ପୁରୀ: ଆଜି ଦକ୍ଷିଣ ମୋଡ଼ ନେବେ ତିନି ରଥ

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ସକାଳ ଧୂପ ପରେ ଦକ୍ଷିଣ ମୋଡ ପାଇଁ ମହାପ୍ରଭୁଙ୍କ ଆଦେଶ ଆସିବ। ସକାଳଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞମାଳ ରଥ ଚକଡାକୁ ବିଜେ କରିବ। ଏହାପରେ ୩ ରଥର ଦକ୍ଷିଣ ମୋଡ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ତେବେ ଏଠି ଠିକେ ଭିନ୍ନ ପରଂପରା ଦେଖାଯାଏ। ପ୍ରଥମେ ମାଆ ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ଼ ନିଅନ୍ତି। ଏହା ପରେ ବଳଭଦ୍ର ଏବଂ ଶେଷରେ ନନ୍ଦି […]

ratha

ratha

Rakesh Mallick
  • Published: Thursday, 23 July 2015
  • Updated: 23 July 2015, 02:02 AM IST

Sports

Latest News

ପୁରୀ: ମହାପ୍ରଭୁଙ୍କ ବାହୁଡା ଯାତ୍ରା ପାଇଁ ଆଜିଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଆଜି ସକାଳ ଧୂପ ପରେ ଦକ୍ଷିଣ ମୋଡ ପାଇଁ ମହାପ୍ରଭୁଙ୍କ ଆଦେଶ ଆସିବ। ସକାଳଧୂପ ପରେ ଶ୍ରୀଜିଉଙ୍କ ଆଜ୍ଞମାଳ ରଥ ଚକଡାକୁ ବିଜେ କରିବ। ଏହାପରେ ୩ ରଥର ଦକ୍ଷିଣ ମୋଡ ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ତେବେ ଏଠି ଠିକେ ଭିନ୍ନ ପରଂପରା ଦେଖାଯାଏ। ପ୍ରଥମେ ମାଆ ସୁଭଦ୍ରାଙ୍କ ରଥ ଦକ୍ଷିଣ ମୋଡ଼ ନିଅନ୍ତି। ଏହା ପରେ ବଳଭଦ୍ର ଏବଂ ଶେଷରେ ନନ୍ଦି ଘୋଷ ରଥକୁ ଦକ୍ଷିଣ ମୋଡ଼ ଦିଆଯାଏ।

ଶ୍ରୀଜିଉଙ୍କ ଘୋଷଯାତ୍ରାର ପଞ୍ଚମ ଦିନରେ ଗତକାଲି ରାତିରେ ଅନୁଷ୍ଠିତ ହୋଇଥିଲା ହେରା ପଞ୍ଚମୀ ନୀତି। ମହାପ୍ରଭୁ ଶ୍ରୀମନ୍ଦିର ଛାଡିବାର ୫ମ ଦିନରେ ମହାଲକ୍ଷ୍ମୀ ଗୁଣ୍ଡିଚା ମନ୍ଦିରକୁ ଯାଇ ଶ୍ରୀ ଜଗନ୍ନାଥଙ୍କୁ ସାକ୍ଷାତ କରିଥିଲେ। ଏହି ଅବସରରେ ମା’ ଲକ୍ଷ୍ମୀ ପ୍ରଭୁଙ୍କୁ ମୋହାଞ୍ଜନରେ ବିମୁଗ୍ଧ କରିବା ସହ ଶ୍ରୀମନ୍ଦିରକୁ ଫେରିବାକୁ ମନାଇବାରେ ସଫଳ ହୋଇଥିଲେ। ଭେଟ ପୂର୍ବରୁ ଲକ୍ଷ୍ମୀ ଠାକୁରାଣୀ ପ୍ରଥମେ ମହାପ୍ରଭୁଙ୍କ ରଥ ନିକଟରେ ପହଞ୍ଚି ପରମ୍ପରା ମୁତାବକ ରଥ ଭାଙ୍ଗିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos