ମାଉସୀ ମା’ ମନ୍ଦିରରୁ ବାହୁଡ଼ିଲେ ଶ୍ରୀଜୀଉ

ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ତିନି ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି। ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚି ଥିବା ବେଳେ ମହାପ୍ରଭୁ ଜଗନ୍ନାଥ ଶ୍ରୀନଅର ନିକଟରେ ପହଞ୍ଚିଛନ୍ତି। ସେଠାରେ ଲକ୍ଷ୍ମୀ, ନାରାୟଣଙ୍କ ଭେଟ ହେବା ପରେ ମହାପ୍ରଭୁ ଶ୍ରୀମନ୍ଦିର ସମ୍ମୁଖରେ ଅପେକ୍ଷାରତ ବଡ଼ଭାଇ ଓ ଭଉଣୀଙ୍କ ପାଖକୁ ଆସିବେ। ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଘଣ୍ଟ ଘଣ୍ଟା ଧ୍ୱନିରେ ଫାଟି […]

balabhadra

balabhadra

Rakesh Mallick
  • Published: Thursday, 14 July 2016
  • Updated: 14 July 2016, 11:02 PM IST

Sports

Latest News

jagannatha1ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ତିନି ଠାକୁର ଶ୍ରୀମନ୍ଦିରକୁ ବାହୁଡ଼ିଛନ୍ତି। ବଡ଼ଭାଇ ବଳଭଦ୍ରଙ୍କ ତାଳଧ୍ୱଜ ଓ ଭଉଣୀ ସୁଭଦ୍ରାଙ୍କ ଦେବଦଳନ ରଥ ଶ୍ରୀମନ୍ଦିର ନିକଟରେ ପହଞ୍ଚି ଥିବା ବେଳେ ମହାପ୍ରଭୁ ଜଗନ୍ନାଥ ଶ୍ରୀନଅର ନିକଟରେ ପହଞ୍ଚିଛନ୍ତି। ସେଠାରେ ଲକ୍ଷ୍ମୀ, ନାରାୟଣଙ୍କ ଭେଟ ହେବା ପରେ ମହାପ୍ରଭୁ ଶ୍ରୀମନ୍ଦିର ସମ୍ମୁଖରେ ଅପେକ୍ଷାରତ ବଡ଼ଭାଇ ଓ ଭଉଣୀଙ୍କ ପାଖକୁ ଆସିବେ।

ରଥଯାତ୍ରା ପରି ବାହୁଡ଼ା ଯାତ୍ରାରେ ମଧ୍ୟ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଘଣ୍ଟ ଘଣ୍ଟା ଧ୍ୱନିରେ ଫାଟି ପଡୁଥିଲା ବଡ଼ଦାଣ୍ଡ। ନିର୍ଦ୍ଧାରିତ ସମୟର ପ୍ରାୟ ଦେଢ ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନଙ୍କ ପହଣ୍ଡି ହୋଇଥିଲା। ଏହା ପରେ ବଡ଼ ଠାକୁର ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଶେଷରେ ମହାପ୍ରଭୁ ଜଗନ୍ନାଥ ଧାଡ଼ି ପହଣ୍ଡିରେ ଯାଇ ରଥାରୂଢ଼ ହୋଇଥିଲେ।

ରଥ ଉପରେ ରୀତିନୀତି ଶେଷ ପରେ ଗଜପତି ମହାରାଜ ଶରଧାବାଲିରେ ପହଞ୍ଚି ଛେରାପହଁରା କରିଥିଲେ। ଏହାପରେ ଚାରିମାଳ ଫିଟା ଯାଇଥିଲା ଓ ରଥରେ ଘୋଡା ଯଚା ଯାଇଥିଲା। ରଥରେ ସାରଥୀ ଲାଗିବା ପରେ ଅପରାହ୍ନ ପ୍ରାୟ ୨ଟା ୫୦ରେ ଶ୍ରୀବଳଭଦ୍ରଙ୍କ ରଥ ଟଣା ଆରମ୍ଭ ହୋଇଥିଲା।

subharaବାହୁଡା ଯାତ୍ରା ପାଇଁ ପୁରୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡା କରାଯାଇଥିଲା।  ଶ୍ରୀମନ୍ଦିର ଅଞ୍ଚଳରେ ୧୪୫ ପ୍ଲାଟୁନ୍‌ ଫୋର୍ସ ମୁତୟନ କରାଯାଇଥିଲା। ଇନର କର୍ଡନ ଓ ଆଉଟ୍‌ର କର୍ଡନ ସହ ପୁରୀ ସହରକୁ ୪ସ୍ତରୀୟ ବଳୟ ମଧ୍ୟରେ ରଖାଯାଇଥିଲା।

ପୋଲିସ ଡିଜି କେ.ବି. ସିଂହ କହିଛନ୍ତି, “ଶାନ୍ତିଶୃଙ୍ଖଳାରେ ଦର୍ଶନ ପାଇଁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଲକ୍ଷ ଲକ୍ଷ ଭକ୍ତ ଶୃଙ୍ଖଳିତ ଭାବେ ତିନି ଠାକୁରଙ୍କ ଦର୍ଶନ କରୁଛନ୍ତି।”

ପହଣ୍ଡି ବେଳେ ଶ୍ରୀଜୀଉଙ୍କୁ କିଛି ଭକ୍ତ ଛୁଇଁବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସେମାନଙ୍କୁ ଅଟକ ରଖିଥିଲା।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୁରେଶ ମହାପାତ୍ର କହିଛନ୍ତି, “ଆସନ୍ତାକାଲି ସୁନାବେଶ। ଆଜି ରାତିରେ ବାରିକେଡ ତିଆରି କରାଯିବ। ରଥ ଚାରିପଟେ ଅଧିକ ଫାଙ୍କା ସ୍ଥାନ ରଖିବାକୁ ଆମେ ଚେଷ୍ଟା କରୁଛୁ। ଏହାଦ୍ୱାରା ଭକ୍ତମାନେ ସୁନାବେଶ ଭଲରେ ଦେଖି ପାରିବେ। ଶ୍ରୀଜୀଉଙ୍କ ସମ୍ମୁଖରେ ନ ରହି ଭକ୍ତଙ୍କୁ ଭଲରେ ସୁନାବେଶ ଦେଖିବାକୁ ସୁଯୋଗ ଦେବାକୁ ସେବାୟତମାନଙ୍କୁ ଅନୁରୋଧ କରାଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story