ଧୋନି ବି ରାଗନ୍ତି, ଖୁଲାସା କଲେ ଚାଇନାମ୍ୟାନ୍ ବୋଲର

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଦୁଇଟି ବିଶ୍ୱକପ୍ (ଦିନିକିଆ ଓ ଟି-୨୦) ଜିତାଇଥିବା କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ମଇଦାନରେ ବହୁତ କମ୍ ରାଗନ୍ତି। ଏଥିପାଇଁ ତାଙ୍କୁ ‘କ୍ୟାପଟେନ୍ କୁଲ୍‌’ କୁହାଯାଏ। ଏବେ ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଏକ ମୁହୂର୍ତ୍ତକୁ ମନେ ପକାଇଛନ୍ତି, ଯେଉଁଥିରେ ଧୋନି ତାଙ୍କ ଉପରେ ଭୀଷଣ ରାଗି ଯାଇଥିଲେ। ଏପରିକି କୁଲଦୀପ ମଧ୍ୟ ଧୋନିଙ୍କ ଏହି ରାଗିବା ଦେଖି ଡରିଯାଇଥିଲେ। ସାଧାରଣତଃ ଧୋନିଙ୍କୁ ଖୁବ୍ କମ୍ ରାଗୁଥିବାର ଦେଖିବାକୁ ମିଳେ। […]

mahi

mahi

Ranjit Kumar Jena
  • Published: Friday, 17 April 2020
  • Updated: 17 April 2020, 08:03 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆକୁ ଦୁଇଟି ବିଶ୍ୱକପ୍ (ଦିନିକିଆ ଓ ଟି-୨୦) ଜିତାଇଥିବା କ୍ୟାପଟେନ୍ ମହେନ୍ଦ୍ର ସିଂ ଧୋନି ମଇଦାନରେ ବହୁତ କମ୍ ରାଗନ୍ତି। ଏଥିପାଇଁ ତାଙ୍କୁ 'କ୍ୟାପଟେନ୍ କୁଲ୍‌' କୁହାଯାଏ। ଏବେ ଟିମ୍ ଇଣ୍ଡିଆର ଚାଇନାମ୍ୟାନ୍ ବୋଲର କୁଲଦୀପ ଯାଦବ ଏକ ମୁହୂର୍ତ୍ତକୁ ମନେ ପକାଇଛନ୍ତି, ଯେଉଁଥିରେ ଧୋନି ତାଙ୍କ ଉପରେ ଭୀଷଣ ରାଗି ଯାଇଥିଲେ। ଏପରିକି କୁଲଦୀପ ମଧ୍ୟ ଧୋନିଙ୍କ ଏହି ରାଗିବା ଦେଖି ଡରିଯାଇଥିଲେ। ସାଧାରଣତଃ ଧୋନିଙ୍କୁ ଖୁବ୍ କମ୍ ରାଗୁଥିବାର ଦେଖିବାକୁ ମିଳେ। ସେ ନିଜ ସାଥୀ ଖେଳାଳିଙ୍କ ଉପରେ ରାଗନ୍ତି, କିନ୍ତୁ କିଛି ସମୟ ପରେ ନିଜକୁ ନିୟନ୍ତ୍ରଣ କରିନିଅନ୍ତି ଏବଂ କେବେବି ଧୈର୍ଯ୍ୟହରା ହୁଅନ୍ତି ନାହିଁ। କିନ୍ତୁ କୁଲଦୀପ ଥରେ ଧୋନିଙ୍କ ରାଗର ଶିକାର ହୋଇଥିଲେ।

କ୍ରିକେଟ୍ ଉପସ୍ଥାପକ ଯତୀନ ସପ୍ରୁଙ୍କ ସହ ଏକ ଭିଡିଓ ଚାଟରେ ୨୫ ବର୍ଷୀୟ କୁଲଦୀପ ଏହାର ଖୁଲାସା କରିଛନ୍ତି। କୁଲଦୀପ କହିଛନ୍ତି, ମାହି ଭାଇ (ଧୋନି) ବହୁତ କମ୍ ରାଗନ୍ତି, କିନ୍ତୁ ଇନ୍ଦୋରରେ ଶ୍ରୀଲଙ୍କା ବିପକ୍ଷ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ମୁଁ ତାଙ୍କୁ ଅଧିକ ରାଗିଥିବାର ଦେଖିଥିଲି। ସେହି ମ୍ୟାଚରେ ଶ୍ରୀଲଙ୍କାର କୁଶଲ ପରେରା ବ୍ୟାଟିଂ କରୁଥିଲେ ଏବଂ ମୁଁ ବୋଲିଂ କରୁଥିଲି। ପରେରା ମୋ ବୋଲିଂରେ କଭରରେ ଏକ ଚୌକା ମାରିଥିଲେ। ସେହି ସମୟରେ ୱିକେଟ୍ ପଛରେ ଧୋନି ଚିତ୍କାର କରି ମୋତେ କଭର୍ ଏବଂ ପଏଣ୍ଟ ସମେତ ଫିଲ୍ଡିଂ ପରିବର୍ତ୍ତନ କରିବା ସମ୍ବନ୍ଧରେ କହିଥିଲେ। ମୁଁ ତାଙ୍କ କଥା ଠିକ୍ ଭାବେ ଶୁଣିପାରିନଥିଲି।

ପରବର୍ତ୍ତୀ ବଲରେ ପରେରା ମୋତେ ରିଭର୍ସ ସୁଇପ୍ ଜରିଆରେ ଚୌକା ମାରିଥିଲେ। ଯେମିତି ଦ୍ୱିତୀୟ ଚୌକା ଲାଗିଲା, ଧୋନି ସିଧା ମୋ ପାଖକୁ ଆସିଥିଲେ। ମାହି ଭାଇ କହିଲେ, ୩୦୦ ଦିନିକିଆ ମ୍ୟାଚ୍ ଖେଳିଥିବା ମୁଁ ଜଣେ ପାଗଳ, ଯିଏ ତୁମକୁ ବୁଝାଉଛି। ମାହି ଭାଇଙ୍କୁ ଏମିତି କହୁଥିବାର ଦେଖି ମୁଁ ଡରି ଯାଇଥିଲି। ମ୍ୟାଚ୍ ପରେ ଟିମ୍ ବସରେ ମୁଁ ଧୋନିଙ୍କ ପାଖ ସିଟରେ ବସିଥିଲି ଏବଂ ତାଙ୍କୁ ପଚାରିଲି ଯେ ଆପଣଙ୍କୁ (ଧୋନି) ରାଗିବା ବି ଆସେ। ଜବାବରେ ଧୋନି କହିଥିଲେ, ୨୦ ବର୍ଷ ତଳେ ମୁଁ ଯେତେବେଳେ ରଣଜୀ ଟ୍ରଫି ଖେଳୁଥିଲି, ମୋତେ ଭୀଷଣ ରାଗ ଆସିଥିଲା। ଟିମ୍ ଇଣ୍ଡିଆ ପକ୍ଷରୁ ଖେଳୁଥିବା ବେଳେ ମୋତେ ଦୁଇ-ତିନିଥର ରାଗ ଆସିଛି। ଏବେ ମୁଁ ଆଉ ରାଗୁନି ବରଂ ଏହା ବଦଳରେ ଗାଳି କରୁଛି।

ସୂଚନାଯୋଗ୍ୟ, ଭାରତ ଏହି ମ୍ୟାଚରେ ଶ୍ରୀଲଙ୍କାକୁ ୮୮ ରନରେ ପରାସ୍ତ କରିଥିଲା। ରୋହିତ୍ ଶର୍ମାଙ୍କ ନେତୃତ୍ୱରେ ଧୋନି ୱିକେଟକିପର ଭୂମିକା ବହନ କରିଥିଲେ। ରୋହିତ୍ ୧୧୮ ରନର ଶତକୀୟ ଇନିଂସ୍ ଖେଳି ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story