ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପୋଲିସବାବୁଙ୍କ ଦାଦାଗିରି। ହୋଟେଲ୍‌ ପଛପଟୁ ପସିଲେ। କିଛି କହିବା ପୂର୍ବରୁ ହୋଟେଲ୍‌ କର୍ମଚାରୀଙ୍କୁ ଜଣ ଜଣକରି ନିର୍ଧୁମ ଛେଚିଲେ। ଏହି ସମୟରେ ଅନ୍ୟ ଜଣେ ବାହାରେ ଛିଡ଼ା ହୋଇ ଘଟଣାକୁ ଲକ୍ଷ୍ୟ କରୁଥିଲେ। ‘ୱି କେୟାର ଓ ଓ୍ୱି ଡେୟାର’ ସ୍ଲୋଗାନ ଦେଉଥିବା ଭୁବନେଶ୍ୱର କମିଶନରେଟ୍‌ ପୋଲିସର ଏହି ଦାଦାଗିରିର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

ଗତ ୪ ତାରିଖ ରାତି ପ୍ରାୟ ୧୧ଟା ୪୫ ମିନିଟ୍‌। ହୋଟେଲ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଜଣେ ବା ଦୁଇ ଜଣ କର୍ମଚାରୀ ବସି ଖାଉଥିଲେ। ଏହି ସମୟରେ ଅତର୍କିତ ହୋଟେଲ ପଛ ପର୍ଶ୍ୱରୁ ଏସ୍‌ଆଇ ମହାଶୟ ପ୍ରବେଶ କଲେ। କିଛି କହିବା ପୂର୍ବରୁ ଲାଠିରେ ବାଡେଇ ଚାଲିଲେ। ମାତ୍ର ହୋଟେଲ କର୍ମଚାରୀମାନେ ଏନେଇ କିଛି ଜାଣିପାରିନଥିଲେ।

ହୋଟୋଲ କର୍ମଚାରୀ ବିଦ୍ୟାଧର ସାହୁ କହିଛନ୍ତି-“ରାତିରେ ହୋଟେଲ ଗେଟ୍‌ ବନ୍ଦ ଥିଲା। ଆମେ କାମ ସାରି ଖାଉଥିଲୁ। ଏହି ସମୟରେ ପୋଲିସ୍‌ ବାବୁ ପଛ ପାର୍ଶ୍ୱ ଗେଟ୍‌ ଦେଇ ଭିତରେ ପସି ଆମକୁ ବାଡ଼େଇ ଥିଲେ। କ’ଣ ପାଇଁ ବାଡେଇ ଥିଲେ ଆମେ ମଧ୍ୟ ଜାଣିନାହୁଁ।”

ପୋଲିସ ଡିଜି ଓ ପୋଲିସ କମିଶନର ପିପୁଲସ ଫ୍ରେଣ୍ଡଲି ପୋଲିସ ହେବାକୁ ପରମର୍ଶ ଦେଉଛନ୍ତି। ହେଲେ ଏସଆଇ ଜଣଙ୍କ ଏସବୁ ବୌଧ ହୁଏ ଭୁଲି ଯାଇଛନ୍ତି। ହୋଟେଲ ବାହାରେ ଗହଳିଥିବାରୁ ଏପରି କରିଥିବା କଥା କହିଛନ୍ତି ସମ୍ପୃକ୍ତ ଏସ୍‌ଆଇ।

ପୋଲିସ କମିଶନର ଯୋଗେଶ ବାହାଦୂର ଖୁରାନିଆ କହିଛନ୍ତି-“ଆଇନ୍‌ ଶୃଙ୍ଖଳା ପରିସ୍ଥିତି ବିଗିଡ଼ି ଗଲେ କିଛି ସମୟରେ ପୋଲିସ ଏପରି ପଦକ୍ଷେପ ନେଇଥାଏ। ଯେଉଁଠି ପୋଲିସ କର୍ମଚାରୀମାନେ ଠିକ୍‌ଭାବେ ପଦକ୍ଷେପ ନେଇ ନଥାନ୍ତି ତାହାର ଯାଞ୍ଚ କରାଯାଇ ପଦକ୍ଷେପ ନିଆଯିବ।’’

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।