ବରୋଦା ରଣଜୀ ଟିମର କୋଚ୍ ହେଲେ ହ୍ୱାଟମୋର୍‌

ଭଦୋଦରା: ଶ୍ରୀଲଙ୍କାର ବିଶ୍ୱକପ୍ ବିଜେତା ଟିମର କୋଚ୍ ଡେଭ୍ ହ୍ୱାଟମୋର୍ ରଣଜୀ ଟିମ୍ ବରୋଦାର କୋଚ୍ ଏବଂ କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ବରୋଦା କ୍ରିକେଟ୍ ଆସୋସିଏସନ୍ (ବିସିଏ)ର ସମ୍ପାଦକ ଅଜିତ୍ ଲେଲେ ରବିବାର ଏହି ସୂଚନା ଦେଇଛନ୍ତି। କିଛିଦିନ ତଳେ ଖବର ମିଳିଥିଲା ଯେ ହ୍ୱାଟମୋର୍ ବରୋଦା ଟିମର କୋଚ୍ ହେବେ। କିନ୍ତୁ ଆଜି ତାହା ସ୍ପଷ୍ଟ ହୋଇଯାଇଛି। ବିସିଏ ସମ୍ପାଦକ ଲେଲେ କହିଛନ୍ତି, ହ୍ୱାଟମୋରଙ୍କୁ ଦୁଇବର୍ଷ ପାଇଁ ରଣଜୀ ଟିମର କୋଚ୍ ଏବଂ […]

dav

dav

Ranjit Kumar Jena
  • Published: Sunday, 19 April 2020
  • Updated: 19 April 2020, 08:23 PM IST

Sports

Latest News

ଭଦୋଦରା: ଶ୍ରୀଲଙ୍କାର ବିଶ୍ୱକପ୍ ବିଜେତା ଟିମର କୋଚ୍ ଡେଭ୍ ହ୍ୱାଟମୋର୍ ରଣଜୀ ଟିମ୍ ବରୋଦାର କୋଚ୍ ଏବଂ କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି। ବରୋଦା କ୍ରିକେଟ୍ ଆସୋସିଏସନ୍ (ବିସିଏ)ର ସମ୍ପାଦକ ଅଜିତ୍ ଲେଲେ ରବିବାର ଏହି ସୂଚନା ଦେଇଛନ୍ତି। କିଛିଦିନ ତଳେ ଖବର ମିଳିଥିଲା ଯେ ହ୍ୱାଟମୋର୍ ବରୋଦା ଟିମର କୋଚ୍ ହେବେ। କିନ୍ତୁ ଆଜି ତାହା ସ୍ପଷ୍ଟ ହୋଇଯାଇଛି।

ବିସିଏ ସମ୍ପାଦକ ଲେଲେ କହିଛନ୍ତି, ହ୍ୱାଟମୋରଙ୍କୁ ଦୁଇବର୍ଷ ପାଇଁ ରଣଜୀ ଟିମର କୋଚ୍ ଏବଂ କ୍ରିକେଟ୍ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି। କ୍ରିକେଟ୍ ନିର୍ଦ୍ଦେଶକଙ୍କ ଭୂମିକାରେ ହ୍ୱାଟମୋର୍ ବୟସ ଗ୍ରୁପ୍ (ଅଣ୍ଡର-୨୩, ଅଣ୍ଡର୍‌-୧୯ ଏବଂ ଅଣ୍ଡର୍‌-୧୬) କୋଚମାନଙ୍କୁ ପରାମର୍ଶ ମଧ୍ୟ ଦେବେ।

ସୂଚନାଯୋଗ୍ୟ, ହ୍ୱାଟମୋରଙ୍କ କୋଚିଂ କାର୍ଯ୍ୟାକାଳରେ ଶ୍ରୀଲଙ୍କା ୧୯୯୬ରେ ବିଶ୍ୱକପ୍ ଜିତିଥିଲା। ଏହା ପରେ ସେ ୨୦୦୩ରୁ ୨୦୦୭ ପର୍ଯ୍ୟନ୍ତ ବାଂଲାଦେଶ ଜାତୀୟ ଟିମର କୋଚ୍ ଭାବେ ରହିଥିଲେ। ଏହାଛଡ଼ା ସେ ୨୦୧୦ ଓ ୨୦୧୧ରେ ଆଇପିଏଲ୍ ଫ୍ରାଞ୍ଚାଇଜି ଟିମ୍ କୋଲକାତା ନାଇଟ୍ ରାଇଡର୍ସ ଟିମର ମଧ୍ୟ କୋଚ୍ ଭାବେ କାର୍ଯ୍ୟଭାର ସମ୍ଭାଳିଥିଲେ। ଏପରିକି ସେ ଭାରତୀୟ ଅଣ୍ଡର୍‌-୧୯ ଟିମର କୋଚ୍ ମଧ୍ୟ ରହିଆସିଛନ୍ତି। ହ୍ୱାଟମୋର ମଧ୍ୟ ଗତ ସିଜନରେ କେରଳ ଟିମର ମାର୍ଗଦର୍ଶକ ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story