ଭୁବନେଶ୍ୱର: ଭୁବନେଶ୍ୱର ମାଳିସାହିର ଏକ ଘରୁ ପୋଲିସ ଆଜି ବହୁ ପରିମାଣରେ ସୁନା ଓ ରୁପା ଜବତ କରିଛି। ଚଢାଉ ବେଳେ ଘର ମାଲିକ ଫେରାର୍ ହୋଇଯାଇଥିବା ପୋଲିସ ସୂଚନା ଦେଇଛି। ପୋଲିସ ଜବତ ସୁନା ଓ ରୁପାକୁ ଯାଞ୍ଚ ପାଇଁ ପଠାଇଛି। ତେବେ ଜବତ ସୁନା ଓ ରୁପା ସହ ସାରଥିଙ୍କ ଲିଙ୍କ୍ ଥିବା ଚର୍ଚ୍ଚା ହେଉଛି। ଜବତ ହୋଇଥିବା ୧୩୯ ଗ୍ରାମ ଓଜନର ଗୋଟିଏ ସୁନା ଚେନ୍, ୧୩ଟି ରୁପା କଏନ୍, ୪ଟି ସାରଥୀଙ୍କ ଫଟୋ ଥିବା ରୁପା ଲକେଟ୍, ୩୦ରୁ ଅଧିକ ବ୍ରିଟିଶ୍ ଅମଳର ପୁରୁଣା ମୁଦ୍ରା ଏବଂ ୨୪ଟି ବୈଦେଶିକ ମୁଦ୍ରା ମିଳିଥିବା ସୂଚନା ମିଳିଛି।
ଏ ସଂପର୍କରେ ଖବର ପାଇ ଖାରବେଳ ନଗର ପୋଲିସ ସଂପୃକ୍ତ ବ୍ୟକ୍ତିଙ୍କ ଘରେ ଚଢ଼ଉ କରି ଏସବୁ ସୁନା ଓ ରୁପାକୁ ଜବତ କରିଥିବା ବେଳେ ଘରୁ ସମସ୍ତେ ଫେରାର ଅଛନ୍ତି। ଘର ମାଲିକ ଧରାପଡ଼ିଲେ ଏହି ସବୁ ଗହଣା ଓ ମୁଦ୍ରା କେଉଁଠୁ ଏବଂ କେଉଁ ପରିସ୍ଥିତିରେ ଆସିଲା ସେନେଇ ଜଣାପଡ଼ିବ ବୋଲି ପୋଲିସ କମିଶନର କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।