ଜାଣନ୍ତୁ କପଡାର ରଙ୍ଗର ରାଜ୍‌: ପିନ୍ଧିବାର ଉଚିତ୍‌ ସମୟ

ପ୍ରତି ରଙ୍ଗର କିଛି ନା କିଛି ମହତ୍ୱ ରହିଛି। ଏହି ରଙ୍ଗକୁ ନେଇ ଅନେକ ବିଶ୍ୱାସ ମଧ୍ୟ ରହିଛି। କେବଳ ମଣିଷ ନୁହେଁ ଦେବା ଦେବୀଙ୍କ ରଙ୍ଗକୁ ନେଇ ପ୍ରିୟ ଅପ୍ରିୟ ରହିଛି। ତେବେ କପଡ଼ା କିଣିଲେ ମଧ୍ୟ ଲୋକେ ରଙ୍ଗର ଗୁରୁତ୍ୱ ଦେଖନ୍ତି। ନିଜ ପାଇଁ ଶୁଭ ମନେହେଉଥିବା ରଙ୍ଗର ଡ୍ରେସ୍‌ ମଧ୍ୟ କିଣିଥାନ୍ତି। ରଙ୍ଗର ଅର୍ଥ ବୁଝିଯିବା ମାତ୍ରେ ସେହି ଅନୁସାରେ କପଡା ବାଛିବା ସହଜ ହୋଇଯାଏ। ଏପରି କ୍ଷେତ୍ରରେ ରଙ୍ଗ ଅନେକ କଥା […]

thumb-555_031618025936

thumb-555_031618025936

Rakesh Mallick
  • Published: Wednesday, 02 May 2018
  • Updated: 02 May 2018, 12:12 PM IST

Sports

Latest News

ପ୍ରତି ରଙ୍ଗର କିଛି ନା କିଛି ମହତ୍ୱ ରହିଛି। ଏହି ରଙ୍ଗକୁ ନେଇ ଅନେକ ବିଶ୍ୱାସ ମଧ୍ୟ ରହିଛି। କେବଳ ମଣିଷ ନୁହେଁ ଦେବା ଦେବୀଙ୍କ ରଙ୍ଗକୁ ନେଇ ପ୍ରିୟ ଅପ୍ରିୟ ରହିଛି। ତେବେ କପଡ଼ା କିଣିଲେ ମଧ୍ୟ ଲୋକେ ରଙ୍ଗର ଗୁରୁତ୍ୱ ଦେଖନ୍ତି। ନିଜ ପାଇଁ ଶୁଭ ମନେହେଉଥିବା ରଙ୍ଗର ଡ୍ରେସ୍‌ ମଧ୍ୟ କିଣିଥାନ୍ତି। ରଙ୍ଗର ଅର୍ଥ ବୁଝିଯିବା ମାତ୍ରେ ସେହି ଅନୁସାରେ କପଡା ବାଛିବା ସହଜ ହୋଇଯାଏ। ଏପରି କ୍ଷେତ୍ରରେ ରଙ୍ଗ ଅନେକ କଥା ଦର୍ଶାଏ।  ତେବେ ଆସନ୍ତୁ ଜାଣିବା କଣ କହିଥାଏ କପଡାର ରଙ୍ଗ ପଛର ରହସ୍ୟ।

ଲାଲ- ଲାଲ ରଙ୍ଗ ସାହାସ, ଇଚ୍ଛା ଶକ୍ତି ଓ ସମୃଦ୍ଧିକୁ ବୁଝାଏ।  ଲାଲ ରଙ୍ଗ କପଡା ସକାଳ ସମୟରେ ବ୍ୟବହାର ସକାଳେ କରନ୍ତୁ। ଏହା ଆପଣଙ୍କୁ ସୁନ୍ଦର ସକାଳର ଅନୁଭବ କରାଇବ।

କମଳା: ଏହିରଙ୍ଗ ସ୍ୱତନ୍ତ୍ରତା, ଖୁସି, ଆତ୍ମ ସମ୍ମାନର ପ୍ରତୀକ। କୌଣସି ନୂଆ କାମ ଆରମ୍ଭ କରୁଥିଲେ ଏହି ରଙ୍ଗକୁ ପ୍ରାଥମିକତା ଦିଅନ୍ତୁ।

ହଳଦିଆ: ଏହିରଙ୍ଗ ମନକୁ ଖୁସି ରଖେ। ଏହା ଆତ୍ମସମ୍ମାନର ପ୍ରତୀକ। ଲେଖାଲେଖି କାମ କରିବା ଲାଗି ହଳଦିଆ ରଙ୍ଗ ବ୍ୟବହାର କରନ୍ତୁ।

ସବୁଜ: ଏହି ରଙ୍ଗ ଖୋଲା ହୃଦୟ, ଦୟା ଓ ପ୍ରେମର ପ୍ରତୀକ। ଏହି ରଙ୍ଗ ମନକୁ ସତେଜ ଅନୁଭବ କରାଏ। ସନ୍ଧ୍ୟା ସମୟରେ କୁଆଡେ ବୁଲିବାକୁ ଯିବା ସମୟରେ ସବୁଜ ରଙ୍ଗ ପିନ୍ଧିବା ଭଲ।

ନୀଳ: ଧୌର୍ଯ୍ୟ, ସଚ୍ଚୋଟ ପଣିଆକୁ ନୀଳ ରଙ୍ଗ ଦର୍ଶାଏ। କୌଣସି କାର୍ଯ୍ୟକ୍ରମକୁ ଯାଉଥିଲେ ନୀଳ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।

 

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos