆଇସିସି ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୮ରୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos