ପ୍ରାକୃତିକ ବିପର୍ଯ୍ୟୟ ବେଳେ କ’ଣ କରିବେ? ଏଣିକି ସ୍କୁଲରେ ପିଲାଙ୍କୁ ପଢ଼ାଯିବ

ଭୁବନେଶ୍ୱର: ଆସନ୍ତା ଶିକ୍ଷା ବର୍ଷରୁ ସ୍କୁଲ ପାଠ୍ୟକ୍ରମରେ ବିପର୍ଯ୍ୟୟ ପ୍ରଶମନ ପାଠ ସାମିଲ ହେବ। ବିପର୍ଯ୍ୟୟ ମୁକାବିଲା ନେଇ ସ୍କୁଲରେ ପିଲା ଶିକ୍ଷା ନେବେ ବୋଲି ଗଣଶିକ୍ଷା ସଚିବ ତଥା ଓସଡମା ଏମଡି ପ୍ରଦୀପ୍ତ ମହାପାତ୍ର  କହିଛନ୍ତି।  ଆଜି ବିପର୍ଯ୍ୟୟ ପ୍ରଶମନ ଦିବସ ଅବସରରେ ଏହା କହିଛନ୍ତି।

ସେ ଆହୁରି କହିଛନ୍ତି,“ବନ୍ୟା ଓ ବାତ୍ୟା କ’ଣ କରିବାକୁ ପଡ଼ିବ ସ୍କୁଲରେ ସେନେଇ ପିଲାଙ୍କୁ ଶିକ୍ଷା ଦିଆଯିବ।”