କେନ୍ ୱିଲିୟମସନ୍ ନ୍ୟୁଜିଲ୍ୟାଣ୍ଡର ଶ୍ରେଷ୍ଠ କ୍ରିକେଟର୍

ଅକଲ୍ୟାଣ୍ଡ୍: କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ପକ୍ଷରୁ ବର୍ଷର ସର୍ବଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଚୟନ କରାଯାଇଛି। ସେହିପରି ରସ୍ ଟେଲରଙ୍କୁ ପୁରୁଷ ଟି-୨୦ ଏବଂ ସୋଫି ଡିଭାଇନଙ୍କୁ ମହିଳା ଟି-୨୦ ପାଇଁ ବର୍ଷର ଶ୍ରେଷ୍ଠ ଖେଳାଳିର ପୁରସ୍କାର ମିଳିଛି। ସୁଜି ବେଟ୍ସ ମହିଳା ବର୍ଗର ସର୍ବଶ୍ରେଷ୍ଠ ଖେଳାଳିର ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି। କୋଭିଡ-୧୯ ମହାମାରୀ କାରଣରୁ ପ୍ରଥମଥର ଏହି ପୁରସ୍କାରକୁ ଅନଲାଉନ୍ ପ୍ରଦାନ କରାଯାଇଛି। ୱିଲିୟମସନ୍ ଗତବର୍ଷ ନିଜର ଦମଦାର ପ୍ରଦର୍ଶନ ଏବଂ […]

kane

kane

Ranjit Kumar Jena
  • Published: Thursday, 30 April 2020
  • Updated: 30 April 2020, 05:34 PM IST

Sports

Latest News

ଅକଲ୍ୟାଣ୍ଡ୍: କ୍ୟାପଟେନ୍ କେନ୍ ୱିଲିୟମସନଙ୍କୁ ନ୍ୟୁଜିଲ୍ୟାଣ୍ଡ୍ କ୍ରିକେଟ୍ ପକ୍ଷରୁ ବର୍ଷର ସର୍ବଶ୍ରେଷ୍ଠ ଦିନିକିଆ ଖେଳାଳି ଭାବେ ଚୟନ କରାଯାଇଛି। ସେହିପରି ରସ୍ ଟେଲରଙ୍କୁ ପୁରୁଷ ଟି-୨୦ ଏବଂ ସୋଫି ଡିଭାଇନଙ୍କୁ ମହିଳା ଟି-୨୦ ପାଇଁ ବର୍ଷର ଶ୍ରେଷ୍ଠ ଖେଳାଳିର ପୁରସ୍କାର ମିଳିଛି। ସୁଜି ବେଟ୍ସ ମହିଳା ବର୍ଗର ସର୍ବଶ୍ରେଷ୍ଠ ଖେଳାଳିର ପୁରସ୍କାର ଜିତିବାରେ ସଫଳ ହୋଇଛନ୍ତି।

କୋଭିଡ-୧୯ ମହାମାରୀ କାରଣରୁ ପ୍ରଥମଥର ଏହି ପୁରସ୍କାରକୁ ଅନଲାଉନ୍ ପ୍ରଦାନ କରାଯାଇଛି। ୱିଲିୟମସନ୍ ଗତବର୍ଷ ନିଜର ଦମଦାର ପ୍ରଦର୍ଶନ ଏବଂ କ୍ୟାପଟେନ୍ସି ବଳରେ ନ୍ୟୁଜିଲ୍ୟାଣ୍ଡ୍ ଟିମକୁ ବିଶ୍ୱକପ୍ ଫାଇନାଲରେ ପହଞ୍ଚାଇଥିଲେ। ୨୯ ବର୍ଷୀୟ ଏହି ଖେଳାଳି ବିଶ୍ୱକପରେ ମଧ୍ୟ ଦୁଇଟି ଶତକ ବଳରେ ମୋଟ ୫୭୮ ରନ୍ କରିଥିଲେ ଏବଂ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳି ମଧ୍ୟ ବିବେଚିତ ହୋଇଥିଲେ।

ନ୍ୟୁଜିଲ୍ୟାଣ୍ଡ କ୍ରିକେଟର ମୁଖ୍ୟ ଗ୍ୟାରୀ ଷ୍ଟେଡ୍ କହିଛନ୍ତି, ଗତବର୍ଷ ଆଇସିସି ବିଶ୍ୱକପରେ କେନ୍ ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ସେ ଚଳିତ ନ୍ୟୁଜିଲ୍ୟାଣ୍ଡର ଶ୍ରେଷ୍ଠ କ୍ରିକେଟର୍ ପୁରସ୍କାର ଜିତିବା ପାଇଁ ସେ ହକଦାର। ଅଭିଜ୍ଞ ଟେଲର ଟି-୨୦ କ୍ରିକେଟରେ ୧୩୦ ଷ୍ଟ୍ରାଇକରେଟରେ ୩୩୦ ରନ୍ କରିଛନ୍ତି। ବେଟ୍ସ ଦକ୍ଷିଣ ଆଫ୍ରିକା ବିପକ୍ଷ ତିନିମ୍ୟାଚ୍ ବିଶିଷ୍ଟ ସିରିଜରେ ଦୁଇଟି ଅର୍ଦ୍ଧଶତକ ମାରିଥିବା ବେଳେ ଡିଭାଇନ୍ ମହିଳା ଟି-୨୦ରେ ନିଜର ପ୍ରଥମ ଶତକ ମାରିଥିଲେ ଏବଂ ୭୧ ହାରରେ ୪୨୯ ରନ୍ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos