/odisha-reporter/media/post_attachments/uploads/2017/12/amaresh-sr.jpg)
amaresh sr honoured-jnayada-sammana
ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସୋମବାର ପାନ୍ଥ ନିବାସଠାରେ ଅଖିଳ ମୋହନ ଫାଉଣ୍ଡେସନ୍ ପକ୍ଷରୁ ଅଖିଳ ଦିବସରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବହୁ କବି ଓ କାଥାକାର ଯୋଗ ଦେଇଥିଲେ। ଓଡ଼ିଆ ସାହିତ୍ୟର ସୁନାମଧନ୍ୟ କଥାକାର ସ୍ୱର୍ଗତ ଅଖିଳ ମୋହନ ପଟ୍ଟନାୟକଙ୍କ ସ୍ମୃତିଚାରଣ କରିଥିଲେ ଗୀତିକାର ଦେବଦାସ ଛୋଟରାୟ। ସାହିତ୍ୟ ସହ ସିନେମାର ସମ୍ପର୍କକୁ ନେଇ ମଧ୍ୟ ବିଶିଷ୍ଟ ସିନେମା ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ର ଆଲୋଚନା କରିଥିଲେ। ଏହି ଅବଶରରେ ଡ. ଫନି ମହାନ୍ତିଙ୍କର ଅଧ୍ୟକ୍ଷତାରେ ୧୪ ଜଣ କବି କବିତା ପାଠ କରିଥିଲେ।/odisha-reporter/media/post_attachments/wp-content/uploads/2017/12/2-5.jpg)
Advertisment
ଏହିଥିରେ ସୁପ୍ରିୟା ପଣ୍ଡାଙ୍କୁ ଅଖିଳ କଥା ସମ୍ମାନ, ଅମରେଶ ବିଶ୍ୱାଳଙ୍କୁ ଜ୍ଞାନଦା କଥା ସମ୍ମାନ, ପ୍ରହ୍ଲାଦ ସତପଥୀଙ୍କୁ ଅଖିଳ କବିତା ସମ୍ମାନ ଓ ଭାରତ ମାଝିଙ୍କୁ ଜ୍ଞାନଦା କବିତା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଫାଉଣ୍ଡେସନ୍ର ଅଧ୍ୟକ୍ଷା ମମତା ଦାଶ ପ୍ରଥମେ ବକ୍ତବ୍ୟ ରଖିଥିବା ବେଳେ କେଦାର ମିଶ୍ର ଏହାର ପରିଚାଳନା କରିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
