ବିଜେଡିରେ ଚାଲିଛି ମହାଭାରତ: ‘ନବୀନ ଧୃତରାଷ୍ଟ୍ର ଓ ଦାମ ଶ୍ରୀଖଣ୍ଡି’
ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଜେଡି ଭିତରେ ମହାଭାରତ ଚାଲିଛି। ସେହି ମହାଭାରତରେ ଶ୍ରୀଖଣ୍ଡି ଭୂମିକାରେ କିଏ ନିର୍ବାହ କରୁଛନ୍ତି, ତାହା ସମସ୍ତେ ଜାଣିଛନ୍ତି। ଆଜି ସେହି ଶ୍ରୀଖଣ୍ଡି ମହାଭାରତର ମୁଖ୍ୟ ଖଳନାୟକ ଅନ୍ଧ, ମୁକ ଓ ବଧିର ଧୃତରାଷ୍ଟ୍ର ବିଜେଡି ମୁଖିଆଙ୍କୁ ସୁରକ୍ଷା ଦେଉଛନ୍ତି। ଏହି ଶ୍ରୀଖଣ୍ଡି ଦିନେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକ ଶିଷ୍ୟ ଥିଲେ। ଏପରିକି ତାଙ୍କ ଅନୁଗତ ମଧ୍ୟ ରହିଥିଲେ। ଗତକାଲି ସେ (ଶ୍ରୀଖଣ୍ଡି) ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ତୀର ଦେଖାଇଛନ୍ତି, କିନ୍ତୁ ଟାର୍ଗେଟରେ କରିଛନ୍ତି ତାଙ୍କର ଦଳର ମୁଖିଆ ଅନ୍ଧ ଧୃତରାଷ୍ଟ୍ରଙ୍କୁ। ଆଜି ଏପରି ଢ଼ଙ୍ଗରେ ବିଜେଡିକୁ ସମାଲୋଚନା କରିଛି ବିଜେପି।
ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି-“ଓଡ଼ିଶାବାସୀ ଜାଣିଥିଲେ ଡାକ୍ତର ଦାମୋଦର ରାଉତ ଜଣେ ସ୍ୱାଭିମାନୀ ବ୍ୟକ୍ତିତ୍ୱ। କିନ୍ତୁ ଆଜି ମୁଁ ଅନୁଭବନ କରୁଛି ତାଙ୍କର ରାଜନୈତିକ ମହତ ଆଙ୍କାକ୍ଷା ଆଗରେ ସ୍ୱାଭିମାନ ହାର ମାନିଛି। ଡକ୍ତର ରାଉତ ଓଡ଼ିଶାର ମହିଳା ଓ କୃଷକଙ୍କ ପାଇଁ କ’ଣ ଭାବନ୍ତି ତାହା କାହାକୁ ଅଛପା ନାହିଁ। ମହିଳାଙ୍କ ପ୍ରତି ଦାମ ବାବୁଙ୍କର କ’ଣ ଚିନ୍ତାଧାରା ରହିଛି, ଅଳ୍ପ ଦିନ ତଳେ ବିଜେଡିରେ ଯୋଗଦେଇଥିବା ଜଣେ ମହିଳା ବଖାଣି ଥିଲେ।”
ସେ କହିଛନ୍ତି-“ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟପାଇଁ କ’ଣ କରିଛନ୍ତି, ତାହା ଦାମବାବୁ ଜାଣିଛନ୍ତି। ମାତ୍ର ଓଡ଼ିଶାବାସୀ ତାହା ନକହି ରାଜନୈତିକ ବୟାନବାଜି କରୁଛନ୍ତି। ସେଥିରେ ମଧ୍ୟ ଆମର କିଛି ଯାଏଆସେ ନାହିଁ। ମାତ୍ର ନିଜର ସ୍ଥାଣୁତା ଓ ଅପରାଗତାକୁ ଲୁଚାଇବା ପାଇଁ ଏପରି ବୟାନବାଜି କରିବା ଦୁର୍ଭାଗ୍ୟର ଜନକ।”
