ପାଗଳା ବୁଢ଼ା

ଜଣେ ସତୁରୀ କି ଅଶୀ ବର୍ଷର ବୃଦ୍ଧ। ମୁହଁରେ କେଉଁ ମୁନି ଋଷିଙ୍କ ଭଳି ମେଂଚାଏ ଦାଢ଼ି ଆଉ ମୁଣ୍ଡରେ କେରାଏ ପାଚିଲା ଚୁଟି। ବାର୍ଦ୍ଧକ୍ୟ ଯୋଗୁଁ ଶରୀର ଋଗ୍ଣ ପ୍ରାୟ। ବୟସର ଏ ଅପରାହ୍ନରେ କେମିତି ଗୋଟେ ଅବଶୋଷ ଭରା ବିଷାଦ ତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ବାରି ହୋଇପଡ଼େ। ଆଖିରେ ତାଙ୍କର ଅସୁମାରି କାହାଣୀ ବସାବାନ୍ଧି ଥିବା ପରି ମନେହୁଏ। ସେ ନିତି ମନ୍ଦିର ବେଢ଼ାରେ ବସିଥାନ୍ତି। ନଚେତ ଗାଁ ପାଖ ନଈ କୂଳରେ। କାହା […]

Pagala Budha Story

Pagala Budha Story

Ordigital Desk
  • Published: Friday, 02 February 2018
  • Updated: 02 February 2018, 09:27 PM IST

Sports

Latest News

ଜଣେ ସତୁରୀ କି ଅଶୀ ବର୍ଷର ବୃଦ୍ଧ। ମୁହଁରେ କେଉଁ ମୁନି ଋଷିଙ୍କ ଭଳି ମେଂଚାଏ ଦାଢ଼ି ଆଉ ମୁଣ୍ଡରେ କେରାଏ ପାଚିଲା ଚୁଟି। ବାର୍ଦ୍ଧକ୍ୟ ଯୋଗୁଁ ଶରୀର ଋଗ୍ଣ ପ୍ରାୟ। ବୟସର ଏ ଅପରାହ୍ନରେ କେମିତି ଗୋଟେ ଅବଶୋଷ ଭରା ବିଷାଦ ତାଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ବାରି ହୋଇପଡ଼େ। ଆଖିରେ ତାଙ୍କର ଅସୁମାରି କାହାଣୀ ବସାବାନ୍ଧି ଥିବା ପରି ମନେହୁଏ। ସେ ନିତି ମନ୍ଦିର ବେଢ଼ାରେ ବସିଥାନ୍ତି। ନଚେତ ଗାଁ ପାଖ ନଈ କୂଳରେ। କାହା ସହ କେବେ କଥାବାର୍ତ୍ତା ହେବା ଆଜି ପର୍ଯ୍ୟନ୍ତ କେହି ଦେଖି ନାହାଁନ୍ତି। ତାଙ୍କର ଠିକଣା କେଉଁଠି, ତାଙ୍କ ପରିଚୟ କ’ଣ ତାହା ମଧ୍ୟ ଆଜି ପର୍ଯ୍ୟନ୍ତ କେହି ଜାଣି ନାହାଁନ୍ତି। କିନ୍ତୁ ଗାଁର ପ୍ରାୟ ସବୁ ଲୋକ ତାଙ୍କୁ ପାଗଳା ବୁଢ଼ା ବୋଲି ସମ୍ୱୋଧନ କରିଥାନ୍ତି। ମାତ୍ର ସଂପର୍କ ହିଁ କେବଳ ତାଙ୍କୁ ଦାଢ଼ିଆ ଅଜା ବୋଲି ଡାକେ। ଛୋଟବେଳେ ମାଆଙ୍କ ସହ ମନ୍ଦିର ଗଲାବେଳେ ସଂପର୍କର ପ୍ରତିଦିନ ଭେଟ ହୁଏ ତା’ ଦାଢ଼ିଆ ଅଜାଙ୍କ ସହ। ସେ ମା’ଙ୍କ ଡାଲାରୁ ଭୋଗ ଚୋରେଇ ଆସି ହାଜର ହୋଇଯାଏ ପାଗଳା ବୁଢ଼ା ପାଖରେ। ଆଉ ମିଛରେ କୁହେ- ନିଅ ମୋ ମା’ ଦେଇଛି। କେଜାଣି କାହିଁକି ସେ ପାଗଳା ବୁଢ଼ା କାହା ସହ କଥା  ନହେଲେ ମଧ୍ୟ ସଂପର୍କକୁ ଘଂଟା ଘଂଟା ବସି କାହାଣୀ ଶୁଣାନ୍ତି। ସଂପର୍କର ମା’ ଖୁବ‌ ଈଶ୍ୱର ବିଶ୍ୱାସୀ, ସେ ନିତି ଅନେକ ସମୟ ଯାଏ ମନ୍ଦିରରେ ପୂଜାର୍ଚ୍ଚନା କରିଥାନ୍ତି। ହେଲେ ସଂପର୍କକୁ ଏ ସବୁ ଅଡୁଆ ଅଡୁଆ ଲାଗେ। ତେଣୁ ସେ ସିଧା ଚାଲିଯାଏ ମନ୍ଦିର ବେଢ଼ାରେ ବସିଥିବା ସେ ପାଗଳା ବୁଢା ପାଖକୁ। ଅର୍ଥାତ‌ ତା’ ଆପଣାର ଦାଢ଼ିଆ ଅଜା ପାଖକୁ। ନିତି ନୂଆ ନୂଆ କାହାଣୀ ଶୁଣିବାକୁ। ମା’ ତାକୁ ସବୁବେଳେ ତାଗିଦ‌ କରନ୍ତି। ପାଗଳ ବୁଢ଼ା ପାଖକୁ ଯିବାକୁ ମନା କରନ୍ତି। କିନ୍ତୁ ତାଙ୍କ କଥା ସିଏ କେଉଁ ଶୁଣେ?

ସମୟ ଗଡ଼ିବା ସହ ସଂପର୍କ ଧୀରେ ଧୀରେ ବଡ଼ ହେବାକୁ ଲାଗିଲା। ତାକୁ ଦାଢ଼ିଆ ଅଜାର ସେ ସବୁ କାହାଣୀ ବଦଳରେ ଭଲ ଲାଗିବାକୁ ଲାଗିଲା ସାଙ୍ଗସାଥୀ ମେଳରେ କ୍ରିକେଟ‌ ହେଉ ଅବା କବାଡ଼ି ଖେଳିବାକୁ। ଛୋଟ ବେଳଠୁ ତ’ ତାକୁ ମନ୍ଦିର ଅଡୁଆ। ସେଥିପାଇଁ ସେ ବଡ଼ ହେଲାପରେ ମନ୍ଦିର ଯାଏନି। ଯେଉଁଥିପାଇଁ ତା’ର ପ୍ରାୟ ଦାଢ଼ିଆ ଅଜା ସହ ମଧ୍ୟ ଭେଟ ହୁଏନି। ମାତ୍ର ହଁ, ସାଙ୍ଗ ସାଥୀମାନଙ୍କ ସହ ନଈକୂଳେ କ୍ରିକେଟ‌ ଖେଳିବା ବେଳେ ସେ ଲକ୍ଷ୍ୟ କରେ ଦାଢ଼ିଆ ଅଜା ନଈକୂଳେ ବସି ଶାନ୍ତ ସ୍ଥିର ଜଳରାଶିକୁ ଲକ୍ଷ୍ୟ କରି କ’ଣ ସବୁ ଭାବୁଥାଏ। ଯେପରି ନଈକୂଳେ ଏ ଅପରାହ୍ନଟାରେ ସେ ତା’ ଆତ୍ମବିଶ୍ୱାସ ହଜାଇ ବସିଛି।

ଗାଁ ସ୍କୁଲରୁ ପାଠ ପଢା ଶେଷ କରି ସଂପର୍କ ନାଁ ଲେଖାଇଲା ସହରର ଏକ କଲେଜରେ। ଯୌବନର ପାଦଦେଶ ସମସ୍ତଙ୍କ ମନରେ ଉନ୍ମାଦନା ଭରେ। ବସନ୍ତର ମଳୟ ପବନ ପ୍ରେମର ପ୍ରୀତି ଫଗୁଣ ତୋଳେ। ସେହିପରି ସଂପର୍କ ବି ପଡ଼ିଗଲା ସହରୀ ଝିଅ ସମ୍ଭାବନାର ପ୍ରେମରେ। ସମ୍ଭାବନା ସହରୀ ଝିଅ ହେଲେ ମଧ୍ୟ ସେ ଖୁବ୍ ପ୍ରକୃତି ପ୍ରେମୀ। କୋଇଲିର କୁହୁତାନ, ହଳଦୀ ବସନ୍ତର ଉଚ୍ଚାଟ ସଙ୍ଗୀତ, ଝରଣାର କୂଳୁ କୂଳୁ ନାଦ, ନଈ କୂଳର ସୁଲୁସୁଲିଆ ପବନ, ଗାଁର ପରିବେଶ, ଧାନ କ୍ଷେତ, ଗାଈ ଗୋଠ, ନଈ ତୁଠ ତାକୁ ବେଶ୍‌ ଆମୋଦିତ କରନ୍ତି। ହେଲେ ଏସବୁ ସହରରେ କାହିଁ ? ସେଥିପାଇଁ ସେ ସବୁବେଳେ ସଂପର୍କ ସହ କଳି ଲଗାଏ କି ମୋତେ ଟିକିଏ ତୁମ ଗାଁ ଆଡେ ବୁଲାଇ ଆଣ। ଶେଷରେ ସଂପର୍କ ମା’ଙ୍କୁ ମିଛ ସତ କହି ସମ୍ଭାବନାକୁ ଧରି ଗାଁରେ ପହଁଚିଲା।  ସେଦିନ ଅପରାହ୍ନରେ ନଈକୂଳରେ ଦୁଇଜଣଯାକ ବୁଲୁଥିଲେ। ଏଇ ସମୟରେ ସମ୍ଭାବନା ତା’କୁ କହିଲା ସେଠି କିଏ ଗୋଟେ ପାଗଳା ବୁଢାଟେ ବସିଛି ସେପଟକୁ ଯିବାନି ଏଇଠି ବସ। ସମ୍ଭାବନା ମୁହଁରୁ ପାଗଳା ବୁଢା ଶବ୍ଦର ଉଚ୍ଚାରଣ ଶୁଣିଲା ପରେ କେମିତି ଗୋଟେ ରାଗି ଉଠିଲା ସଂପର୍କ। କହିଲା ସେ ପାଗଳା ବୁଢା ନୁହେଁ ବଂର ଛୋଟବେଳେ ମୋତେ ନିତି କେତେ ନୂଆ ନୂଆ କାହାଣୀ ଶୁଣାଉଥିବା ମୋ ଅତି ଆପଣାର ଦାଢିଆ ଅଜା। ସମ୍ଭାବନା ଏକଥା ଶୁଣିବା ପରେ ସମ୍ପର୍କକୁ ପଚାରିଲା ତୁମର ଦାଢିଆ ଅଜା ପୁଣି କିଏ ? କାହିଁ  ମୋତେ ଆଗରୁ ତାଙ୍କ ବିଷୟରେ କିଛି କହିନ ତ କେବେ। ମାତ୍ର ସଂପର୍କ ଥିଲା ପୂରା ନୀରବ କାରଣ ତା’ ପଖାରେ ସମ୍ଭାବନା ପଚାରିଥିବା ପ୍ରଶ୍ନର ଉତର ହିଁ ନଥିଲା। ଏତେଦିନ ଦାଢିଆ ଅଜା ପାଖରୁ କାହାଣୀ ଶୁଣିଲା ପରେ ମଧ୍ୟ ସେ ତାଙ୍କର ପରିଚୟ କି ଠିକଣା ବିଷୟରେ ଥିଲା ପୁରା ଅଜ୍ଞ।

