ନୂଆଦିଲ୍ଲୀ: ଆଇସିସି ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଆସନ୍ତାକାଲି ଗ୍ରୁପ-୧’ରେ ଇଂଲଣ୍ଡ-ଶ୍ରୀଲାଙ୍କା ଓ ଗ୍ରୁପ-୨’ରେ ନ୍ୟୁଜିଲାଣ୍ଡ-ବାଂଲାଦେଶ ମଧ୍ୟରେ ମୁକାବିଲା ହେବ।
ନ୍ୟୁଜିଲାଣ୍ଡକୁ କୋଲକାତାର ଇଡେନ୍ ଗାର୍ଡେନ୍ରେ ଅପରାହ୍ନ ୩ଟାରେ ଭେଟିବ ବାଂଲାଦେଶ। ନ୍ୟୁଜିଲାଣ୍ଡ ଗତ ୩ଟି ମ୍ୟାଚ୍ରୁ ୩ଟିରେ ବିଜୟୀ ହୋଇ ୬ ପଏଣ୍ଟରେ ରହିଥିବା ବେଳେ ୩ ଟିରୁ ୩ଟିରେ ପରାଜିତ ହୋଇ ପଏଣ୍ଟ ଟେବୁଲର ନିମ୍ନରେ ରହିଛି ବାଂଲାଦେଶ। ନ୍ୟୁଜିଲାଣ୍ଡ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଜିତିଲେ ସେମିଫାଇନାଲ୍ ଖେଳିବା ସ୍ପଷ୍ଟ ହୋଇଯିବ।
ସେହିପରି ଗ୍ରୁପ-୧’ରେ ଆସନ୍ତାକାଲି ଦିଲ୍ଲୀର ଫିରୋଜ ଶାହ କୋଟ୍ଲାରେ ସନ୍ଧ୍ୟା ୭ଟା୩୦ରେ ଇଂଲଣ୍ଡକୁ ଭେଟିବ ଶ୍ରୀଲଙ୍କା। ଇଂଲଣ୍ଡ ୩ଟି ମ୍ୟାଚ୍ ଖେଳି ୨ଟି ଜିତିଛି ଓ ଗୋଟିଏ ହାରିଛି। ଦଳ ୪ ପଏଣ୍ଟ ସହିତ ଗ୍ରୁପ୍-୧ର ପଏଣ୍ଟ ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି। ଶ୍ରୀଲଙ୍କା ୨ଟି ମ୍ୟାଚ୍ ଖେଳି ଗୋଟିଏରେ ଜିତିଛି ଓ ଗୋଟିଏରେ ହାରିଛି। ଦଳ ପଏଣ୍ଟ ତାଲିକାର ନିମ୍ନରେ ରହିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଟ୍ରକ୍କୁ ଧକ୍କା ଦେଲା କାର୍, ଚାଲିଗଲା ୫ ଡାକ୍ତରଙ୍କ ଜୀବନ
ଏହି ଦୁର୍ଘଟଣାରେ ୫ ଡାକ୍ତରଙ୍କ ସମେତ ୬ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।