Advertisment

ଭୁବନେଶ୍ୱର ବିମାନବନ୍ଦରରେ ଚାଲୁହେଲା ନୂଆ ଏଟିସି

ଭାରତୀୟ ବିମାନବନ୍ଦର ପ୍ରାଧିକରଣ(AAI) ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍(BEL) ମିଳିତ ଭାବେ ଏହାର ନିର୍ମାଣ କରିଛନ୍ତି। ଟାୱାର ନିର୍ମାଣରେ ଖର୍ଚ୍ଚ ହୋଇଛି ୪୦ କୋଟି ଟଙ୍କା। ହାର୍ଡୱେର ଇନଷ୍ଟଲ ଲାଗି ଆଉ ୨୦ କୋଟି ଟଙ୍କା ଖଟାଇଛି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌।

author-image
Manoranjan Sial
ATC

ATC

ଭୁବନେଶ୍ୱର ବିମାନବନ୍ଦରରେ କାର୍ଯ୍ୟକ୍ଷମ ହୋଇଛି ନୂଆ ଏୟାର ଟ୍ରାଫିକ୍‌ କଂଟ୍ରୋଲ୍‌(ଏଟିସି ଟାୱାର)। ଅଗଷ୍ଟ ୨୪ ତାରିଖରୁ ଆରମ୍ଭ ହୋଇଛି ଟ୍ରାଏଲ ରନ୍‌। ଉଭୟ ପୁରୁଣା ଓ ନୂଆ ଏଟିସିରୁ ଚାଲିଛି ସମାନ୍ତରାଳ ଅପରେସନ୍‌। ପୁରୁଣା ଏଟିସିର ଉଚ୍ଚତା ୨୩.୪୬ ମିଟର ଥିଲା ବେଳେ ନୂଆ ଏଟିସିର ଉଚ୍ଚତା ରହିଛି ୪୪.୨ ମିଟର। ୧୧ ମହଲା ବିଶିଷ୍ଟ ଭୁବନେଶ୍ୱର ବିମାନବନ୍ଦରର ଏହି ATC ଦେଶର ପ୍ରଥମ ଏକ୍ସପେରିମେଣ୍ଟାଲ ଏଟିସି ଟାୱାର। ଏଥିରେ ୩ଟି ସିଫ୍‌ଟରେ ୭୦ ଜଣ କର୍ମଚାରୀ କାମ କରିବେ।

Advertisment

ଭାରତୀୟ ବିମାନବନ୍ଦର ପ୍ରାଧିକରଣ(AAI) ଓ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍(BEL) ମିଳିତ ଭାବେ ଏହାର ନିର୍ମାଣ କରିଛନ୍ତି। ଟାୱାର ନିର୍ମାଣରେ ଖର୍ଚ୍ଚ ହୋଇଛି ୪୦ କୋଟି ଟଙ୍କା। ହାର୍ଡୱେର ଇନଷ୍ଟଲ ଲାଗି ଆଉ ୨୦ କୋଟି ଟଙ୍କା ଖଟାଇଛି ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ୍‌। ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି, ଏବେ ନୂଆ ଏଟିସିର ଦକ୍ଷତା ଓ ସ୍ଥିରତା ପରୀକ୍ଷା ଲାଗି ମାସେ ଯାଏଁ ଚାଲିବ ସମାନ୍ତରାଳ ପରିଚାଳନା। ଟ୍ରାଏଲ୍‌ ରନ୍‌ ସଫଳ ହେଲେ, ସେପ୍ଟେମ୍ବରରୁ ପୂର୍ଣ୍ଣ କାର୍ଯ୍ୟକ୍ଷମ ହେବ ନୂଆ ଏଟିସି।

ତେବେ କ’ଣ ଏହି ନୂଆ ଏଟିସି? ଏଥିରେ କ’ଣ ରହିଛି ବୈଶିଷ୍ଟ୍ୟ? ଏହା କିଭଳି କାମ କରିବ? ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ନୂଆ ଏଟିସି ଟାୱାରରେ ୩ଟି ସ୍ତର ରହିଛି। ସଂପୂର୍ଣ୍ଣ ଉପର ସ୍ତର ଅର୍ଥାତ ଏକାଦଶ ମହଲାରେ ରହିଛି କଣ୍ଟ୍ରୋଲ ଟାୱାର। ଯାହାକି ବିମାନବନ୍ଦରରୁ ବିମାନର ଉଡ଼ାଣ ଓ ଅବତରଣକୁ ନିୟନ୍ତ୍ରଣ କରିବ। ସେହିପରି ନବମ ମହଲାରେ ଥିବା ଦ୍ୱିତୀୟ ସ୍ତରରେ ରହିଛି ଆଣ୍ଟି ହାଇଜାକିଂ କଣ୍ଟ୍ରୋଲ ରୁମ୍‌। ବିମାନ ହାଇଜାକ ଭଳି ଜରୁରୀ ପରିସ୍ଥିତିରେ କାମ କରିବ ଏହି ରୁମ୍‌। ଏଠାରେ NSG କଣ୍ଟ୍ରୋଲ ରୁମ୍‌, ନେଗୋସିଏସନ ରୁମ୍‌ ଆଦି ରହିଛି। ସେହିପରି ଦ୍ୱିତୀୟ ମହଲାରେ ରହିଛି ଏରିଆ ଆଣ୍ଡ ଆପ୍ରୋଚ କଣ୍ଟ୍ରୋଲ ରୁମ୍‌। ବିମାନବନ୍ଦର ଛାଡ଼ିବା ପରେ ଏଠାରୁ ବିମାନ ସହ ଯୋଗାଯୋଗ କରାଯାଇଥାଏ। ତେବେ ନୂଆ ଏଟିସିରେ ଆଡ୍‌ଭାନ୍ସଡ ସରଫେସ୍‌ ମୁଭମେଣ୍ଟ ଗାଇଡାନ୍ସ ଆଣ୍ଡ କଣ୍ଟ୍ରୋଲ ସିଷ୍ଟମ ରହିଛି। ଯାହାକି ଜିରୋ ଭିଜିବିଲିଟିରେ ମଧ୍ୟ ବିମାନକୁ ଟ୍ରାକ କରିପାରିବ। ଏହାଦ୍ୱାରା ବିମାନ ପରିଚାଳନା ନିରାପତ୍ତା ସୁଦୃଢ଼ ହେବା ସହ ବିମାନ ପରିଚାଳନା ସହଜ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି।

Advertisment
Bhubaneswar Bhubaneswar News