ସେଦିନ ସମ୍ଭାବନାକୁ ସହରରେ ଛାଡି ଗାଁକୁ ଫେରିବା ବେଳେ ତା’ ମନଟା କାହିଁକି ଭଲ ଲାଗୁନଥାଏ। ତା’ ମନ ଭଲ ନଲାଗିବାର କାରଣ ସମ୍ଭାବନାକୁ ସହରରେ ଛାଡିଆସିବା ନଥିଲା ବରଂ ଆଜି ପର୍ଯ୍ୟନ୍ତ ଦାଢିଆ ଅଜା ବିଷୟରେ ଅଜଣା ଥିବାରୁ ମନଟା ଭିତରେ ଭିତରେ ତା’ର ଗୋଳେଇ ଘାଣ୍ଟି ହେଉଥିଲା। ଅପରାହ୍ନ ସମୟରେ ସେ ସିଧା ଆସି ପହଞ୍ଚିଲା ନଈକୂଳରେ। ପାଗଳା ବୁଢା ପାଖକୁ ଯାଇ ପାଦଛୁଇଁ ମୁଣ୍ଡିଆ ମାରିଲା। ପାଗଳା ବୁଢାର ଆଖିକୁ ଭଲ ସେ ଦେଖାନଗଲେ ବି ସଂପର୍କକୁ ଚିହ୍ନିବାରେ ସେ ତିଳେମାତ୍ର ଭୁଲ୍‌ କରିନଥିଲେ। ଥରିଲା ଥରିଲା ଓଠରେ କହିଲେ କହ କ’ଣ ପାଇଁ ଆସିଛୁ ।  ଆଜି ଏତେ ଦିନ ପରେ ପୁଣି କାହାଣୀ ଶୁଣିବାକୁ ମନହେଲା ନା କ’ଣ? ଏହା ଶୁଣି ସଂପର୍କ କହିଲା ନା ଅଜା ଆଜି କାହାଣୀ ନୁହେଁ ବରଂ ସତ କଥା ଶୁଣିବାକୁ ଆସିଛି। ତୁମ ଠିକଣା, ତୁମ ପରିଚୟ କ’ଣ ? ତୁମେ ନଈକୂଳେ ନିତି ଅପରାହ୍ନରେ ତୁମର କେଉଁ ଅତୀତକୁ ଖୋଜିବସ। ଏହାଶୁଣି ବୃଦ୍ଧ ଜଣଙ୍କ କାନ୍ଧରେ ପକାଇଥିବା ଗଣ୍ଠୁଲି ଭିତରୁ ଡାଇରି ଖଣ୍ଡିଏ ବଢାଇଦେଲେ ସଂପର୍କର ହାତକୁ। ସେ ଡାଇରି ପଢି ସାରିବା ପରେ ସଂପର୍କ ଜାଣିବାକୁ ପାଇଲା ଯେ ନିତି ନଈକୂଳେ ହେଉ ଅବା ମନ୍ଦିର ବେଢାରେ ବସୁଥିବା ପାଗଳ ବୁଢା ଆଉ କେହି ନୁହେଁ ସମାଜର ଜଣେ ପ୍ରତିଷ୍ଠିତ ବ୍ୟକ୍ତି କରୁଣାକର ରାୟ।

