୨୦୧୨ ଅଲିମ୍ପିକ କାଂସ୍ୟ ପଦକ ରୁପା ହେବା ଘଟଣା: ଯୋଗେଶ୍ୱରଙ୍କର ହେବ ନମୂନା ଟେଷ୍ଟ
ନୂଆଦିଲ୍ଲୀ: ୨୦୧୨ ଲଣ୍ଡନ ଅଲିମ୍ପିକ୍ରେ କୁସ୍ତିରେ କାଂସ୍ୟ ପଦକ ପାଇଥିବା ଭାରତୀୟ କୁସ୍ତିଯୋଦ୍ଧା ଯୋଗେଶ୍ୱର ଦତ୍ତଙ୍କ ପଦକ ରୋପ୍ୟକୁ ପରିବର୍ତ୍ତନ ହୋଇଛି। ତେବେ ଏବେ ଯୋଗେଶ୍ୱରଙ୍କୁ ପୁଣି ଥରେ ଡୋପ୍ ଟେଷ୍ଟ ଦେବାକୁ ପଡିବ। ବିଶ୍ୱ ଆଣ୍ଟି ଡୋପିଂ ଏଜେନ୍ସୀ (ୱାଡା) ଏହି ଟେଷ୍ଟ କରିବ।
୨୦୧୨ ଲଣ୍ଡନ ଅଲିମ୍ପିକ୍ରେ ଫ୍ରି ଷ୍ଟାଇଲ କୁସ୍ତିରେ ରୁଷିଆର ବେସିକ୍ କୁଦୁକୋଭ୍ ଯୋଗେଶ୍ୱରଙ୍କୁ ହରାଇ ଫାଇନାଲକୁ ଯାଇଥିଲେ। ଫାଇନାଲରେ ହାରି ବେସିକ୍ ରୌପ୍ୟ ପଦକ ଜିତିଥିଲେ। ସେମିଫାଇନାଲରେ ଯୋଗେଶ୍ୱର ବେସିକ୍ଙ୍କଠାରୁ ହାରି କାଂସ୍ୟ ପଦକ ପାଇଥିଲେ। ରୁଷିଆର ଏହି କୁସ୍ତିଯୋଦ୍ଧା ଜଣକ ଶକ୍ତିବର୍ଦ୍ଧକ ଔଷଧ ସେବନ କରି ଅଲିମ୍ପିକ୍ ଲଢିଥିବା ଅଭିଯୋଗ ହୋଇଥିଲା। ଏହାପରେ ତାଙ୍କଠାରୁ ସଂଗ୍ରହ କରାଯାଇଥିବା ନମୂନା ପରୀକ୍ଷା କରାଯାଇଥିଲା।
ଏଥିରେ ତାଙ୍କ ସହ ୫ ଜଣ ପହିଲମାନଙ୍କ ନମୂନାରେ ଶକ୍ତିବର୍ଦ୍ଧକ ମିଳିଥିଲା। ଫଳରେ ବେସିକ୍ଙ୍କୁ ତାଙ୍କ ରୌପ୍ୟ ପଦକ ହରାଇବାକୁ ପଡିଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।