ସେ କହିଛନ୍ତି-“ରାଜ୍ୟରେ ୫ଟି ସଚଳ ଓ ୧୨ଟି ଅଚଳ ଶୀତଳ ଭଣ୍ଡାର କରିଛନ୍ତି। ଏନେଇ ୨୦୦୦ ମସିହାରେ ବିଧାନସଭାରେ କୁହାଯାଇଥିଲା। ମାତ୍ର ୨୦୧୭ରେ ପୁଣି ଥରେ ବିଧାନସଭାରେ କୁହାଗଲା ରାଜ୍ୟରେ ୫ଟି ସଚଳ ଓ ୧୩ଟି ଅଚଳ ଶୀତଳ ଭଣ୍ଡାର କରିଛି। ଏଥିରୁ କି ସଫଳତାର ଚିତ୍ର ବାହାରୁଛି, ତାହା ଦାମବାବୁ ସ୍ପଷ୍ଟ କରିବେ କି? କୃଷକଙ୍କୁ ରାଜ୍ୟ ସରକାର ବାରମ୍ୱାର ମିଥ୍ୟା ପ୍ରତିଶ୍ରୁତି ଦେଉଛନ୍ତି। ୨୦୦୦ ମସିହାରେ କୁହାଗଲା ୨୫ ପ୍ରତିଶତ ଜମି ଜଳସେଚିତ କରିବୁ। ୨୦୦୪ ନିର୍ବାଚନ ଇସ୍ତାହାରରେ ପୁଣି କୁହାଗଲା ଆଉ ୨୫ ପ୍ରତିଶତ ଜମିକୁ ଜଳସେଚନ କରାଯିବ। ୨୦୦୯ ନିର୍ବାଚନ ଇସ୍ତାହାରରେ ଆଉଥରେ କହିଲେ ଆହୁରି ୩୫ ପ୍ରତିଶତ ଜମିରେ ଜଳ ସେଚନକ କରାଯିବ। ୨୦୧୪ ନିର୍ବାଚନ ବେଳେ ଘୋଷଣା କଲେ ୧୦ ଲକ୍ଷ ହେକ୍ଟର ଜମିରେ ଜଳ ସେଚନ କରାଯିବ। ଏପରିକି ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାରେ କହିଥିଲେ ପ୍ରତି ବ୍ଲକକୁ ଜଳସେଚନ କରାଯିବ। ମାତ୍ର ଏପର୍ଯ୍ୟନ୍ତ ସମସ୍ତ ବ୍ଲକ ଜଳସେଚିତ ହୋଇପାରି ନାହିଁ। ଯାହାଦ୍ୱାରା ଚାଷୀ ନାନା ଅସୁବିଧା ଦେଇ ଗତି କରୁଛନ୍ତି।”
[vc_video link="" align="center"]
ବିଜେପିର ଶ୍ରୀଖଣ୍ଡି ଉବାଚର ଜବାବ ଦେଲେ ଡାକ୍ତର ଦାମୋଦର ରାଉତ। ସେ କହିଛନ୍ତି-“ବିଜେପିର ଯେଉଁମାନେ ଏକଥା କହିଛନ୍ତି, ତାଙ୍କ ଅସ୍ତିତ୍ୱ ନାହିଁ। ଏପରିକି ସେମାନେ କେବେ ନିର୍ବାଚିତ ପ୍ରତିନିଧି ହୋଇନାହାନ୍ତି।”
ନବୀନଙ୍କୁ ଧୃତରାଷ୍ଟ୍ର କହିବା ପ୍ରସଙ୍ଗରେ ଦାମ କହିଲେ-“୯ ବର୍ଷ କାଳ ସେମାନେ(ବିଜେପି) ତାଙ୍କ ନୌକରୀ କେମିତି କରୁଥିଲେ? ତାଙ୍କ ପାଖରେ ମନ୍ତ୍ରୀ ଥିବା ବେଳେ ସେ କ’ଣ ଯୁଧିଷ୍ଠିର ଲାଗୁଥିଲେ। ମୁଁ ଜୋକର କି ଅର୍ଜ୍ଜୁନ ଓଡ଼ିଶାର ୪ କୋଟି ୨୦ ଲକ୍ଷ ଲୋକ କହିବେ।”
Ordigital Desk
• Published: Friday, 13 October 2017
• Updated: 13 October 2017, 06:26 PM IST
Sports
Latest News
telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Trending
Photos
Videos