“ଓଡ଼ିଆ ଜାଣି ନ ଥିବାରୁ ନବୀନଙ୍କର ମୁଖ୍ୟମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ”

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଆ ଜାଣି ନ ଥିବାରୁ ମୁଖ୍ୟମନ୍ତ୍ରୀ ପଦରେ ରହିବାର ତାଙ୍କର ଅଧିକାର ନାହିଁ। ମୁଖ୍ୟମନ୍ତ୍ରୀ ମାତୃଭାଷା ନ ଜାଣିବା ଏହା ଓଡ଼ିଆ ଜାତି ପାଇଁ ଲଜ୍ୟା ଓ ଅପମାନର କଥା। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତା ବିଶ୍ୱଭୂଷଣ ହରିଚନ୍ଦନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ଏହା କହିଛନ୍ତି।

ସେ କହିଛନ୍ତି, “ରାଜ୍ୟର ଶାସକ ଶାସିତଙ୍କ ଭାଷା ନ ଜାଣିବା ବିସ୍ମୟର କଥା। ଶାସକ ଶାସିତର ଭାଷା ନବୁଝିବା ଏଭଳି ଦୃଷ୍ଟାନ୍ତ ସମଗ୍ର ପୃଥିବୀରେ କେଉଁଠି ବି ନାହିଁ।”

ସେ ଆହୁରି କହିଛନ୍ତି,“ ମାତୃଭାଷାରେ ଶାସନ ହେବା ଦରକାର। ସରକାରୀ ଚିଠିପତ୍ର ଓ କୋର୍ଟ କାମ ସମ୍ପୂର୍ଣ୍ଣ ଓଡ଼ିଆରେ ହେବା ଉଚିତ।”

ମନ୍ତ୍ରୀ ଦାମୋଦର ରାଉତ କହିଛନ୍ତି,“ମୁଖ୍ୟମନ୍ତ୍ରୀ ନବୀନ  ପଟ୍ଟନାୟକ  ଓଡ଼ିଆ ନଜାଣି ୧୭ ବର୍ଷ ହେବ ଶାସନରେ ରହିଲେଣି।  କିନ୍ତୁ ଯେଉଁମାନେ ଭଲ ଭାବରେ ଓଡ଼ିଆ କହିପାରୁଛନ୍ତି ସେମାନେ କାହିଁକି ବିଧାୟକ ହୋଇପାରୁ ନାହାନ୍ତି।”