ବସ୍‌କୁ ପିଟିଲା ଡମ୍ପର, ୮ ଆହତ

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପୁଇଁତଳା ନିକଟରେ ଏକ ଡମ୍ପର ଭାରସାମ୍ୟ ହରାଇ ଏକ ବସ୍‌ ପଛରେ ପିଟି ହେବାରୁ ୮ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି।

ଗତକାଲି ରାତିରେ ଶ୍ରୀରାମ ନାମକ ଏହି ବସ୍‌ଟି ବଡ଼ମ୍ବାରୁ ପାଟଣାଗଡ଼ ଯାଉଥିଲା।