ଚେନ୍ନାଇ: ଇଣ୍ଡିଆନ୍ ସୁପର ଲିଗ୍ ଚାମ୍ପିଅନ୍ ହୋଇଥିବା ଚେନ୍ନାଇୟାନ୍ ଏଫ୍ସି ଆଜି ମିଡ୍ଫିଲ୍ଡର ଜାକୀର ମୁଣ୍ଡାମ୍ପାରାଙ୍କ ସହ ଚୁକ୍ତି ସ୍ୱାକ୍ଷର କରିଛି। ଚଳିତବର୍ଷ ପାଇଁ ଜାକୀରଙ୍କ ସହ ଏହି ଚୁକ୍ତି ସ୍ୱାକ୍ଷର କରିଛି ଚେନ୍ନାଇୟାନ୍ ଏଫ୍ସି ।
ଚୁକ୍ତି ସ୍ୱାକ୍ଷର କରିବା ପରେ ଜାକୀର କହିଛନ୍ତି,“ମତେ ଦଳରେ ପୁଣି ଥରେ ସୁଯୋଗ ଦେଇଥିବାରୁ କୋଚ୍ ମାର୍କୋ ମେଟେରାଜି ଓ ଦଳର ମାଲିକଙ୍କୁ ଧନ୍ୟବାଦ୍ ଜଣାଉଛି। ଆଘାତ ପରେ ଖେଳକୁ ଫେରିଥିବାରୁ ଏହା ମୋ ପାଇଁ ବହୁତ ଗୁରୁତ୍ୱ ରଖୁଛି ବୋଲି ମୁଁ ଭାବୁଛି।”
ଚେନ୍ନାଇୟାନ୍ ଏଫ୍ସିର କୋଚ୍ ମେଟେରାଜି କହିଛନ୍ତି,“ଗତବର୍ଷ ଭଲ ଖେଳ ପ୍ରଦର୍ଶନ କରି ଜଣେ ଶ୍ରେଷ୍ଠ ଖେଳାଳି ବୋଲି ଜାକୀର ନିଜକୁ ପ୍ରମାଣିତ କରିସାରିଛନ୍ତି। ତାଙ୍କ ବ୍ୟବହାର ଓ ଖେଳିବା ଶୈଳୀ ଅତି ଉଚ୍ଚକୋଟିର। ମୁଁ ଭାବୁଛି ସେ ଆମ ଦଳରେ ସାମିଲ ହେବା ପରେ ଚଳିତବର୍ଷ ଆମର ବିଜୟ ଆଶା ବଢିଯିବ।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Business
ଦେଶର ଜିଡିପି ଅଭିବୃଦ୍ଧି ହାର ଦୁଇ ବର୍ଷରେ ସର୍ବନିମ୍ନ
ଚଳିତ ଆର୍ଥିକ ବର୍ଷର ଜୁଲାଇ-ସେପ୍ଟେମ୍ବର ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ହାର ୫.୪ ପ୍ରତିଶତକୁ ଖସିଛି। ଉତ୍ପାଦନ କ୍ଷେତ୍ରର ଖରାପ ପ୍ରଦର୍ଶନ ଯୋଗୁଁ ଅର୍ଥନୀତି କ୍ଷେତ୍ରରେ ଘଟିଛି ଅବନତୀ।
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।