କରୁଣାକର ବାବୁ ଥିଲେ ସ୍ଥଳ ସେନାର ଜଣେ ଦକ୍ଷ ଓ ନିର୍ଭିକ ଅଫିସର। ସେ ଭଲପାଇ ବିବାହ କରିଥିଲେ କମଳିନୀ ଦେବୀଙ୍କୁ। ଏହାପରେ ତାଙ୍କ କୋଳମଣ୍ଡନ କରିଥିଲେ ଗୋଟିଏ ପୁଅ ଓ ଗୋଟିଏ ଝିଅ। ସମୟ ଚକରେ ସଂସାର ରଥ ଗଡିଚାଲିବା ଭଳି ତାଙ୍କର ତେଲ ଲୁଣର ସଂସାର ବି ଆଗକୁ ଗଡ଼ି ଚାଲିଥିଲା। ଧୀରେ ଧୀରେ ପିଲାମାନେ ବଡ ହେଲେ, ତାଙ୍କର ମଧ୍ୟ ଚାକିରିରୁ ଅବସର ନେବାର ସମୟ ଆସିଲା। ଅବସର ନେବାପରେ ଝିଅକୁ ଗୋଟେ ଭଲ ବଡ଼ ଘର ଦେଖି ବାହାଘର କଲେ। ପୁଅ ବି ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସ୍ଥଳ ସେନାରେ ଯୋଗଦେଲା। ମାତ୍ର ଦଇବର ଖେଳ କେ କରିବ ଆନ। ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷ ଗୁଳିରେ ପୁଅ ନିହତ ହୋଇ ଚାଲିଗଲା ଆରପାରିକୁ। ପୁଅ ସହିଦ ହେବା ପରେ ସରକାରୀ ବାବୁଙ୍କ ଲୋଭରୁ ବଞ୍ଚି ଯାହା କିଛି ସହାୟତା ରାଶି ମିଳିଥିଲା ତାକୁ ପଇସା ଲୋଭୀ ଜ୍ୱାଇଁ ସବୁ ନେଇଗଲା।  ପୁଅ ଗଲା ପରେ କମଳିନୀ ଦେବୀ ବି ପୁଅର ଚିନ୍ତାରେ ଧୀରେ ଧୀରେ ରୋଗାଗ୍ରସ୍ତ ହେଲେ। ଅର୍ଥ ଅନର୍ଥର କାରଣ ସାଜିଥାଏ।  ପଇସାର ଲୋଭ ମଣିଷ ପାଖେ ଅସୀମ। ଯେଉଁଥି ପାଇଁ ଗୋଟିଏ ବୋଲି ଅଲିଅଳ ଝିଅ ଶାଶୁଘର ଲୋକଙ୍କ ମାଡ଼ କଷ୍ଟ ସହି ନପାରି ସତୀ ସୀତାଙ୍କ ଭଳି ଯଉତୁକ ନିଆଁରେ ନିଜକୁ ସମର୍ପି ଦେଲା। ଏତିକିରେ ବି ସେ ଦଗା ଦିଆ ଦଇବର ମନ ଶାନ୍ତ ହେଲାନି। ଝିଅ ଯିବାର ମାସେ ଭିତରେ ସ୍ତ୍ରୀ ମଧ୍ୟ ସବୁଦିନ ପାଇଁ କରୁଣାକର ବାବୁଙ୍କୁ ଏକୁଟିଆ କରି ଚାଲିଗଲେ। ଆଉ ଯାହା ପରେ ଯୁଦ୍ଧ କ୍ଷେତ୍ରରେ ଶତ୍ରୁ ପକ୍ଷର ଗୁଳିବର୍ଷାକୁ ଖାତିର ନକରି ଦୃଢ ଜବାବ ଦେଇଥିବା କରୁଣାକର ବାବୁ କିନ୍ତୁ ହାରି ଯାଇଥିଲେ ଜୀବନର ଏ ଯୁଦ୍ଧରେ। ସହରର ସେ ଘରଦ୍ୱାରକୁ ଗୋଟେ ଅନାଥ ଆଶ୍ରମକୁ ଦାନ କରି ଚାଲି ଆସିଛନ୍ତି ଏଇ ଗାଁକୁ। ଏଇ ଗାଁକୁ ଆସିଲା ପରେ ମନ୍ଦିର ତାଙ୍କ ଠିକଣା ନଈକୂଳ ତାଙ୍କ ବସିବା ଜାଗା ପାଲଟି ଯାଇଥିଲା। ସେ ଏଇ ଗାଁରେ ଏଥିପାଇଁ ଅଟକି ଯାଇଥିଲେ କାରଣ ସେଦିନ ମନ୍ଦିର ବେଢାରେ ବସିଥିବା ବେଳେ ଗୋଟିଏ ଛୋଟ ପିଲା ଦୌଡି ଦୌଡି ଆସି ଅତି ଆଦରର ସହିତ ତାଙ୍କ ହାତକୁ ବଢାଇ ଦେଇଥିଲା ଭୋଗ ଟିକିଏ। ସେବେଠୁ ସେଇ ଛୋଟ ପିଲା ସଂପର୍କ ପ୍ରତି ତାଙ୍କର କେମିତି ଗୋଟେ ମୋହ ଲାଗିଯାଇଥିଲା। ସେଥିପାଇଁ ସେ ଏ ଗାଁ ଛାଡି କେବେ କୂଆଡେ ଯାଆନ୍ତି ନାହିଁ ଆଉ ନୀତି ନଈକୂଳେ ବସି ସେ ଖୋଜିବସନ୍ତି ତାଙ୍କ ହଜିଲା ଅତୀତକୁ। ଯାହାପାଇଁ ତାଙ୍କ ପରିଚୟ ପାଲଟି ଯାଇଥିଲା କରୁଣାକର ରାୟରୁ ପାଗଳା ବୁଢା।

ଫୋନ୍-୭୩୭୭୫୧୦୨୫୪

mikunmohanty63@gmail.com

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story